ଅଙ୍କିତ ଆଚାର୍ଯ୍ୟଙ୍କ ୩ ମିଲିୟନ ଡଲାର ସିଡ୍ ଫଣ୍ଡିଂ ସହ କସିଓର ଏଆଇ ଡ୍ୟାଶକ୍ୟାମ ୪୬ଟି ସହରକୁ ବିସ୍ତାରିତ

Share It

ଭୁବନେଶ୍ୱର, ଅଗଷ୍ଟ ୨୦୨୫:ଭାରତର ସଡକଗୁଡିକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ସଡକରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଥିବା ଏକ ଏଆଇ-ପରିଚାଳିତ ଭିଡିଓ ଟେଲିମାଟିକ୍ସ ଷ୍ଟାର୍ଟଅପ କସିଓ ସିଡ୍ ଫଣ୍ଡିଙ୍ଗରେ ୧.୮ ମିଲିୟନ ଡଲାରର ଅତିରିକ୍ତ ପାଣ୍ଠି ହାସଲ କରିଛି । ଏହି ରାଉଣ୍ଡରେ ଅମାଲ ପାରିଖ୍ ନେତୃତ୍ୱ ନେଇଥିବା ବେଳେ ଏଥିରେ ୮ଆଇ ଭେଂଚର୍ସ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ବିଭା ଚେତନ (ପାର୍ଟନର- ଚେରାଭି ଭେଂରଚର୍ସ), ଭେଂଚର କାଟାଲିଷ୍ଟ ଆଦି ଅଂଶଗ୍ରହଣ କରିଥିଲେ । ଏହି ରାଉଣ୍ଡକୁ ରବିନ ଶାସ୍ତ୍ରୀ (ଫଣ୍ଡିଂ ପାର୍ଟନର- ମଲ୍ଟିପ୍ଲାଏ ଭେଂଚର୍ସ), ବିବେକାନନ୍ଦ ହାଲେକେରେ (ସହ-ପ୍ରତିଷ୍ଠାତା- ବାଉନ୍ସ), ନିଶ୍ଚୟ ଏଜି (ସହପ୍ରତିଷ୍ଠାତା- ଜାର)ଙ୍କ ସମର୍ଥନ ମିଳିଥିଲା ଯାହା କସିଓର ମୋଟ ସିଡ୍ ଫଣ୍ଡିଂକୁ ୩ ମିଲିୟନ ଡଲାରରେ ପହଂଚାଇଛି । ଚଳିତ ବର୍ଷ ଏପ୍ରିଲରେ କମ୍ପାନୀ  ଏହାର ବିଦ୍ୟମାନ ରାଉଣ୍ଡର ଅଂଶ ଭାବେ ୧.୨ ମିଲିୟନ ଡଲାରର ପାଣ୍ଠି ହାସଲ କରିଥିବା ଘୋଷଣା କରିଥିଲା ।

ପ୍ରତ୍ୟେକ ଯାତ୍ରାକୁ ସୁରକ୍ଷିତ ରଖିବାର ଲକ୍ଷ୍ୟ ସହିତ ସ୍ଥାପିତ କସିଓ ଫ୍ଲିଟ ଅପରେଟରଙ୍କୁ ବାସ୍ତବ ସମୟରେ ବିପଦକୁ ଚିହ୍ନଟ ଓ ପ୍ରତିରୋଧ କରିବାରେ ସାହାଯ୍ୟ କରିବା ପାଇଁ ଏକ ଏଆଇ-ଚାଳିତ ସେଫ୍ଟି ପ୍ଲାଟଫର୍ମ ସହ ପେୟାର ହୋଇଥିବା ଆଡ୍‌ଭାନ୍ସହ ଡ୍ୟାଶ କ୍ୟାମେରା ପ୍ରଦାନ କରୁଛି । କେବଳ ରେକର୍ଡ କରିବା ପରିବର୍ତେ ଦୁର୍ଘଟଣାକୁ ଆକଳନ ଓ ପ୍ରତିରୋଧ କରିପାରୁଥିବା ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ କସିଓ  ଭାରତର ସାର୍ବଜନିନ ପରିବହନ, ସ୍କୁଲ ପରିବହନ ଓ ବାଣିଜ୍ୟିକ ପରିବହନ କ୍ଷେତ୍ରରେ ସୁରକ୍ଷିତ ସଡକଗୁଡିକ ପାଇଁ ଜରୁରୀ ଆବଶ୍ୟକତାକୁ ପୂରଣ କରୁଛି ।

କସିଓର ସହପ୍ରତିଷ୍ଠାତା ଓ ସିଇଓ ଅଙ୍କିତ ଆଚାର୍ଯ୍ୟ କହିଛନ୍ତି, “ଭାରତର ସଡକଗୁଡିକୁ ଅଧିକ ଭୟଭୀତ ହେବାର ଆବଶ୍ୟକତା ନାହିଁ, ସେଗୁଡିକ ଉତରଦାୟିତ୍ୱ ଓ ସୁରକ୍ଷାର ଆବଶ୍ୟକ କରନ୍ତି । କସିଓରେ ଆମେ ଏଭଳି ଟେକ୍ନୋଲୋଜି ନିର୍ମାଣ କରୁଛୁ ଯାହା ସୁରକ୍ଷାକୁ ଦୃଶ୍ୟମାନ ଓ କାର୍ଯ୍ୟକ୍ଷମ କରିଥାଏ । ଆମେ ପଠାଉଥିବା ପ୍ରତ୍ୟେକ ଆଲର୍ଟ ଏକ ଦୁର୍ଘଟଣା ରୋକିବା, ଏକ ପରିବାରକୁ ସୁରକ୍ଷିତ ରଖିବା ଓ ଏକ ଜୀବନ ବଂଚାଇବା ପାଇଁ  ସୁଯୋଗ ଅଟେ । ଏଥିପାଇଁ ଆମେ ଏଠାରେ ଅଛୁ ।” ସେହିପରି କସିଓର ସହପ୍ରତିଷ୍ଠାତା ଓ ସିଟିଓ ପ୍ରାଞ୍ଜଲ କହିଛନ୍ତି, “ଏହି ନୂଆ ନିବେଶ ଆମକୁ ଆମର ଟେକ୍ନୋଲୋଜିକୁ ସୁଦୃଢ କରିବା, ଆମର ଟିମକୁ ବୃଦ୍ଧି କରିବା ଏବଂ ଆମର ଉପସ୍ଥିତି ବିସ୍ତାର କରିବାକୁ ଆମକୁ ଅନୁମତି ଦେଉଛି, ଯାହା ସଡକ ସୁରକ୍ଷା ବ୍ୟତିକ୍ରମ ନୁହେଁ  ବରଂ ନିୟମରେ ପରିଣତ ହୋଇଛି  ବୋଲି ନିଶ୍ଚିତ କରୁଛି ।”

ଅମାଲପାରିଖ୍ଆହୁରିମଧ୍ୟକହିଛନ୍ତି, “କସିଓ ସମ୍ପର୍କରେ ଯାହା ମୋତେ ପ୍ରଭାବିତ କରିଛି ତାହା ଖୁବ୍ ସରଳ ଅଟେ: ପ୍ରତିଷ୍ଠତା ଯିଏ ସମସ୍ୟାକୁ ଗଭୀର ଭାବେ ବୁଝନ୍ତି ଏବଂ ଏକ ଟିମ ଉଭୟ ହୃଦୟରୁ ଓ ଉତ୍ସାହର ସହ ନିର୍ମାଣ କରୁଛି । ଅଙ୍କିତ, ପ୍ରାଞ୍ଜଲ ଓ ଟିମ ଭାରତର ଅନ୍ୟତମ ସର୍ବାଧିକ ଜରୁରୀ ତଥାପି ଅଣଦେଖା କରାଯାଉଥିବା ଏକ ସମସ୍ୟା- ସଡକ ସୁରକ୍ଷା ଉପରେ କାର୍ଯ୍ୟ କରୁଛନ୍ତି । ଏଆଇକୁ ଭିତିଭୂମି ସହ ଏକତ୍ରିତ କରି ସେମାନେ ଏକ ବ୍ୟବହାରିକ ତଥାପି ଅଭିନବ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହିଠାରେ ଦଲାଲ ଷ୍ଟ୍ରିଟର ଶୃଙ୍ଖଳା ଇନୋଭେଶନ ଷ୍ଟଅିଟର ବ୍ୟାଘାତକୁ ଭେଟିଛି । ଭାରତୀୟ ସଡକଗୁଡିକୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କର ଲକ୍ଷ୍ୟ ଦିଗରେ ସେମାନଙ୍କ ସହ ସହଯୋଗିତା କରି ଆମେ ଉତ୍ସାହିତ ଅଛୁ ।”

ଏହି ପାଣ୍ଠିକୁ କସିଓର ଗବେଷଣା ଓ ବିକାଶର ବିସ୍ତାର, ଏହାର ଏଆଇ କ୍ଷମତାଗୁଡିକୁ ଉନ୍ନତ କରିବା ଏବଂ ଭାରତର ଫ୍ଲିଟ ଅପରେଟର, ଇଂଟରସିଟି ଓ ଇନ୍‌ଟ୍ରାସିଟି ବସ୍ ଅପରେଟଳ ଏବଂ ସ୍କୁଲ ଟ୍ରାନ୍ସପୋର୍ଟ ନେଟ୍‌ୱର୍କଗୁଡିରେ ଏହାର ଉପସ୍ଥିତିକୁ ବୃଦ୍ଧି କରିବା ପାଇଁ ବ୍ୟବହାର କରାଯିବ । କମ୍ପାନୀ ଏହାର ଅନ୍‌-ଗ୍ରାଉଣ୍ଡ ଇନ୍‌ଷ୍ଟଲେଶନ ଓ ସର୍ଭିସିଙ୍ଗ କ୍ଷମତାକୁ ମଜବୁତ କରିବା ପାଇଁ ମଧ୍ୟ ଯୋଜନା ରଖିଛି ଯାହା ଫ୍ଲିଟଗୁଡିକ ପାଇଁ ସୁଗମ ଗ୍ରହଣକୁ ନିଶ୍ଚିତ କରିବ ।

କସିଓର ଆଭିମୁଖ୍ୟ ସେହି ବିଶ୍ୱାସ ସହ ଜଡିତ ରହିଛି ଯେ, ଟେକ୍ନୋଲୋଜି ସଡକ ଭଳି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଲୋକମାନଙ୍କୁ ସେବା ପ୍ରଦାନ କରିବା ଉଚିତ ଯାହା ସେମାନଙ୍କର ଜୀବନ ସହ ସଂଯୋଜିତ ରହିଛି । ବିଶ୍ୱରେ ଭାରତ ଅନ୍ୟତମ ସର୍ବାଧିକ ସଡକ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ କସିଓର ଲକ୍ଷ୍ୟ ହେଉଛି ଡାଟା ପରିଚାଳିତ ପଦକ୍ଷେପ ମାଧ୍ୟମରେ ସଡକ ସୁରକ୍ଷାକୁ ରୂପାନ୍ତରିତ କରିବା ଯାହା ଚାଳକ, ଯାତ୍ରୀ ଓ ପଥଚାରୀଙ୍କୁ ସୁରକ୍ଷିତ ରଖିବ । କମ୍ପାନୀ ବର୍ତମାନ ପର୍ଯ୍ୟନ୍ତ ମୋଟ ୩.୬ ମିଲିୟନ ଡଲାରର ପାଣ୍ଠି ସଂଗ୍ରହ କରିଛି ।


Share It

Comments are closed.