ଆଇରନ୍ ମ୍ୟାନ୍‌ ଓ ପ୍ରିୟଙ୍କାଙ୍କୁ ପଛରେ ପକାଇ ଗ୍ଲୋବାଲ୍ ଇନଫ୍ଲୁଏନ୍ସ ତାଲିକାରେ ୬ ନମ୍ବରରେ ଆଲିଆ

Share It

ଆଲିଆ ଭଟ୍ଟ ନେଟଫ୍ଲିକ୍ସ ସିରିଜ୍ ମାଧ୍ୟମରେ ହଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ସୋସିଆଲ ମିଡିଆରେ ଅନେକ ବଡ ହଲିଉଡ୍ ସେଲିବ୍ରିଟିଙ୍କୁ ପଛରେ ପକାଇଛନ୍ତି। ସେ କ୍ରିସ ହେମସୱର୍ଥ, ରୋବର୍ଟ ଡାଉନି ଜୁନିୟର୍ ଏବଂ ଜେନିଫର ଲୋପେଜଙ୍କ ଭଳି ଷ୍ଟାରଙ୍କୁ ପଛରେ ପକାଇ ଗ୍ଲୋବାଲ ଚାର୍ଟରେ ସୋସିଆଲ ମିଡିଆର ଟପ୍ ୬ ସେଲିବ୍ରିଟିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଲିଆ ଗ୍ଲୋବାଲ୍ ଇନଫ୍ଲୁଏନ୍ସର ତାଲିକାରେ ୬ ନମ୍ବର ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଅଭିନେତ୍ରୀ ଜେନଡାୟା ଏକ ନମ୍ବରରେ ଅଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଟମ୍ ହଲାଣ୍ଡ, ତୃତୀୟରେ ଡୱେନ୍ ଜନସନ୍, ଚତୁର୍ଥରେ କୋରିଆର ରାପର୍ ଜେ. ହୋପ୍ ଏବଂ ପଞ୍ଚମ ସ୍ଥାନରେ ଅଭିନେତା ୱିଲ୍ ସ୍ମିଥ୍ ଅଛନ୍ତି।

ଇନଷ୍ଟାଗ୍ରାମରେ ଆଲିଆ ଭଟ୍ଟଙ୍କର ୬୪.୧ ମିଲିୟନ୍ ଫଲୋୟର୍ସ ଅଛନ୍ତି। ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର, ଶ୍ରଦ୍ଧା କପୁର ଏବଂ ରଶ୍ମିକା ମନ୍ଦନାଙ୍କ ଭଳି ସେଲିବ୍ରିଟି ମଧ୍ୟ ଅଛନ୍ତି। ପ୍ରିୟଙ୍କା ଚୋପ୍ରା ଇନଷ୍ଟାଗ୍ରାମରେ ୭୬.୮ ମିଲିୟନ୍ ଫଲୋୟର୍ସଙ୍କ ସହ ୧୩ ନମ୍ବରରେ ଅଛନ୍ତି। ଏଥି ସହିତ ଅକ୍ଷୟ କୁମାର ଏହି ତାଲିକାରେ ୧୪ ନମ୍ବର, ଶ୍ରଦ୍ଧା କପୁର ୧୮ ନମ୍ବର ଏବଂ ରଶ୍ମିକା ମନ୍ଦନା ୧୯ ନମ୍ବର ସ୍ଥାନରେ ଅଛନ୍ତି। ତେବେ ଏହି ସେଲିବ୍ରେଟ୍ମାନଙ୍କ ତୁଳନାରେ ଆଲିଆଙ୍କର କମ୍ ଫଲୋୟର୍ସ ଥାଇ ମଧ୍ୟ ସେ ବହୁତ ଆଗରେ। ଆଲିଆଙ୍କ ଏନଗେଜମେଣ୍ଟ ୧.୯ ମିଲିୟନ୍।

 


Share It

Comments are closed.