ଲକ୍ଡାଉନ୍ ସମୟରେ ଭାରତୀୟ ରେଳବିଭାଗ ସହ ସହଭାଗିତାକୁ ସୁଦୃଢ କରିଛି ଆମାଜନ୍ ଇଣ୍ଡିଆ
ଭୁବନେଶ୍ୱର: ଆମାଜନ୍ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ଟ୍ରେନ୍ ମାଧ୍ୟମରେ ମାଲ୍ ପରିବହନ କରିବା ପାଇଁ ଭାରତୀୟ ରେଳ ବିଭାଗ ସହ ଏହାର ସହଭାଗିତାକୁ ଅଧିକ ମଜଭୁତ କରିଥିବା ସମ୍ପର୍କରେ ଘୋଷଣା କରାଯାଇଛି । କମ୍ପାନୀ, ଭାରତୀୟ ରେଳ ବିଭାଗ ଦ୍ୱାରା ଲକ୍ଡାଉନ୍ ଅବଧି ସମୟରେ ୫୫ଟି ଲେନ୍ରେ ପରିଚାଳନା ଜାରି ରଖିବା ପାଇଁ ଆରମ୍ଭ କରାଯାଇଥିବା ‘କୋଭିଡ୍-୧୯ ପାର୍ସଲ ସ୍ପେଶାଲ ଟ୍ରେନ୍ସ’ର ବ୍ୟବହାର କରୁଛି ।
ଭାରତୀୟ ରେଳ ବିଭାଗ ଓ ଆମାଜନ୍ ଇଣ୍ଡିଆ ମଧ୍ୟରେ ଏକ ଦୀର୍ଘମିଆଦି ସହଭାଗିତା କ୍ଷେତ୍ରରେ ଏହା ଆଉ ଏକ ପଦକ୍ଷେପ । ଯାହାକି ଉନ୍ନତ ବେଗ ଓ ନିର୍ଭରଯୋଗ୍ୟତା ସହ ଗ୍ରାହକଙ୍କ ପ୍ୟାକେଜ୍ର ପରିବହନ ପାଇଁ ସଡକ ଓ ଏୟାର ନେଟ୍ୱର୍କର ସପ୍ଲିମେଂଟ୍ ହେବା ପାଇଁ ରେଳ ନେଟ୍ୱର୍କର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ଭାରତୀୟ ରେଳ ବିଭାଗ ଲକ୍ଡାଉନ୍ ସମୟରେ ମାଲ୍ ପରିବହନ ପାଇଁ ସହାୟତା ପ୍ରଦାନ କରିବା ଲାଗି ରେଳ ବୋର୍ଡ ଏବଂ ୱେଷ୍ଟର୍ଣ୍ଣ, ସେଂଟ୍ରାଲ, ନର୍ଦର୍ଣ୍ଣ, ଇଷ୍ଟର୍ଣ୍ଣ, ସାଉଥ୍ ସେଂଟ୍ରାଲ, ସାଉଦର୍ଣ୍ଣ, ସାଉଥ୍ ଇଷ୍ଟର୍ଣ୍ଣ, ନର୍ଥ ଇଷ୍ଟ ଫ୍ରଂଟିୟର, ନର୍ଥ ୱେଷ୍ଟର୍ଣ୍ଣ ଓ ସାଉଥ୍ ୱେଷ୍ଟର୍ଣ୍ଣ ସହ ମିଶି ଏକ ସକ୍ରିୟ ସମାଧାନ ବ୍ୟବସ୍ଥା ଗଠନ କରିଛି । ଏହା ଅତ୍ୟାଧୁନିକ ନେଟ୍ୱର୍କ ଆମାଜନ୍ ଇଣ୍ଡିଆର ନେଟ୍ୱର୍କରେ ଥିବା ସେଲର୍ମାନଙ୍କୁ ନିଜ ଉତ୍ପାଦକୁ ସମଗ୍ର ଦେଶକୁ ପଠାଇବା ଓ ନିଜ ବ୍ୟବସାୟକୁ ଜାରି ରଖିବାକୁ ସକ୍ଷମ କରିବ, ଯାହାଦ୍ୱାରା ଲୋକେ ଅତ୍ୟାବଶ୍ୟକୀୟ ଉତ୍ପାଦଗୁଡିକର ଏକ ବିଭିନ୍ନ ପ୍ରକାରକୁ ଚୟନ କରିପାରିବେ ।
ଏସମ୍ପର୍କରେ ଆମାଜନ୍ ଇଣ୍ଡିଆର ଆମାଜନ୍ ଟ୍ରାନ୍ସପୋର୍ଟେସନ୍ ସର୍ଭିସେସ୍ ବିଭାଗର ନିର୍ଦ୍ଦେଶକ ଅଭିନବ ସିଂହ କହିଥିଲେ, ବର୍ତମାନର ସଙ୍କଟ ସମୟରେ ଆମେ ଦେଶବ୍ୟାପୀ ଆମର ଗ୍ରାହକଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଂଚାଇବା ସୁନିଶ୍ଚିତ କରିବାର ଗୁରୁତ୍ୱକୁ ବୁଝିଛୁ । ଭାରତୀୟ ରେଳ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ୍-୧୯ ପାର୍ସଲ ସ୍ପେଶାଲ ଟ୍ରେନ୍ର ସହଯୋଗରେ ଆମେ ନିଶ୍ଚିତ ଯେ, ଆମେ ଉନ୍ନତ ବେଗ ଓ କ୍ଷମତା ସହ ଗ୍ରାହକଙ୍କ ଅର୍ଡର୍ଗୁଡିକୁ ପୂରଣ କରିପାରିବୁ । ଏହି ଜଟିଳ ପରିସ୍ଥିତିରେ ମାଲ୍ ପରିବହନ ସମାଧାନ ପ୍ରଦାନ କରିବା ପାଇଁ ସମୟରେ ନିଆଯାଇଥିବା ଉପଯୁକ୍ତ ନିଷ୍ପତି ପାଇଁ ଆମେ କୃତଜ୍ଞ ।
ଭାରତୀୟ ରେଳ ବିଭାଗ ସୂତ୍ରରୁ କୁହାଯାଇଛି ଯେ, ଆମେ ଆମାଜନ୍ ଇଣ୍ଡିଆ ସହ ଆମର ସହଭାଗିତାକୁ ସମ୍ପ୍ରସାରିତ କରି ଏବଂ ଆମାଜନ୍ ଦ୍ୱାରା ଦେଶବ୍ୟାପୀ ଲୋକମାନଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆବଶ୍ୟକତାକୁ ପୂରଣ କରାଯିବା ସୁନିଶ୍ଚିତ କରିବା ପାଇଁ କୋଭିଡ୍-୧୯ ପାର୍ସଲ ସ୍ପେଶାଲ ଟ୍ରେନ୍ର ସେବା ପ୍ରଦାନ କରି ଆମେ ଆନନ୍ଦିତ । ଏହି ଜଟିଳ ସମୟରେ ଆମେ ଶିଳ୍ପ ସେବା ଗ୍ରାହକଙ୍କୁ ସହଯୋଗ କରିବା ପାଇଁ ଏହି ସହଭାଗିତା ଜାରି ରଖିବୁ ।
ଏହି ସମୁଦାୟକୁ ସେବା ପ୍ରଦାନ କରି ଓ ଏହାର ସହଯୋଗୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରି ଆମାଜନ୍ ସର୍ବଦା ଗ୍ରାହକଙ୍କ ପାଇଁ ଉଚ୍ଚ ପ୍ରାଥମିକତା ଥିବା ସାମଗ୍ରୀଗୁଡିକର ଡେଲିଭରିକୁ ଗୁରୁତ୍ୱ ଦେବା ଲାଗି ପ୍ରକ୍ରିୟାଗୁଡିକୁ ଅଭିନବ କରିଛି । ୨୦୧୯ରେ ଆମାଜନ୍ ଇଣ୍ଡିଆ ୧୩ଟି ଲେନ୍ରେ ଇ-କମର୍ସ ପ୍ୟାକେଜ୍ଗୁଡିକର ଇଂଟର୍-ସିଟି ପରିବହନ ପାଇଁ ଭାରତୀୟ ରେଳ ବିଭାଗ ସହ ସହଭାଗିତା କରିଥିଲା । ଏହାପୂର୍ବରୁ କମ୍ପାନୀ କୋଲ୍କାତା ଓ ମୁମ୍ବାଇରେ ଗ୍ରାହକଙ୍କ ପାଇଁ ପିକ୍ଅପ୍ କିଓସ୍କ ଗଠନ କରିବା ଲାଗି ମଧ୍ୟ ଭାରତୀୟ ରେଳ ବିଭାଗ ସହ ସହଭାଗିତା କରିଥିଲା ।
Comments are closed.