୨ କୋଟି କ୍ରେତାଙ୍କ ପାଖରେ ପଂହଚିଛି ଆମାଜନ କ୍ରିଏଟର୍ସ ପ୍ରୋଗ୍ରାମ୍ସ
ଭୁବନେଶ୍ୱର : ଆମାଜନ ଇଣ୍ଡିଆର କ୍ରିଏଟର ପ୍ରୋଗ୍ରାମ ଚଳିତ ବର୍ଷ ୨ କୋଟିରୁ ଅଧିକ ଗ୍ରାହକଙ୍କୁ କ୍ରିଏଟର୍ସମାନଙ୍କ ମାଧ୍ୟମରେ ପ୍ରଡକ୍ଟ ଖୋଜିବାରେ ସାହାଯ୍ୟ କରିଛି । ପାର୍ବଣ ପୂର୍ବରୁ ୧ ଲକ୍ଷ କ୍ରିଏଟର୍ସ ଥିବାବେଳେ ବର୍ତମାନ ଏହା ୧.୨୫ ଲକ୍ଷରୁ ଉର୍ଦ୍ଧ ହୋଇଗଲାଣି, ଯାହାକି କେବଳ କିଛି ମାସ ମଧ୍ୟରେ ୨୫% ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ଜଣାପଡୁଛି ଯେ, କ୍ରିଏଟର – ନେତୃତ୍ୱାଧୀନ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାରେ ଆମଜନର ଭୂମିକା ଦିନକୁ ଦିନ ବୃଦ୍ଧି ପାଉଛି ।
ଆମାଜନ ଇଣ୍ଡିଆର ନିର୍ଦ୍ଦେଶକ , ସପିଙ୍ଗ ଏକ୍ସପିରିଏନ୍ସ, ଜାହିଦ ଖାନ କହିଛନ୍ତି ଯେ, “କ୍ରିଏଟର ବର୍ତମାନ ଭାରତର ବାଣିଜ୍ୟ ଶୈଳୀକୁ ନୂଆ ଋପ ଦେଇଛନ୍ତି । ଗ୍ରାହକ ବର୍ତମାନ ଉତ୍ପାଦକୁ ଖୋଜିବା ତା ସଂପର୍କରେ ଗବେଷଣା କରିବା ଏବଂ କିଣାକିଣି କରିବା ପାଇଁ କ୍ରିଏଟର୍ସଙ୍କ ଉପରେ ଅଧିକ ନିର୍ଭର କରିଥାନ୍ତି । ଆମାଜନ କ୍ରିଏଟର୍ସ ପୋଗ୍ରାମ ଯଥା ଆମାଜନ ଇନଫ୍ଲୁଏନ୍ସର ପୋଗ୍ରାମ ଓ ଆମାଜନ ଲାଇଭ ଓ ସପିଙ୍ଗ ଭିଡିଓ ମାଧ୍ୟମରେ, ଆମେ ଦେଶରେ ପ୍ରତ୍ୟେକ କୋଣରୁ ଷ୍ଟୋରିଟେଲର ମାନଙ୍କୁ ସଶକ୍ତ କରୁଛୁ । ଏହା ଦ୍ୱାରା ସେମାନେ ନିଜର ଆଗ୍ରହକୁ ଉଦ୍ୟମିତାରେ ପରିଣତ କରିପାରନ୍ତି ।”
ବର୍ତମାନ ସମସ୍ତ କ୍ରିଏଟରଙ୍କ ନେତୃତ୍ୱରେ ୭୦% କ୍ରୟ କରନାଲ , ଭୁବନେଶ୍ୱର, ବିଜୟୱାଡା ଏବଂ ଡେରାଡୁନ ପରି ଅଣ-ମେଟ୍ରୋ ସହରରୁ ଆସୁଛି । ଆମାଜନର ଦୁଇ- ତୃତୀୟାଂଶରୁ ଅଧିକ କ୍ରିଏଟର ୫୦୦ ରୁ ଅଧିକ ଅଣ- ମେଟ୍ରା ପିନ କୋଡରୁ ଆସୁଛନ୍ତି, ଯାହା ଭାରତରେ କ୍ରିଏଟର କମର୍ସ ଓ ଆଂଚଳୀକ କ୍ରିଏଟରମାନଙ୍କ ପ୍ରଭାବ ବଢୁଥିବାର ପ୍ରମାଣ କରାଏ । ଚଳିତ ପାର୍ବଣ ଋତୁରେ ୪୦ ଲକ୍ଷ ଗ୍ରାହକ କ୍ରିଏଟର୍ସଙ୍କ ମାଧ୍ୟମରେ ଉତ୍ପାଦ ଖୋଜିଥିଲେ । ଲାଇଫଷ୍ଟାଇଲ , ଇଲେକଟ୍ରୋନିକ୍ସ , ବୁଉଟି ଓ ଘରୋଇ ବର୍ଗରେ ସବୁଠାରୁ ଅଧିକ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । କାରଣ କ୍ରିଏଟର୍ସ ମନୋରଂଜନ ଏବଂ କିଣାକିଣା କରିବାର ଦୂରତା କମାଇ ଦେଇଛନ୍ତି ।
ଆମଜନ.ଇନ ଭାରତର କ୍ରିଏଟର ନେଟୱାର୍କରେ ଆମାଜନ ଲାଇଭ ଓ ସପିଙ୍ଗ ଭିଡିଓସ , ଆମାଜନ ଇନଫ୍ଲୁଏନ୍ସର ପୋଗ୍ରାମ , ସ୍ୱତନ୍ତ୍ର କାଟାଗୋରୀ ପୋଗ୍ରାମ୍ସ, କ୍ରିଏଟର ସେଂଟ୍ରାଲ , କ୍ରିଏଟର ବିଶ୍ୱବିଦ୍ୟାଳୟ, ଏଲିଭେଟ ଏବଂ କ୍ରିଏଟର କନେକ୍ଟ ଭଳି କାର୍ଯ୍ୟକ୍ରମମାନ ଇନଫ୍ଲୁଏନ୍ସସରମାନଙ୍କୁ ଶିଖିବା ଯୋଗାଯୋଗା କରିବା ଓ ବୃଦ୍ଧି କରିବା ପାଇଁ ମାଧ୍ୟମ ପ୍ରଦାନ କରୁଛି ।
Comments are closed.