ବିଜେପି ନେତାଙ୍କ ଅଦ୍ଭୁତ ନିର୍ବାଚନୀ ପ୍ରତିଶୃତି, କ୍ଷମତାରେ ଆସିଲେ ୫୦ ଟଙ୍କାରେ ମିଳିବ ଭଲ କ୍ୱାଲିଟିର ମଦ
ଆନ୍ଧ୍ର ପ୍ରଦେଶର ବିଜେପି ପ୍ରଦେଶ ଅଧ୍ୟକ୍ଷ ସୋମୁ ବୀରରାଜୁଙ୍କ ଅଦ୍ଭୁତ ମନ୍ତବ୍ୟ ସାମନାକୁ ଆସିଛି। ସେ କହିଛନ୍ତି, ଯଦି ବିଜେପି କ୍ଷମତାକୁ ଆସେ ତେବେ ରାଜ୍ୟରେ ୫୦ ଟଙ୍କାରେ ଭଲ କ୍ୱାଟର ମଦ ବୋତଲ ମିଳିବ, ଯାହାକି ଏବେ ୨୦୦ ଟଙ୍କାରେ ବିକ୍ରି ହେଉଛି। ମଙ୍ଗଳବାର ପାର୍ଟିର ଜନସଭାକୁ ସମ୍ବୋଧିତ କରିବା ବେଳେ ସେ ଏହି କଥା କହିଛନ୍ତି। ଏହି ସମୟରେ ବୀରରାଜୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜ୍ୟରେ ନକଲି ବ୍ରାଣ୍ଡର ମଦ ଅଧିକ ଦାମରେ ବିକ୍ରି କରାଯାଉଛି। ସେଭଳି ଭଲ ବ୍ରାଣ୍ଡର ମଦ ରାଜ୍ୟରେ ମିଳୁନି।
ବିଜେପିର ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି,ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତି ମଦରେ ୧୨ ହଜାର ଟଙ୍କା ପ୍ରତିମାସ ଖର୍ଚ୍ଚ କରୁଛନ୍ତି। ରାଜ୍ୟରେ ଏକ କୋଟି ଲୋକ ମଦ ପିଉଛନ୍ତି, ମୁଁ ଚାହୁଁଛି ଯେ, ଏକ କୋଟି ଲୋକ ବିଜେପିକୁ ଭୋଟ ଦିଅନ୍ତୁ। ବିଜେପି ସରକାର ଆସିଲେ ତାଙ୍କୁ ୭୫ ଟଙ୍କାରେ ଭଲ ମଦ ବୋତଲ ଉପଲବ୍ଧ କରାଇ ଦିଆଯିବ। ଯଦି ରାଜସ୍ବ ଭଲ ମିଳେ ତେବେ ପରେ ୫୦ ଟଙ୍କା ପ୍ରତି ବୋତଲରେ ବିକ୍ରି କରାଯିବ। ସେ କହିଛନ୍ତି, ସରକାରଙ୍କ ଲୋକଙ୍କର ମଦ ଫ୍ୟାକ୍ଟ୍ରି ରହିଛି, ଯାହାକି ରାଜ୍ୟରେ ଖରାପ ଗୁଣବତ୍ତାର ମଦ ଦେଉଛନ୍ତି।
Comments are closed.