ଏୟାରଟେଲ ଏକ୍ସଟ୍ରିମ ଫାଇବର ପକ୍ଷରୁ ‘ସିକ୍ୟୋର ଇଂଟରନେଟ’ର ଶୁଭାରମ୍ଭ

Share It

ଭୁବନେଶ୍ୱର: ଭାରତରେ ଗ୍ରାହକମାନେ ବର୍ତମାନ ୱର୍କ ଫ୍ରମ ହୋମ, ଇ-କମର୍ସ ଏବଂ ମନୋରଞ୍ଜନ ପାଇଁ ଅନ୍‌ଲାଇନ୍‌ରେ ଅଧିକ ସମୟ ବିତାଉଥିବାରୁ ସେମାନଙ୍କ ପାଇଁ ସାଇବର ବିପଦ ଆହୁରି ଅଧିକ ବଢ଼ିଯାଇଛି । ସିଇଆରଟି-ଇନ୍ ର ମିଳିତ ତଥ୍ୟ ଅନୁଯାୟୀ ୨୦୨୦ ମଧ୍ୟରେ ଭାରତରେ ସାଇବର ଆକ୍ରମଣରେ ୩୦୦% ବୃଦ୍ଧି ଘଟିଛି । ଷଷ୍ଠ ବାର୍ଷିକ ନର୍ଟନ ସାଇବର ସେଫଟି ଇନ୍‌ସାଇଟ୍‌ର ରିପୋର୍ଟ ଅନୁଯାୟୀ ଗତ ୧୨ ମାସ ମଧ୍ୟରେ ଭାରତର ପାଖାପାଖି ୫୯% ବୟସ୍କ ସାଇବର ଅପରାଧର ଶିକାର ହୋଇଛନ୍ତି । ଏଭଳି ସ୍ଥିତିରେ ନିଜ ଗ୍ରାହକମାନଙ୍କ ପାଇଁ ଏହି ବୃହତ ଉଦୀୟମାନ ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ଏୟାରଟେଲ ଏକ୍ସଟ୍ରିମ ଫାଇବର ପକ୍ଷରୁ ‘ସିକ୍ୟୋର ଇଂଟରନେଟ’ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନ୍‌ଲାଇନ ସେବାର ଶୁଭାରମ୍ଭ କରାଯାଇଛି । ଏହା ୱାଇ-ଫାଇ ମାଧ୍ୟମରେ ଏୟାରଟେଲ ଏକ୍ସଟ୍ରିମ ଫାଇବର ସହିତ ସଂଯୁକ୍ତ ଥିବା ସମସ୍ତ ଡିଭାଇସଗୁଡ଼ିକ ପାଇଁ ଏୟାରଟେଲର ନେଟୱର୍କ ସୁରକ୍ଷା ଉପକରଣଗୁଡ଼ିକର ବ୍ୟବହାର କରି ସଠିକ ସମୟରେ ମାଲୱେଅର(ଭାଇରସ ସମେତ), ଅଧିକ ବିପଦପୂର୍ଣ୍ଣ ୱେବସାଇଟ ଏବଂ ଆପ୍ଳିକେସନଗୁଡ଼ିକୁ ସଠିକ ସମୟରେ ବ୍ଲକ କରିଥାଏ ।
ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ‘ସିକ୍ୟୋର ଇଂଟରନେଟ’ ଏକାଧିକ ସୁରକ୍ଷା ମୋଡ଼ ପ୍ରଦାନ କରିଥାଏ । ଏହାର ଚାଇଲ୍ଡ ସେଫ ଓ ଷ୍ଟଡି ମୋଡ଼ ସହିତ ଗ୍ରାହକମାନେ ପିଲାଙ୍କ ପାଇଁ ଅନୁପଯୁକ୍ତ ହୋଇଥିବା ଅବାଂଛିତ ଆଡଲ୍ଟ / ଗ୍ରାଫିକ କଂଟେଟ ସହିତ ଆସୁଥିବା ୱେବସାଇଟ ଓ ଆପ୍ଲିକେସନଗୁଡ଼ିକୁ ବ୍ଲକ କରିପାରିବେ । ଯାହାଦ୍ୱାରା ସମାଜର ଏକ ନିର୍ଦ୍ଧିଷ୍ଟ ଦୁର୍ବଳ ବର୍ଗଙ୍କୁ ଅନଲାଇନ ବିପଦରୁ ଆବଶ୍ୟକୀୟ ସୁରକ୍ଷା ମିଳିପାରିବ ।
ଏହା ସମ୍ପର୍କରେ ଏୟାରଟେଲର ଚିଫ ମାର୍କେଟିଙ୍ଗ ଅଫିସର ସାଶ୍ୱତ ଶର୍ମା କହିଛନ୍ତିଯେ, “ଏୟାରଟେଲରେ ନୂତନ ଉଦ୍ଭାବନ ମାଧ୍ୟମରେ ଆମ ଗ୍ରାହକଙ୍କ ପାଇଁ ଡିଜିଟାଲ ଅନୁଭବକୁ ଉନ୍ନତ ଓ ଅଧିକ ସୁରକ୍ଷିତ କରିବା ପାଇଁ ଆମେ ପ୍ରୟାସ କରୁଛୁ । ମହାମାରୀ ସହିତ କାର୍ଯ୍ୟ ଏବଂ ପିଲାମାନଙ୍କ ପାଠପଢ଼ା ସବୁକିଛି ଅନଲାଇନ ହୋଇଯାଇଛି । ତେଣୁ ବ୍ରଡବ୍ୟାଣ୍ଡର ବେଗ ଓ ନିର୍ଭରଯୋଗ୍ୟତା ସହିତ ଗ୍ରାହକଙ୍କ ପାଇଁ ସୁରକ୍ଷା ବର୍ତମାନ ଏକ ପ୍ରମୁଖ ଆବଶ୍ୟକତା ହୋଇପଡ଼ିଛି । ଆମର ଗ୍ରାହକଙ୍କ ପାଇଁ ଇଂଟରନେଟ ସେବାକୁ ସୁରକ୍ଷିତ କରିବା ଲାଗି ସିକ୍ୟୋର ଇଂଟରନେଟ ଏକ ସହଜରେ ସକ୍ରିୟ ଓ ଅତ୍ୟନ୍ତ ପ୍ରଭାବଶାଳୀ ସମାଧାନ ଅଟେ ।”
ଏହି ସେବା ସମସ୍ତ ଏୟାରଟେଲ ଏକ୍ସଟ୍ରିମ ଫାଇବର ଗ୍ରାହକଙ୍କ ପାଇଁ ଗୋଟିଏ ମାସର ସବସ୍କ୍ରିପ୍ସନ ପାଇଁ ମାତ୍ର ୯୯ଟଙ୍କାରେ ଉପଲବ୍ଧ ହେଉଛି । ଏହି ସବସ୍କ୍ରିପ୍ସନ ଏହି ସର୍ଭିସର ଏକ ୩୦ ଦିନର ସାନ୍ତ୍ୱନାମୂଳକ ଟ୍ରାଏଲ ସହିତ ଆସୁଛି ଯାହା ପରେ ବିଲ ହୋଇଥାଏ । ଏହି ସର୍ଭିସକୁ ଏୟାରଟେଲ ଥ୍ୟାଙ୍କସ ଆପ୍ ରୁ ସହଜରେ ଆକ୍ଟିଭେଟ କିମ୍ବା ଡିଆକ୍ଟିଭେଟ କରାଯାଇପାରିବ ।


Share It

Comments are closed.