ଆଜି ଲୋକସଭାରେ ତିନି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରିଛି କେନ୍ଦ୍ର ସରକାର

Share It

କେନ୍ଦ୍ର ସରକାର ବୁଧବାର ଲୋକସଭାରେ ତିନୋଟି ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଏହା ଯେ, ଯଦି ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶର ମନ୍ତ୍ରୀ କୌଣସି ଗମ୍ଭୀର ଅପରାଧିକ ମାମଲାରେ ୩୦ ଦିନରୁ ଅଧିକ ସମୟ ଧରି ଗିରଫ ହୋଇ ଜେଲରେ ରୁହନ୍ତି ତେବେ ତାଙ୍କୁ ପଦଚ୍ୟୁତ କରାଯାଇ ପାରିବ ।
ଏହି ବିଧେୟକରେ କେନ୍ଦ୍ର ଶାସିତ ପ୍ରଦେଶ ବିଧେୟକ, ୨୦୨୫ , ସମ୍ବିଧାନ ବିଧେୟକ , ୨୦୨୫, ଜମ୍ମୁ କାଶ୍ମୀର ପୁନଃ ଗଠନ ବିଧେୟକ ୨୦୨୫ ସାମିଲ ରହିଛି । କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏହି ତିନି ବିଧେୟକ ଗୁଡିକୁ ସଂସଦର ମିଳିତ କମିଟି କୁ ପଠାଇବା ପାଇଁ ଲୋକସଭାରେ ଏହ ପ୍ରସ୍ତାବ ମଧ୍ୟ ଆଗତ କରାଇବା ।
ବିରୋଧୀ ଏହି ବିଧେୟକଙ୍କୁ କଡା ବିରୋଧ କରିଥିଲେ । ବିରୋଧୀ ଦଳକୁ ଅସ୍ଥିର କରିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ନିୟମ ଲାଗୁ କରିଛନ୍ତି ବୋଲି କଂଗ୍ରସ ଅଭିଯୋଗ କରିଛି ।


Share It

Comments are closed.