ଭଲ ଖବର : ରାଜ୍ୟରେ ଏକସଙ୍ଗେ ସୁସ୍ଥ ହେଲେ ଆଉ ୯୯ ଜଣ କରୋନା ଆକ୍ରାନ୍ତ

Share It

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଆଶ୍ୱସ୍ତି ଖବର ଆସିଛି। ୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି। ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୩୪ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୧୫ଜଣ, କେନ୍ଦ୍ରପଡ଼ା ଓ ଯାଜପୁର ଜିଲ୍ଲାରୁ ୧୩ଜଣ ଲୋଖାଏଁ ଆକ୍ରାନ୍ତ ଏବଂ ପୁରୀ ୧୦, ଭଦ୍ରକ ୯, ନୟାଗଡ଼ ୩ ଓ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରୁ ଜଣେ ଲୋଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ୱିଟର‌ରେ ସୂଚନା ପ୍ରଦାନ କରାଯାଇଛି। ଫଳରେ ରାଜ୍ୟରେ ୬୪୯ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ସର୍ବାଧିକ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥି ମଧ୍ୟରୁ ୯୬ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ୍ ହୋଇଥିବା ବେଳେ ୭ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। ସେହିପରି ଗଞ୍ଜାମ ଜିଲ୍ଲାର ୪ଜଣ, ଯାଜପୁର ଜିଲ୍ଲାର ଜଣେ, ବାଲେଶ୍ୱରରୁ ୫ଜଣ, ଭଦ୍ରକରୁ ୮ଜଣ, ଖୋର୍ଦ୍ଧାରୁ ୫ଜଣ, କେନ୍ଦ୍ରାପଡାରୁ ୧୫ଜଣ, ଜଗତସିଂହପୁରରୁ ୧୦ଜଣ, ଦେଓଗଡରୁ୨୨, ବଲାଙ୍ଗୀରରୁ ୮ଜଣ, ମାଲକାନଗିରିରୁ ୯ଜଣ, ମୟୁରଭଞ୍ଜରୁ ଜଣେ, କେନ୍ଦୁଝରରୁ ଜଣେ, ଗଜପତିରୁ ୬ଜଣ, କୋରାପୁଟରୁ ୬ଜଣ, କନ୍ଧମାଳରୁ ଜଣେ ଏବଂ ଢେଙ୍କାନାଳରୁ ଜଣେ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ସଂକ୍ରମିତ ଦେଓଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି।


Share It

Comments are closed.