କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ବଡଦାଣ୍ଡରେ ଗଡିବ ୩ ରଥ
ହଟିଲା ସସ୍ପେନ୍ସ, ବଡଦାଣ୍ଡରେ ଗଡିବ ରଥ ।ଦୀର୍ଘଦିନ ଧରି ଚାଲିଥିବା ଦ୍ୱନ୍ଦରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ସୁପ୍ରିମକୋର୍ଟ ପୁରୀ ରଥଯାତ୍ରା ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ପୁରୀରେ ରଥ ଯାତ୍ରା ଆୟୋଜନ ନେଇ ଅନୁମତି ଦେଇଛନ୍ତି । ବଡଦାଣ୍ଡରେ ଚଳିତ ବର୍ଷ ରଥ ଗଡିବା ନେଇ ସୁପ୍ରିମକୋର୍ଟ ରାୟ ଦେଇଥିଲେ ମଧ୍ୟ ବିନା ଭକ୍ତରେ ଘୋଷଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି । କେବଳ ପୁରୀରେ ରଥ ଯାତ୍ରା ଆୟୋଜିତ ନେଇ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି। କୋଭିଡ୍ ସଂପର୍କିତ ସମସ୍ତ ନିୟମ ମାନିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ବେଦନଶୀଳ ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ବୋପନ୍ନା ଓ ବିଚାରପତି ମାହେଶ୍ଵରୀଙ୍କ ତିନି ଜଣିଆ ଖଣ୍ଡପୀଠ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି।
ଶୁଣାଣି ସମୟରେ ରଥ ଯାତ୍ରା କିପରି ଅନୁଷ୍ଠିତ ହେବ ଏବଂ ତାର ଆୟୋଜନ ସଂପର୍କରେ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ଓଡିଶା ସରକାର ନିଷ୍ପତ୍ତି ନେବେ। ସୁପ୍ରିମକୋର୍ଟ ତାଙ୍କ ରାୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଓଡିଶା ସରକାରଙ୍କ ଉପରେ ଏହି ନିଷ୍ପତ୍ତି ଛାଡିଛନ୍ତି। ଭକ୍ତ ରଥ ଟାଣି ପାରିବେ ନାହିଁ। ବଡଦାଣ୍ଡରେ ଭକ୍ତ ରଥ ଟାଣି ପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟରେ କହିଛନ୍ତି। ରଥ ଯାତ୍ରାର ସିଧା ପ୍ରସାରଣ ହେବ ଏବଂ ଟେଲିଭିଜନ ଜରିଆରେ ଭକ୍ତ ଏଥର ରଥ ଯାତ୍ରା ଦେଖିେବେ। ରାଜ୍ୟ ସରକାର ରଥ ଯାତ୍ରା ଆୟୋଜନରେ କେନ୍ଦ୍ରର ସାହାଯ୍ୟ ନେବେ ବୋଲି କହିଛନ୍ତି। ଏହି ପରି ପୁରୀ ଜିଲ୍ଲାପାଳ ମଧ୍ୟ କୋଭିଡ୍-୧୯ ନିୟମ ଅନୁଯାୟୀ ରଥ ଯାତ୍ରା ପାଳନ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି।
ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ବିଶ୍ଵରେ ଥିବା ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି। ଫଳରେ ଆସନ୍ତାକାଲି ପୁରୀ ବଡ ଦାଣ୍ଡରେ ତିନି ରଥ ଗଡିବା ନେଇ ପଥର ପରିଷ୍କାର ହୋଇଛି। ତିନି ଦିଅଁଙ୍କ ଲାଗି ତିନି ରଥ ପ୍ରସ୍ତୁତ ହୋଇ ବଡଦାଣ୍ଡରେ ଛିଡା ହୋଇଛି। ଆଜି ସକାଳେ ପରମ୍ପରା ଓ ରୀତି ନୀତି ସଂପର୍କ କରାଯାଇ ତିନି ରଥରେ ଆଜ୍ଞାମାଳ ବିଜେ କରା ଯାଇଛି। ଏହା ପରେ ତିନି ରଥକୁ ସିଂହ ଦ୍ଵାର ସମ୍ମୁଖକୁ ଟଣାଯାଇ ଛିଡା କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ୧୮ତାରିଖ ଦିନ ପୁରୀରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ସେହି ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ବର୍ତ୍ତମାନ ସମୟରେ ରଥଯାତ୍ରା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ତେବେ ଆଜିର ଶୁଣାଣିରେ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
Comments are closed.