ମୁମ୍ବାଇର କରୋନା ଯୋଦ୍ଧାଙ୍କ ପାଇଁ ସରପ୍ରାଇଜ ପଠାଇ ପ୍ରଶଂସା ସାଉଁଟୁଛନ୍ତି ଆଲିଆ ଭଟ୍ଟ

Share It

କରୋନା ଭାଇରସ ମହାମାରୀ ମଧ୍ୟରେ ଅନେକ ବଲିଉଡ ତାରକା ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି । ପିଏମ କେୟାର ଫଣ୍ଡରେ ସହାୟତା ରାଶି ଦେବା ପରେ ମଧ୍ୟ ଏହି ସେଲିବ୍ରିଟିମାନେ ନିଜ ସ୍ତରରେ ଅଲଗା ଅଲଗା ସହାୟତା ଦେବା ପାଇଁ ଆଗକୁ ଆସୁଛନ୍ତି । ନୀକଟରେ ଆଲିଆ ଭଟ୍ଟ କରୋନା ଭାଇରସର ଯୋଦ୍ଧାମାନଙ୍କ ପାଇଁ ଏକ ସର୍‌ପ୍ରାଇଜ ପଠାଇଛନ୍ତି, ଯେଉଁଥିପାଇଁ ଆଲିଆଙ୍କୁ ଅନେକ ପ୍ରଶଂସା କରାଯାଉଛି ।
ମୁମ୍ବାଇର କେଇଏମ ହସପିଟାଲରେ କାର୍ଯ୍ୟରତ ଡାକ୍ତର ଶ୍ରୀପଦ ଗଙ୍ଗାପୁରକର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଏକ ଚକଲେଟ ବାର, ସ୍ୱିଟ ବନ,ଡ୍ରିଙ୍କ ସହିତ କିଛି ସ୍ନାକ୍ସ ମଧ୍ୟ ଦେଖିବାକୁ ମିଳୁଛି । ଏହି ବାକ୍ସରେ ଗୋଟିଏ ପେପରରେ ନୋଟ ମଧ୍ୟ ରହିଛି ଯେଉଁଥିରେ ଲେଖା ରହିଛି, “ଥ୍ୟାଙ୍କ ୟୁ ଆପଣ ଯାହାବି କରୁଛନ୍ତି ଲୋକଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ । ଆପଣମାନେ ପ୍ରକୃତ ହିରୋ ଅଟନ୍ତିା”
ଡାକ୍ତର ଶ୍ରୀପଦ ଆଲିଆ ଭଟ୍ଟଙ୍କର ଏହି ପଦକ୍ଷେପକୁ ଅନେକ ପ୍ରଶଂସା କରିଛନ୍ତି । ଏହାର କୃତଜ୍ଞତା ଜଣାଇ ସେ ଲେଖିଛନ୍ତି ଯେ, “ଧନ୍ୟବାଦ ଆଲିଆ ଭଟ୍ଟ ଏହି ସ୍ୱିଟ ସରପ୍ରାଇଜ ପାଇଁ । କରୋନା ମହାମାରୀର ଏହି ଭୟଙ୍କର ସମୟ ମଧ୍ୟରେ ଆପଣଙ୍କ ଗିଫ୍ଟ ବହୁତ ଖାସ ଅଟୋ” ଜଣେ ୟୁଜରଙ୍କୁ ଉତର ଦେଇ ଡାକ୍ତର ଶ୍ରୀପଦ ଏହା ମଧ୍ୟ କହିଛନ୍ତି ଯେ, ଆଲିଆ ଭଟ୍ଟ ଏହି ପ୍ରକାର ବାକ୍ସ ମୁମ୍ବାଇର ସବୁ ଡାକ୍ତରଙ୍କୁ ପଠାଇଛନ୍ତି । ଆଲିଆଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କ ପ୍ରଶଂସକମାନେ ଆଲିଆଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।


ଆଲିଆ ଭଟ୍ଟ ବର୍ତମାନ ଅନ୍ୟମାନଙ୍କ ଭଳି ଲକଡାଉନର ପାଳନ କରି ନିଜ ଘରେ ସମୟ ବିତାଉଛନ୍ତି । ରବିବାର ଦିନ ସେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ତାଙ୍କର ହେୟାରଷ୍ଟାଇଲ ବଦଳିବା ଭଳି ନଜର ଆସୁଥିଲା । ଏହାକୁ ସେୟାର କରି ଆଲିଆ ଲେଖିଥିଲେ ଯେ ୬୦ ଦିନ ପରେ ଷ୍ଟ୍ରଙ୍ଗ, ଫିଟ ଏବଂ ବର୍ପ୍ସରେ ଆହୁରି ଭଲ ହୋଇଯାଇଛି । ସ୍କିପିଙ୍ଗରେ ମଧ୍ୟ ଭଲ ହୋଇଯାଇଛି । ପୁସଅପ୍ସରେ ଆହୁରି ଭଲ ହୋଇଯାଇଛି । ନିଜ ହେୟାର କଟିଙ୍ଗ ଘରେ କରିଥିବା ସେ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।


Share It

Comments are closed.