ବିଦେଶରେ ବିପୁଳ ଟଙ୍କା ରଖିଥିବା ବ୍ୟକ୍ତିଙ୍କ ତାଲିକା ମଧ୍ୟରେ ଅଛନ୍ତି ତେନ୍ଦୁଲକରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି, ଜାଣନ୍ତୁ କିଏ ସେମାନେ

Share It

ବିଦେଶରେ ଭାରତର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବିପୁଳ ପରିମାଣରେ ଟଙ୍କା ଜମା ରଖିଛନ୍ତି । ସେମାନଙ୍କ ମଧ୍ୟରେ ରାଜନୀତିଜ୍ଞଠାରୁ ଶିଳ୍ପପତି, କ୍ରୀଡାବିତଙ୍କ ପର୍ଯ୍ୟନ୍ତ ପାଖାପାଖି ୩୦୦ ଜଣ ରହିଛନ୍ତି । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ସଚିନ ତେନ୍ଦୁଲକର, ଶିଳ୍ପପତି ଅନିଲ ଅମ୍ବାନି, ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଭଉଣୀ, ଭାରତର ୬ ଜଣ ରାଜନେତା ଏବଂ ପାକିସ୍ତାନର ୭ ଜଣ ରାଜନେତା ରହିଛନ୍ତି । ଇଣ୍ଟରନ୍ୟାସନାଲ କନସୋର୍ଟିୟମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟସ (ଆଇସିଆଇଜେ) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାଯାଇଛି ।

ପାଣ୍ଡୋ କାଗଜ ତଦନ୍ତ ବୋଲି କୁହାଯାଉଥିବା ଏହ ତଦନ୍ତ ରିପୋର୍ଟ ରବିପାର ପ୍ରକାଶ ପାଇଛି । ଏହି ତାଲିକାରେ ଜୋର୍ଡାନର ରାଜା, ୟୁକ୍ରେନ ରାଷ୍ଟ୍ରପତି, କେନିୟା ଏବଂ ଇକ୍ୱେଡର, ଚେକ୍‌ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ଏବଂ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ନାମ ମଧ୍ୟ ରହିଛି । ଏଥିସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କ୍ୟାବିନେଟ ମନ୍ତ୍ରୀ, କିଛି ସାମରିକ ପଦାଧିକାରୀଙ୍କ ନାମ ଏଥିରେ ଅଛି । କିନ୍ତୁ ଇମ୍ରାନ ଏଥିରେ ସିଧାସଳଖ ସଂପୃକ୍ତ ନଥିବା ଜରାଯାଇଚି । ଆଇସିଜେ ପକ୍ଷରୁ କରାଯାଇଥିବା ଏହି ତଦନ୍ତରେ ବିବିସି, ଗାର୍ଡିଆନ, ଇଣ୍ଡିଆନ ଏକ୍ସପ୍ରେସ ସମେତ ୧୫୦ଟି ଗଣମାଧ୍ୟମର ପ୍ରତିନିଧି ସମଗ୍ର ବିଶ୍ୱରୁ ସାମିଲ ହୋଇଥିଲେ । ସେମାନେ ପାଖାପାଖି ୧୧.୯ ନିୟୁତ ଗୋପନୀୟ ଦସ୍ତାବିଜ ଯାଞ୍ଚ କରିବା ସହିତ ଏହି ଗୋପନୀୟ ତଥ୍ୟ ସମ୍ମୁଖକୁ ଆଣିଛନ୍ତି ।

ତାଲିକାରେ ତେନ୍ଦୁଲକର, ଇଟାଲିର ମବଷ୍ଟର ‘ଲେଲ୍‌ ଦି ଫ୍ୟାଟ ୱାନ’, ସୁପରମଡେଲ କ୍ଲାଉଡିଆ ସ୍କିଫର, ପପ୍‌ ଗାୟିକା ସକିରା ପ୍ରମୁଖଙ୍କ ନାମ ରହିଛି । ତେନ୍ଦୁଲକରଙ୍କ ଓକିଲ କହିଛନ୍ତି ଯେ କ୍ରିକେଟ ତାରକା କରିଥିବା ନିବେଶ ଆଇନତଃ ସିଦ୍ଧ ଏବଂ ଏହା ଟିକସ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ସକିରାଙ୍କ ଓକିଲ କହିଛନ୍ତି, ତାଙ୍କ ମହକିଲ ନିଜର କମ୍ପାନୀଗୁଡିକ ସମ୍ପର୍କରେ ପୂର୍ବରୁ ଘୋଷଣା କରିସାରିଛନ୍ତି ଏବଂ ସେଥିରେ କିଛି ଟିକସ ସୁବିଧା ତାଙ୍କୁ ମିଳୁନାହିଁ । ସ୍କିଫରଙ୍କ ଆଇନଜୀବୀ କହିଛନ୍ତି, ଏହି ସୁପରମଡେଲ ତାଙ୍କର ଟିକସ ଠିକ୍‌ ଭାବରେ ବ୍ରିଟେନରେ ପୈଠ କରୁଛନ୍ତି । ତଦନ୍ତ ରିପୋର୍ଟ ମୁତାବକ ଅନିଲ ଅମ୍ବାନିଙ୍କର ବିଦେଶରେ ୧୮ଟି କମ୍ପାନୀରେ ଅଂଶ ରହିଛି । ବ୍ରିଟେନର ଏକ ଅଦାଲତ ତାଙ୍କୁ ଦେବାଳିଆ ଘୋଷଣା କରିଥିବା ସତ୍ୱେ ତାଙ୍କର ଏହି ଅଂଶ ରହିଛି ।


Share It

Comments are closed.