ସନ୍ଦୀପ ରାଜେନ୍ଦ୍ର ସିଂହ “ଅଖିଳ ଭାରତୀୟ ଜନ ସଂଘ’ ଦଳର ନୂଆ ଜାତୀୟ ସଭାପତି ନିଯୁକ୍ତ
ଭୁବନେଶ୍ୱର: ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଅଖିଳ ଭାରତୀୟ ଜନ ସଂଘ (ଏବିଜେଏସ୍) ପକ୍ଷରୁ ଯୁବ ନେତା ସନ୍ଦୀପ ସିଂହ ରାଜେନ୍ଦ୍ରଙ୍କୁ ଦଳର ନୂଆ ଜାତୀୟ ସଭାପତି ଭାବେ ନିଯୁକ୍ତ କରାଯାଇଛି । ଦଳ ଏହାର କୋର୍ ଓ ୱାର୍କିଂ କମିଟି ମଧ୍ୟ ଚୂଡ଼ାନ୍ତ କରିସାରିଛି । ଡିସେମ୍ବର ୨୩ ଠାରୁ ଏହା ଜାତୀୟ ସ୍ତରରେ ଏକ ବ୍ୟାପକ ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏକ ନୂତନ ଭାରତ ଗଠନ କରିବା ଲାଗି ସନାତନ ଧର୍ମ, ରାମ ରାଜ୍ୟ, ରାମ ଯାତ୍ରା, ଭାରତୀୟତା ଓ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିକୁ ନେଇ ଏହା ନୂଆ ଆକ୍ସନ ପ୍ଲାନ୍ ଓ ଏଜେଣ୍ଡା ମଧ୍ୟ ଘୋଷଣା କରିଛି । ଖୁବ୍ଶୀଘ୍ର
କଂପାନି ସାରା ଦେଶରେ ରାମଯାତ୍ରା ଆରମ୍ଭ କରିବ ଏବଂ ପ୍ରଥମ ଯାତ୍ରା ଡିସେମ୍ବର ମଧ୍ୟ ଭାଗରୁ ତାମିଲନାଡୁର ରାମ ସେତୁରୁ ଆରମ୍ଭ ହେବ । ଶ୍ରୀ ମୁଖାର୍ଜୀଙ୍କ ଭାରତୀୟ ଜନ ସଂଘ ପାର୍ଟିିର୍ ୧୯୭୭ରେ ଜନତା ପାର୍ଟି ସହିତ ମିଶି ଯାଇଥିଲା । ସଂଖ୍ୟା ଲଘୁ କମିସନ ଗଠନ କରିବା ଦାନିରେ ସଂଘର ଜଣେ ସଦସ୍ୟ ଜନତା ପାର୍ଟିରୁ ଓହରି ଆସିଥିଲେ । ତାଙ୍କ ପଦାଙ୍କ ଅନୁସରଣ କରି ଆଉ କିଛି ସଦସ୍ୟ ଜନତା ପାର୍ଟିରୁ ବାହାରି ଆସିଥିଲେ । ଏହିଭଳି ଭାବେ ଜନତା ପାର୍ଟିର ବିଭାଜନ ହୋଇଥିଲା । ଗୋଟିଏ ଅଖିଳ ଭାରତୀୟ ଜନ
ସଂଘ ଓ ଅନ୍ୟଟି ଭାରତୀୟ ଜନତା ପାର୍ଟି (ବିଜେପି) ଭାବେ ଗଠନ ହୋଇଥିଲା । ଉଭୟ ଦଳର ଚିନ୍ତାଧାରା ଅଲଗା ରହିଥିଲା । ନବ ନିଯୁକ୍ତ ଜାତୀୟ ସଭାପତି ସୁନ୍ଦୀପ ରାଜେନ୍ଦ୍ର ସିଂହ ପାର୍ଟିର ନୂଆ ଚିନ୍ତାଧାରା ବିଷୟରେ କହିଛନ୍ତି ଯେ, “ଯୁବ ଶକ୍ତି ଓ ଯୁବ ନେତୃତ୍ୱ ଟିମ୍କୁ ନେଇ ଦେଶରେ ପାର୍ଟି ଏହାର ରାଜନୈତିକ ଭୂମିକାକୁ ପରିବର୍ତନ କରିଛି । ଦଳର ଏକ ବଡ଼ ସଂଖ୍ୟକ ଯୁବ କ୍ୟାଡର ଓ ନେତା ରଘୁକୂଳ ରିତି ପ୍ରତି ଦୃଢ଼ ଭାବେ ସମର୍ଥନ ପ୍ରଦାନ କରୁଛନ୍ତି ଏବଂ ଏହା ନିଶ୍ଚିତ ଦଳର ରାମରାଜ୍ୟ ମୂଲ୍ୟବୋଧନର ସନ୍ଧାନକୁ ସଫଳ କରିବ ଓ ଦଳର ସମସ୍ତ ସଦସ୍ୟ, ସମର୍ଥକ ସନାତନ ଧର୍ମ ପ୍ରତି ପୂର୍ଣ୍ଣ ପ୍ରତିବଦ୍ଧତା ପ୍ରଦାନ କରିବ ।’’ ଦଳର ଜାତୀୟ ଟିମ୍ରେ ସାବିତ୍ରୀ ସିଂହଙ୍କୁ ସାଧାରଣ ସମ୍ପାଦକ, ଡକ୍ଟର ଗୌରବ (ଜାତୀୟ) ଉପ ସଭାପତି, ଦୀପକ କୁମାର , ଜାତୀୟ ସଂଯ୍ଧେକ୍ସଳ ଓ ହରିନାଥ ଜମିନ୍ଦର ସିଂହଙ୍କୁ ଜାତୀୟ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।
Comments are closed.