ଆମାଜନ ଇଣ୍ଡିଆ ପକ୍ଷରୁ ସ୍ମାର୍ଟଚଏସ ପ୍ରୋଗ୍ରାମ ର ସମ୍ପ୍ରସାରଣ

Share It

ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଟାବଲେଟ ବର୍ଗରେ ଏହାର ସ୍ମାର୍ଟଚଏସ ପ୍ରୋଗ୍ରାମର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପ୍ରୋଗ୍ରାମ ସ୍ୱତନ୍ତ୍ର ଗ୍ରାହକ ଆବଶ୍ୟକତା ଓ ଉପଯୋଗିତା ଉପରେ ଆଧାର କରି ବିଶେଷଜ୍ଞଙ୍କ ପରାମର୍ଶ ମାଧ୍ୟମରେ ଡିଭାଇସ ଚୟନକୁ ସରଳ କରୁଛି। ଲାପଟପ ବର୍ଗରେ ସଫଳତା ପରେ ଆମାଜନ ଟାବଲେଟ ବର୍ଗରେ ଏହି ପ୍ରୋଗ୍ରାମକୁ ସମ୍ପ୍ରସାରଣ କରିଛି। ୨୦୨୪ରେ ୨୬%ର ବାର୍ଷିକ ଅଭିବୃଦ୍ଧି ସହିତ ଟାବଲେଟଗୁଡିକ ଆମାଜନ ଇଣ୍ଡିଆ ପାଇଁ ଉଚ୍ଚ ଅଭିବୃଦ୍ଧି ବର୍ଗର ଅନ୍ତର୍ଗତ । ସ୍ମାର୍ଟଚଏସ ପ୍ରୋଗ୍ରାମର ପ୍ରମୁଖ ଲାଭଗୁଡିକ ମଧ୍ୟରେ ପ୍ରତ୍ୟେକ ବ୍ୟବହାର ପାଇଁ କ୍ୟୁରେଟେଡ ସିଲେକ୍ସନ, ଟପ୍‌-ରେଟେଡ ପର୍‌ଫର୍ମାନ୍ସ, ବିଶେଷଜ୍ଞଙ୍କ ପରାମର୍ଶ, ଚମତ୍କାର ମୂଲ୍ୟ ସାମିଲ ରହିଛି। ଏହି ପ୍ରୋଗ୍ରାମ ପ୍ରତିଦିନ ବ୍ୟବହାରଠାରୁ ଆରମ୍ଭ କରି ଶିକ୍ଷା, ମନୋରଞ୍ଜନ, ବୃତିଗତ ପ୍ରୟୋଗ ଓ ଗେମିଂ ଆଦି ବିଭିନ୍ନ ଉପଭୋକ୍ତା ଆବଶ୍ୟକତା ଉପରେ ଆଧାର କରି ଡିଭାଇସଗୁଡିକର ବର୍ଗୀକରଣ କରିଛି। ପ୍ରତ୍ୟେକ ବର୍ଗ ପାଇଁ ଏକ ସ୍ୱାଧୀନ ଟେକ୍ନିକାଲ ଏଜେନ୍ସି ଉତ୍ପାଦଗୁଡିକ ନିଶ୍ଚିତ ରୂପେ ପୂରଣ କରୁଥିବା କାର୍ଯ୍ୟଦକ୍ଷତା ମାନଦଣ୍ଡ ସ୍ଥାପନ କରୁଛି।
ଏସମ୍ପର୍କରେ ଆମାଜନ ଇଣ୍ଡିଆର କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ବିଭାଗର ନିର୍ଦ୍ଦେଶକ, ଜେବା ଖାନ କହିଛନ୍ତି, “ ସ୍ମାର୍ଟଚଏସ ପ୍ରୋଗ୍ରାମ କ୍ରୟ ଅନୁଭୂତିକୁ ବହୁମାତ୍ରାରେ ଉନ୍ନତ କରିବା ସହ ଏହା ସଠିକତା ପାଇଁ ଚମତ୍କାର ମତାମତ ହାସଲ କରିଛି। ଗ୍ରାହକଙ୍କ ତଥ୍ୟ ଉନ୍ମୋଚନ କରିଛି ଯେ, କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ଓ ଟେକ୍ନିକାଲ ସ୍ପେଶିଫିକେଶନରେ ଉପଲବ୍ଧ ବିଭିନ୍ନ ବିକଳ୍ପକୁ ନେଇ ଗ୍ରାହକମାନେ ପ୍ରାୟତଃ ଦ୍ୱନ୍ଦରେ ପଡିଥାନ୍ତି। ଏହି ପ୍ରୋଗ୍ରାମ ଉକ୍ତ ଆହ୍ୱାନକୁ ଦୂର କରିଛି। ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକୁ ତୁଳନା କରିବା ପରିବର୍ତେ ଗ୍ରାହକମାନେ ଏବେ ନିଜର ଲକ୍ଷିତ ଉପଯୋଗ ଆଧାରରେ ଡିଭାଇସ ଚୟନ କରିପାରିବେ, ଯାହାକୁ ଚମତ୍କାର ମୂଲ୍ୟରେ ପ୍ରଦାନ କରାଯିବ ଏବଂ ଏହା ବିଶେଷଜ୍ଞଙ୍କ ଦ୍ୱାରା ବୈଧ ଅଟେ।”
ଏହି ପ୍ରୋଗ୍ରାମର କ୍ୟୁରେଟେଡ ସିଲେକ୍ସନରେ ସାମସଙ୍ଗ, ଲେନୋଭୋ, ଆସୁସ, ଅନର, ଏସର ଓ ଏଚପି ଭଳି ଅଗ୍ରଣୀ ବ୍ରାଣ୍ଡଗୁଡିକର ଟପ-ରେଟେଡ ଟାବଲେଟ ସାମିଲ ରହିଛି। ଲାପଟପ ପାଇଁ ଆରମ୍ଭ କରାଯିବା ପରଠାରୁ ସ୍ମାର୍ଟଚଏସ ପ୍ରୋଗ୍ରାମ ବିକ୍ରି କ୍ଷେତ୍ରରେ ୩ ଗୁଣ ବୃଦ୍ଧି ପାଇଛି ଏବଂ ୨୦୨୪ରେ ପ୍ରିମିୟମ ଲାପଟପ କ୍ରୟରେ ୩୦% ବୃଦ୍ଧିର ଯୋଗଦାନ ଦେଇଛି। ଆମାଜନ ଡଟ ଇନରେ ସ୍ମାର୍ଟଚଏସ ପ୍ରୋଗ୍ରାମ ଅଧିନରେ ଉପଲବ୍ଧ କିଛି ଲୋକପ୍ରିୟ ଡିଭାଇସଗୁଡିକ ମଧ୍ୟରେ ଲେନୋଭୋ ଟାବ ପ୍ଲସ, ଏସର ସ୍ୱିଫ୍ଟ ଗୋ ୧୪ ବିଲ୍ଟ-ଇନ ଏଆଇ ପିସି ପ୍ରିମିୟମ ଲାପଟପ, ସାମସଙ୍ଗ ଗ୍ୟାଲାକ୍ସି ଟାବ ଏସ୯ ଏଫଇ, ଲେନୋଭୋ ଆଇଡିଆପ୍ୟାଡ ଫ୍ଲେକ୍ସ୫, ଏଚପି ଭିକ୍ଟସ, ୧୩ ଜେନ୍ ଇଂଟେଲ କୋର ଆଇ୭, ଆସୁସ ଭିଭୋବୁକ ୧୫ ଆଦି ସାମିଲ ରହିଛି। ଗ୍ରାହକମାନେ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ହୋମ ପେଜ କିମ୍ବା ନିମ୍ନରେ ଦିଆଯାଇଥିବା ଲିଙ୍କଗୁଡିକ ମାଧ୍ୟମରେ ନୂଆ ସ୍ମାର୍ଟଚଏସ ଟାବଲେଟ ଓ ଲାପଟପ ଷ୍ଟୋରକୁ ସହଜରେ ଆକ୍‌ସେସ କରିପାରିବେ।


Share It

Comments are closed.