ଓଡ଼ିଶା ଆସିବେ ଅମିତ ଶାହ
ଭୁବନେଶ୍ୱର ୧୬/୦୩: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ୨୧ତାରିଖ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇବେ ଅମିତ ଶାହ। ରାତିରେ ଏମସିଏଲ ଗେଷ୍ଟ ହାଉସରେ ରହିବେ। ୨୨ତାରିଖ ସକାଳେ ସମଲେଇ ଦର୍ଶନ ପରେ ପିଏ ଡି ପଡ଼ିଆରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସନ୍ଧ୍ୟାରେ ପୁରୀ ଗସ୍ତ କରି ରାତ୍ରୀ ଯାପନ କରିବେ। ୨୩ତାରିଖ ସକାଳେ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିବେ। ଏହାପରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଭାରତର ଦ୍ଵିତୀୟ ଫରେନସିକ ୟୁନିଭେର୍ସିଟିର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ଦିଲ୍ଲୀ ଫେରିଯିବେ ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଆଜି ବିଜେପି ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗସ୍ତକୁ ନେଇ ସମ୍ବଲପୁର ଏମସିଏଲ ପରିସରରେ ପ୍ରସ୍ତୁତି ବୈଠକ କରାଯାଇଥିଲା । ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବୀ ନାରାୟଣ ନାଏକ, ବିଧାୟକ ଜୟ ନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ସହ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ୧୦ ଜିଲ୍ଲା ତଥା ୫ଟି ଲୋକସଭା କ୍ଷେତ୍ରର ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ ମଧ୍ୟ ଉପସ୍ଥିତ ରହିଥିଲେ।
Comments are closed.