୨୦୧୪ରେ ପୃଥିବୀ ଉପରେ ଆକ୍ରମଣ କରିଥିଲେ ଏଲିୟନ, ୮ ବର୍ଷ ପରେ ବାହାରିଲା ସତ !
ସତରେ କଣ ଅଛନ୍ତି ଏଲିୟନ । ନା ସବୁ କାଳ୍ପନିକ କଥା । ତେବେ ପୃଥିବୀ ବାହାରେ ଜୀବଜଗତ ଥିବା ନେଇ ଦୀର୍ଘଦିନ ହେଲା ବୈଜ୍ଞାନିକମାନେ ଦାବି କରି ଆସୁଛନ୍ତି । କେହି ବାହାର ଗ୍ରହର ଜୀବନକୁ ନଦେଖିଥିଲେ ମଧ୍ୟ ଅନେକ ପ୍ରମାଣ ମିଳିଛି । କେହି ଏହାକୁ ମାନୁଥିଲେ ଆଉ କେହି ଏହାକୁ ମାନିବାକୁ ନାରାଜ । ତେବେ ଏଲିୟନଙ୍କ ବାବଦରେ ୟୁଏସ ସ୍ପେସ୍ କମାଣ୍ଡ ଏକ ବଡ ଖୁଲାସା କରିଛି ।
ୟୁଏସ ସ୍ପେସ୍ କମାଣ୍ଡର ରିପୋର୍ଟ ଅନୁସାରେ, ଜାନୁଆରୀ ୨୦୧୪ ରେ ପୃଥିବୀରେ ଏକ ଉଲକାପିଣ୍ଡ ଧକ୍କା ହୋଇଥିଲା । ତାହା ଉଲକାପିଣ୍ଡ ନୁହେଁ ଏଲିୟନ ଥିଲା । ଯାହା ଅନ୍ୟ ସୌରମଣ୍ଡଳରୁ ଆସିଥିଲା । ଏହା ପୃଥିବୀକୁ ଆସିଥିବା ପ୍ରଥମ ଇଣ୍ଟରଷ୍ଟେଲର ଅବଜେକ୍ଟ ବୋଲି ମଧ୍ୟ କୁହାଯାଉଛି ।
ହାଭାର୍ଡ ବୈଜ୍ଞାନିକଙ୍କ ଗବେଷଣା
ହାଭାର୍ଡ ବୈଜ୍ଞାନିକ ଅମିର ସିରାଜ ଓ ଆବ୍ରାହମ ଲୋଏବ ଟ୍ୱିଟରରେ ଲେଖିଥିଲେ ଯେ, ୨୦୧୪ରେ ଅନ୍ୟ ସୌର ମଣ୍ଡଳରୁ ପୃଥିବୀ ଉପରେ ଆକ୍ରମଣ କରିଥିଲା । ଏହାର ଗତି ଦେଖି ବୈଜ୍ଞାନିକମାନେ ଅନୁମାନ ଲଗାଇ ଦେଇଥିଲେ । ଏହାର ଆକାର ମାତ୍ର ୧.୫ ଫୁଟ୍ ଥିଲା ।
ଅନେକ ସମୟ ଧରି ଲୁଚି ରହିଥିଲା
ଯେଉଁମାନେ ଏହି ବସ୍ତୁ ଉପରେ ରିସର୍ଚ୍ଚ କରିଥିଲେ, ସେମାନେ କୌଣସି ଠୋସ୍ ତଥ୍ୟ ପାଇ ନାହାଁନ୍ତି । ଏପରିକି ରିସର୍ଚ୍ଚ ବାବଦରେ କୌଣସି ତଥ୍ୟ କିଛି ଜର୍ଣ୍ଣାଲରେ ମଧ୍ୟ ଛପାଯାଇ ନାହିଁ । ଏବେ କିନ୍ତୁ ୟୁଏସ କମାଣ୍ଡ ଏବାବଦରେ କହିଛି । ଏ ବାବଦୀୟ ତଥ୍ୟ ଗତ ୬ ତାରିଖରେ ଆମେରିକା ସାର୍ବଜନୀନ କରିଛି ।
ପୃଥିବୀକୁ ଆସିଥିବା ପ୍ରଥମ ଏଲିୟନ
ଟ୍ୱିଟରେ କମାଣ୍ଡ ସେଣ୍ଟର ଡିପୁଟି ଲେଫ୍ଟନାଣ୍ଟ କମାଣ୍ଡର ଜନ୍ ଇ ସ କହିଛନ୍ତି ଯେ, ୨୦୧୯ରେ ଯେଉଁ ବିଶ୍ଲେଷଣ କରାଯାଇଥିଲା ତାହା ଠିକ୍ ଥିଲା । ଏହି ବସ୍ତୁ ଅନ୍ୟ ତାରାରୁ ଆସିଥିଲା । ଏହା ଅନ୍ୟ କୌଣସି ସୌରମଣ୍ଡଳରୁ ଆସିଥିଲା । ଯାହା କି ପ୍ରଥମ । ଏହା ପୃଥିବୀର ବାୟୁମଣ୍ଡଳକୁ ସ୍ପର୍ଶ କରିବା ମାତ୍ରେ ବିସ୍ଫୋରଣ ହୋଇ ନଷ୍ଟ ହୋଇଯାଇଥିଲା ।
Comments are closed.