ଆମାଜନ୍ ଇଣ୍ଡିଆ ପକ୍ଷରୁ ସୁରକ୍ଷିତ ଡେଲିଭରି ପାଇଁ ନିଜ ପରିଚାଳନା ପଦ୍ଧତିରେ ପରିବର୍ତନ

Share It

ଭୂବନେଶ୍ୱର: ଆମାଜନ୍ ଇଣ୍ଡିଆ ପକ୍ଷରୁ ଏହାର ଆସୋସିଏଟ, କର୍ମଚାରୀ, ପାର୍ଟନର୍ ଓ ଗ୍ରାହକମାନଙ୍କ ସୁରକ୍ଷା ପାଇଁ ପାଖାପାଖି ୧୦୦ଟି ପରିବର୍ତନ କରାଯାଇଛି । ଏହାର ବିଲ୍ଡିଂ ଗୁଡିକରେ ସାମାଜିକ ଦୂରତା ବଜାୟ ରଖିବା ଓ ଗ୍ରାହକଙ୍କ ଲାଗି ସୁରକ୍ଷିତ ଡେଲିଭରି ସୁନିଶ୍ଚିତ କରିବା ପାଇଁ ଏପରି କରାଯାଇଛି । କମ୍ପାନୀର ପରିଚାଳନାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ଆମାଜନ୍ ଇଣ୍ଡିଆ ଫୁଲ୍‌ଫିଲମେଂଟ୍ ସେଂଟର୍‌, ସର୍‌ଟେସନ୍ ସେଂଟର୍ ଓ ଡେଲିଭରି ଷ୍ଟେସନ ଆଦି ସମସ୍ତ ପରିଚାଳନା ସାଇଟ୍‌ଗୁଡିକରେ ଯୋଗାଯୋଗର ନୂତନ ଫର୍ମାଟ୍‌, ପ୍ରକ୍ରିୟା ପରିବର୍ତନ, ନୂତନ ପ୍ରଶିକ୍ଷଣ ପ୍ରକ୍ରିୟା ଓ ବିଭିନ୍ନ ନୀତି ପରିବର୍ତନ ମାଧ୍ୟମରେ ନିଜର କାର୍ଯ୍ୟକୁ ସଜାଡିଛି ।
ସମସ୍ତ ସହଯୋଗୀମାନଙ୍କ ପାଇଁ ସାଇଟ୍‌ଗୁଡିକରେ ଓ ଡେଲିଭରି ପାଇଁ ବାହାରକୁ ଯିବା ସମୟରେ ମୁହଁରେ ପିନ୍ଧିବା ପାଇଁ ଫେସ୍ ମାସ୍କ ଉପଲବ୍ଧ କରିବାଠାରୁ ଆରମ୍ଭ କରି ଭୂମିକା ଉପରେ ନିର୍ଭର କରି ଅତିରିକ୍ତ ବ୍ୟକ୍ତିଗତ ସୁରକ୍ଷା ଉପକରଣର ବ୍ୟବହାର କରିବା ଓ ଭାରତରେ ପରିଚାଳନା ସମୟରେ ତାପମାତ୍ରା ଯାଂଚକୁ କାର୍ଯ୍ୟକାରୀ କରିବା ଭଳି କିଛି ପ୍ରମୁଖ ପରିବର୍ତନ ଅଛି ଯାହାକୁ ଏବେ ସାମାଜିକ ଦୂରତା ଓ ସୁରକ୍ଷିତ ଡେଲିଭରି ନିଶ୍ଚିତ କରିବା ପାଇଁ ଆମାଜନ ଇଣ୍ଡିଆ କାର୍ଯ୍ୟକାରୀ କରୁଛି । ଏଥିରେ ଅନ୍‌ଗ୍ରାଉଣ୍ଡ ମିଟିଙ୍ଗ୍‌କୁ ଭର୍ଚୁଆଲ ଷ୍ଟାଣ୍ଡଅପ୍‌କୁ ସିଫ୍ଟ କରିବା, ପବ୍ଲିକ୍ ଆଡ୍ରେସ୍ ସିଷ୍ଟମଗୁଡିକର ଉପଯୋଗ କରିବା ଘୋଷଣାମାନ କରିବା, କ୍ୟାବ୍ ଅକ୍ୟୁପାନ୍ସି ପଲିସି ପରିବର୍ତନ ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରବେଶ ପଥରେ ସେଫ୍ଟି ଆମ୍ବାସାଡର୍‌ଙ୍କୁ ନିଯୁକ୍ତ କରିବା ଆଦି ସାମିଲ ରହିଛି । ସମସ୍ତ ସାଧାରଣ ଅଂଚଳରେ ସାମାଜିକ ଦୂରତା ନିୟମର ପାଳନ କରିବା ପାଇଁ କ୍ୟାଂଟିନ୍‌ରେ ଏକ ନୂତନ ଟୋକନ୍ ସିଷ୍ଟମ, ସ୍ନାକ୍ ଷ୍ଟେସନ୍‌ଗୁଡିକରେ ୨ଟି ଟ୍ରେ ପ୍ରକ୍ରିୟା, ୨ ମିଟର ଦୂରତାରେ ୱାଟର୍ ଡିସ୍‌ପେନ୍‌ସର୍ ଓ ଭେଣ୍ଡିଙ୍ଗ୍ ମେସିନ୍‌ଗୁଡିକୁ ରଖିବା ଆଦି ବ୍ୟବସ୍ଥା ଲାଗୁ କରାଯାଇଛି ।
ସାମାଜିକ ଦୂରତା ନିୟମର ଅନୁପାଳନ କରି ସର୍ବନିମ୍ନ ୨ ମିଟର ଦୂରତାର ନିଶ୍ଚିତ କରିବା ପାଇଁ ଏଥିରେ ସାମଗ୍ରୀଗୁଡିକୁ ଉଠାଇବା, ପ୍ୟାକ୍ ଓ ବ୍ୟାଗ୍ କରିବା ଉପାୟଗୁଡିକରେ ପରିବର୍ତନ ଆଦି ସାମିଲ ରହିଛି । ଡେଲିଭରି ସମୟରେ ଏବେ ସହଯୋଗୀମାନେ କଂଟାକ୍ଟଲେସ୍ ଡେଲିଭରି କରିବେ ଏବଂ କୌଣସି ପ୍ରକାରର ଶାରୀରିକ ଯୋଗଯୋଗକୁ ଏଡାଇବା ପାଇଁ ଅର୍ଡର୍‌କୁ ଗ୍ରାହକଙ୍କ ଘର ଦ୍ୱାରରେ ରଖିବେ । ସହଯୋଗୀ ନେଟ୍‌ୱର୍କ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ବିଭିନ୍ନ ନୀତିରେ ପରିବର୍ତନନ କରାଯାଇଛି । ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଷ୍ଟେସନରେ ତାପମାତ୍ରା ସ୍କ୍ରିନିଙ୍ଗ୍ ଓ ସମସ୍ତ ସାଇଟ୍‌ଗୁଡିକରେ ମୁହଁରେ ଫେସ୍ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ କର୍ମଚାରୀମାନଙ୍କର ଡେଲିଭରୀ ଜ୍ୟାକେଟଗୁଡ଼ିକୁ ମଧ୍ୟ ଦୈନିକ ସୁରକ୍ଷିତ ଉପାୟରେ ପରିଷ୍କାର କରାଯିବା ଆଦି ସାମିଲ ରହିଛି । ସମସ୍ତ ସାଇଟ୍‌ଗୁଡିକରେ ବାରମ୍ବାର ସ୍ପର୍ଶ କରାଯାଉଥିବା ଅଂଚଳଗୁଡିକୁ ସାନିଟାଇଜ୍ କରାଯିବା ସହ ଆହୁରି ଅନେକ ପଦକ୍ଷେପ ଗ୍ରହଣ ମାଧ୍ୟମରେ ଆମାଜନ ଇଣ୍ଡିଆ ପକ୍ଷରୁ ସ୍ୱଚ୍ଛତାର ଆବୃତି ଓ ତୀବ୍ରତାକୁ ବୃଦ୍ଧି କରାଯାଇଛି ।


Share It

Comments are closed.