ଗ୍ରାହକଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇବା ପାଇଁ ଏୟାରଟେଲ୍ ରିଟେଲ ଷ୍ଟୋର ବର୍ତମାନ ହାତ ପାହାନ୍ତାରେ
ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ ଅପରେଟର୍ ସଂସ୍ଥା, ଏୟାରଟେଲ ଏହାର ରିଟେଲ ଷ୍ଟୋରଗୁଡ଼ିକୁ ଅଧିକାଂଶ ଅଂଚଳରେ ଖୋଲିଥିବାର ପ୍ରକାଶ କରିଛି ଏବଂ ଗ୍ରାହକଙ୍କ ଘରପାହାନ୍ତାରେ ସିମ୍ କାର୍ଡର ଡେଲିଭରୀ କିମ୍ବା ବ୍ରଡବ୍ୟାଣ୍ଡ ଓ ଡିଟିଏଚର ଇଷ୍ଟଲେସନ ପାଇଁ ଏହା ଏକ ‘କନ୍ସିଅର୍ଜ ସର୍ଭିସ’ ବା ଦ୍ୱାର ସେବାର ଶୁଭାରମ୍ଭ କରିଛି । ଏହାବ୍ୟତୀତ ଗ୍ରାହକ ଏବଂ ସଦସ୍ୟମାନେ ଯେଭଳି ସୁରକ୍ଷିତ ରୁହନ୍ତି ସେଥିପାଇଁ କମ୍ପାନୀ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପ୍ରାକ୍ ସାବଧାନତା ମଧ୍ୟ ଅବଲମ୍ବନ କରାଯାଇଛି ।
ଏହି ସେବା ସମ୍ପର୍କରେ ଏୟାରଟେଲର ସିଇଓ ଗୋପାଳ ଭିଟ୍ଟଲ କହିଛନ୍ତିଯେ, “ଯଦି ଆପଣ ନିଜ ଘରେ ସେବା ପାଇବା ପସନ୍ଦ କରୁଛନ୍ତି, ତେବେ ବର୍ତମାନ ଆମର ଏକ କନ୍ସିଅର୍ଜ ସର୍ଭିସ ମାଧ୍ୟମରେ ଆମେ ଆପଣଙ୍କ ଘରକୁ ଆସି ସେବା ଯୋଗାଇଦେବା ପାଇଁ ବେଶ ଆନନ୍ଦିତ ହେବୁ ।” ଏଥିପାଇଁ ସେମାନଙ୍କ ଫିଲ୍ଡ ଟିମଗୁଡ଼ିକ ଏକ ନୂଆ ସ୍ପର୍ଶବିହୀନ ଡେଲିଭରୀ ଏବଂ ଇନଷ୍ଟଲେସନ ପ୍ରାକ୍ ସତର୍କତା ଉପରେ ପ୍ରଶିକ୍ଷିତ ହୋଇଥିବା ଭିଟଲ ପ୍ରକାଶ କରିଛନ୍ତି ।
ଲକ୍ଡାଉନ ମଧ୍ୟରେ ସଂଯୋଗତା ଏବଂ ସେବା ଜାରି ରଖିବାକୁ ସୁନିଶ୍ଚିତ କରିବା ଲାଗି କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକୁ ଆଲୋକପାତ କରି ଗୋପାଳ ଭିଟ୍ଟଲ କହିଛନ୍ତି ଯେ, ‘ଏକ ଲକ୍ଷରୁ ଉର୍ଦ୍ଧ୍ୱ ଗ୍ରାହକ ଏହାର ‘ସୁପର ହିରୋ’ କାର୍ଯ୍ୟକ୍ରମ ସହ ଯୋଡ଼ ହୋଇସାରିଛନ୍ତି ଏବଂ ଏହା ଆହୁରି ଅନେକ ଲକ୍ଷ ଲୋକଙ୍କୁ ଯୋଡ଼ି ହୋଇ ରହିବାରେ ସାହାଯ୍ୟ କରିଛି ।” ବ୍ୟବହାରକାରୀମାନେ ଯେଭଳି ସହଜରେ ମୋବାଇଲ/ଟିଭିର ରିଚାର୍ଜ କରିପାରନ୍ତି, ବିଲ ପୈଠ କରିପାରନ୍ତି, ନୂତନ ସେବା କିଣିପାରନ୍ତି କିମ୍ବା ଯେକୌଣସି ସ୍ଥାନରୁ ମଧ୍ୟ ଅଭିଯୋଗ କରିପାରନ୍ତି ତାହାର ସୁନିଶ୍ଚିତତା ପାଇଁ ଏହି ‘ଡିଜିଟାଲ ଚ୍ୟାନେଲ’କୁ ଆହୁରି ଅଧିକ ସରଳ କରାଯାଇଛି ବୋଲି ଭିଟଲ ପ୍ରକାଶ କରିଛନ୍ତି ।
Comments are closed.