POKରେ ବଢ଼ୁଛି ଦୁଷ୍କର୍ମ ମାମଲା; ଭିଡିଓ ଜାରି କରି ମୋଦିଙ୍କୁ ଅନୁରୋଧ କଲେ ଯୁବତୀ

Share It

ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚର ବଢ଼ିବାରେ ଲାଗିଛି। ଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଲୋଡିଛନ୍ତି। ଗଣଦୁଷ୍କର୍ମର ଶିକାର ହୋଇଥିବା ମାରିଆ ତାହିର ଗତ ସାତ ବର୍ଷ ଧରି ନ୍ୟାୟ ପାଇଁ ସଂଗ୍ରାମ କରୁଛନ୍ତି। ସେପଟେ ଆଶ୍ରୟ ଏବଂ ସୁରକ୍ଷା ପାଇଁ ସେ ନରେନ୍ଦ୍ର ମୋଦୀଙ୍କଠାରୁ ସାହାଯ୍ୟ ଲୋଡିଛନ୍ତି। ସେ ଏକ ଭାବପ୍ରବଣ ଭିଡିଓ ଜାରି କରି କହିଛନ୍ତି ଯେ ତାଙ୍କ ସହିତ ତାଙ୍କ ପିଲାମାନଙ୍କ ଜୀବନ ବିପଦରେ ଅଛି।

ଭିଡିଓ ବାର୍ତ୍ତାରେ ମାରିଆ ତାହିର କହିଛନ୍ତି ଯେ “ମୁଁ ଗତ ସାତ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ କରୁଛି। ପୋକ୍ ପୋଲିସ, ସରକାର ଏବଂ ନ୍ୟାୟପାଳିକା ମୋତେ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଏହି ଭିଡିଓ ମାଧ୍ୟମରେ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରୁଛି, ଆମକୁ ଭାରତ ଆସିବାକୁ ଅନୁମତି ଦିଅନ୍ତୁ। ସେ କହିଛନ୍ତି ଯେ ମୋର ପିଲାମାନଙ୍କୁ ମୃତ୍ୟୁ ଧମକ ଦିଆଯାଉଛି। ସ୍ଥାନୀୟ ପୋଲିସ ଏବଂ ଜଣେ ବରିଷ୍ଠ ରାଜନେତା ଚୌଧୁରୀ ତାରିକ ଫାରୁକ୍ ମୋତେ ଏବଂ ମୋ ପିଲାଙ୍କୁ ଯେକୌଣସି ସମୟରେ ହତ୍ୟା କରିଦେଇପାରନ୍ତି ବୋଲି କହିଛନ୍ତି ମାରିଆ। ଆମକୁ ଆଶ୍ରୟ ଏବଂ ସୁରକ୍ଷା ଯୋଗାଇବାକୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରୁଛି ବୋଲି ଭିଡିଓରେ କହିଛନ୍ତି ମାରିଆ।

ମାରିଆ ତାଙ୍କର ଏକ ପୂର୍ବ ଭିଡିଓରେ ସେ କହିଥିଲେ ଯେ ମୋ ଉପରେ ହୋଇଥିବା ଅପରାଧରେ ଅରୁଣ ରସିଦ, ମାମୁନ ରସିଦ, ଜାମିଲ ଶାଫି, ୱାକାସ ଆଶ୍ରାଫ, ସାନାମ ହାରୋନ୍ ଏବଂ ଅନ୍ୟ ତିନିଜଣ ସମ୍ପୃକ୍ତ ଅଛନ୍ତି। ୨୦୧୫ ମସିହାରେ ଘଟିଥିବା ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ମୁଁ ନ୍ୟାୟାଳୟ ଆଗରେ ବୁଲୁଛି ବୋଲି କହିଛନ୍ତି ମାରିଆ। ମାରିଆ ତାହିରଙ୍କ କହିବାନୁଯାୟୀ ସେ ପୋଲିସ ଏବଂ ସ୍ଥାନୀୟ ରାଜନେତାଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ। କିନ୍ତୁ ନ୍ୟାୟ ପାଇବାରେ ବିଫଳ ହୋଇଥିଲେ। ପାକିସ୍ତାନ ଅଧିକୃତ-କାଶ୍ମୀରର ପ୍ରଧାନ ବିଚାରପତିଙ୍କ ସମେତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅନେକ ଚିଠି ଲେଖିଥିଲେ କିନ୍ତୁ କିଛି ବି ଫଳ ମିଳିପାରିନଥିଲା। ଏବେ ମୋଦି ଏକମାତ୍ର ସାହାଭରସା ବୋଲି କହିଛନ୍ତି ମାରିଆ।


Share It

Comments are closed.