କାର୍ତ୍ତିକଙ୍କ ମଜାକ ଉଡାଇଲେ ରସଲ, ଭିଡିଓ ଭାଇରାଲ
କରୋନା ଭାଇର ମହାମାରୀ କାରଣରୁ ଆଇପିଏଲ ୨୦୨୦କୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ କରାଇ ଦିଆଯାଇଛି । ଏହି ସମୟରେ ସମସ୍ତ କ୍ରିକେଟର ତାଙ୍କର ପରିବାର ସହ ସମୟ ଅତିବାହିତ କରୁଛନ୍ତି । କେବଳ ଏତିକି ନୁହେଁ ଅଧିକାଂଶ କ୍ରିକେଟର ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଛନ୍ତି । ଏହି ଅବସରର ସୁଯୋଗ ଉଠାଇବା ପାଇଁ ଆଇପିଏଲ ଫ୍ରାଞ୍ଚାଇଜ ନିଜ ନିଜର ପ୍ରଶଂସକଙ୍କୁ ମନୋରଞ୍ଜନ କରାଇବାରେ ଲାଗି ପଡିଛନ୍ତି । ଏମାନଙ୍କ ମଧ୍ୟରୁ ୨ଥର ଆଇପିଏଲ ଟାଇଟେଲ ବିଜେତା କେକେଆର ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରାଇବା ପାଇଁ ଏକ ନୂଆ ସୋ’ର ଆରମ୍ଭ କରିଛନ୍ତି, ଯାହାର ନାମ ହେଉଛି “ଟୋଟାଲି ଷ୍ଟମ୍ପଡବାଇ ଡିକେ”
ଦଳ ଏହାର ପ୍ରଥମ ଏପିସୋଡ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି, ଯେଉଁଥିରେ ଅଲରାଉଣ୍ଡର ଆଣ୍ଡ୍ରୁ ରସଲ ଏବଂ ସୁନିଲ ନରେନ ଗେଷ୍ଟ ହୋଇ ଆସିଥିଲେ । ଏହି ତିନି କ୍ରିକେଟର ନିଜର ମଜାଳିଆ ଋପ ଦର୍ଶକଙ୍କୁ ଦେଖାଇଥିଲେ ଏବଂ ପରସ୍ପରଙ୍କର ଖୁବ ମଜା ଉଡାଇଥିଲେ । ସର୍ବପ୍ରଥମେ ରସଲ, କାର୍ତ୍ତିକଙ୍କ ଲମ୍ବା ଦାଢିକୁ ନେଇ ଖୁବ ମଜା ଉଡାଇଥିଲେ ।
Hilarious #ROAST on #TotallyStumpedByDK, feat. Andre Russell and Sunil Narine:
We guarantee you've never seen this funny side of @DineshKarthik, @Russell12A & @SunilPNarine74!😂
***
ডিকে, রাসেল, নারিন – মানে অবিশ্বাস্য, হাস্যকর, চমত্কার!🔥https://t.co/ejH1eGtyLx#KKR #comedy— KolkataKnightRiders (@KKRiders) June 8, 2020
କେକେଆର ଏହି ଏପିସୋଡକୁ ଟ୍ୱିଟ କରି ଲେଖିଛି ଯେ, ଆପଣ ଏହି ତିନି ଖେଳାଳୀଙ୍କ ମଜାଳିଆ ଋପ କେବେ ଦେଖିନଥିବେ । ରସଲଙ୍କ କମେଣ୍ଟରେ ତିନି ଜଣ ହସୁଛନ୍ତି, ଯେତେବେଳେ ହସ ବନ୍ଦ ହେଉଛି କାର୍ତ୍ତିକ ଜବାବରେ କହୁଛନ୍ତି ଯେ, “ଦେଶରେ ଲକଡାଉନ ଚାଲୁଛି ଏବଂ ଆବଶ୍ୟକୟ ପଦାର୍ଥ ହିଁ ବଜାରରେ ଉପଲବ୍ଧ ରହିଛି । ”
ଏହାକୁ ନେଇ ରସଲ କହୁଛନ୍ତି ଯେ, “କ’ଣ ବଜାରରେ ରେଜର ବ୍ଲେଡ ଏବଂ ସେଭିଙ୍ଗ ପାଇଁ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ନାହିଁ କି । ” ଶେଷରେ କଥା ଶେଷ କରି ରସଲ କହୁଛନ୍ତି ଯେ, “ତୁମର ଏହି ନୂଆ ଲୁକ ମୋତେ ଖୁବ ପସନ୍ଦ ।”
ସେପଟେ ସୁନିଲ କହିଛନ୍ତି ଯେ, “ତୁମକୁ ଆଇପିଏଲ ପାଇଁ ମଧ୍ୟ ଏଭଳି ହେୟାର ଷ୍ଟାଇଲ ରଖିବାର ଆବଶ୍ୟକତା ରହିଛି । ”
Comments are closed.