ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଓ ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ମଧ୍ୟରେ ସହବନ୍ଧିତ


ଭୁବନେଶ୍ୱର: ବର୍ତମାନର ସଙ୍କଟପୂର୍ଣ୍ଣ ସ୍ଥିତିରେ କୋଭିଡ୍‌-୧୯ ବିରୋଧରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଲାଗି ସରଳ ସ୍ୱାସ୍ଥ୍ୟ ବୀମା ଯୋଜନା ଆଣିବା ପାଇଁ ଭାରତର ପ୍ରଥମ ପେମେଂଟ୍‌ସ ବ୍ୟାଙ୍କ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଓ ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ସହବନ୍ଧିତ ହୋଇଛନ୍ତି । ଏହି ସହଭାଗିତା ଅଧିନରେ ଦୁଇ କମ୍ପାନୀ ଦୁଇଟି ସ୍ୱାସ୍ଥ୍ୟ ବୀମା ଯୋଜନା- ଭାରତୀ ଆକ୍ସା ହେଲ୍‌ଥ୍ ଆସ୍ୟୋର୍ ଓ ଗ୍ରୁପ୍ ହସ୍ପିଟାଲ କ୍ୟାସ୍‌ର ଉନ୍ମୋଚନ କରିବେ । ଭାରତୀ ଆକ୍ସା ହେଲ୍‌ଥ ଆସ୍ୟୋର୍ ୨୫,୦୦୦ ଟଙ୍କାର ଲାଭ ପ୍ରଦାନ କରୁଥିବା ବେଳେ ଗ୍ରୁପ୍ ହସ୍ପିଟାଲ କ୍ୟାସ୍ ଯୋଜନା ପ୍ରତିଦିନ ୫୦୦ ଟଙ୍କାରୁ ଆରମ୍ଭ ହେଉଥିବା ଦୈନିକ ଲାଭ ପ୍ରଦାନ କରିବ । ଏହି ଦୁଇ ବୀମା କୋଭିଡ୍‌-୧୯ ବିରୋଧରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବେ ।
କୋଭିଡ୍‌-୧୯କୁ କଭର୍ କରୁଥିବା ଭାରତୀ ଆକ୍ସା ଗ୍ରୁପ୍ ହେଲ୍‌ଥ ଆସ୍ୟୋର୍ ପଲିସି ଯଦି ଜଣେ ବୀମାଧାରକ କରୋନା ସଂକ୍ରମିତ ହୁଅନ୍ତି କିମ୍ବା ଏକ ସରକାରୀ ହସ୍ପିଟାଲ କିମ୍ବା ମିଲିଟାରୀ ବ୍ୟବସ୍ଥାରେ କ୍ୱାରେନ୍‌ଟାଇନ୍‌ରେ ରୁହନ୍ତି ତେବେ ତାଙ୍କୁ ଏକ ଫିକ୍ସଡ୍ କଭର୍ ସହିତ ୧୦୦% ବୀମା ରାଶି ପ୍ରଦାନ କରିବ । ଯଦି ବୀମାଧାରକ ୧୪ ଦିନ ପର୍ଯ୍ୟନ୍ତ ସରକାରୀ ହସ୍ପିଟାଲ କିମ୍ବା ମିଲିଟାରୀ ବ୍ୟବସ୍ଥାରେ କ୍ୱାରେନ୍‌ଟାଇନ୍‌ରେ ରହିବା ପରେ କୋଭିଡ୍‌-୧୯ ସଂକ୍ରମିତ ନହୁଅନ୍ତି ଓ ତାଙ୍କ ରିପୋର୍ଟ ନେଗେଟିଭ୍ ଆସେ ତେବେ ତାଙ୍କୁ ବୀମା ରାଶିର ୫୦% ପ୍ରଦାନ କରାଯିବ । ଏହି ବୀମା କିଣିବାର ପ୍ରଥମ ଦିନରୁ କୋଭିଡ୍‌-୧୯ ପାଇଁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ ଏବଂ ଏହାକୁ ୨୫,୦୦୦ ଟଙ୍କାର ସ୍ଥାୟୀ ବୀମା ରାଶି ପାଇଁ ମାତ୍ର ୪୯୯ ଟଙ୍କା (ଜିଏସ୍‌ଟି ସମେତ)ରେ କିଣାଯାଇପାରିବ । ଏହି ବୀମା ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍‌ର ବ୍ୟାଙ୍କିଙ୍ଗ୍ ସେକ୍ସନ୍‌ରେ ଉପଲବ୍ଧ ହେଉଥିବା ବେଳେ ଆପଣ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ନିକଟସ୍ଥ ଆକ୍ଟିଭ୍ ବ୍ୟାଙ୍କିଙ୍ଗ୍ ପଏଂଟ୍‌କୁ ଯାଇ ଏହାକୁ କିଣିପାରିବେ ।
ସେହିପରି ଗ୍ରୁପ୍ ହସ୍ପିଟାଲ କ୍ୟାସ୍ ପଲିସି ଉନ୍ନତ ଆଇସିୟୁ କ୍ୟାସ୍ ସୁବିଧା ସହ ହସ୍ପିଟାଲରେ ଭର୍ତି ହେବା ସ୍ଥିତିରେ ଦୈନିକ ସ୍ଥାୟୀ ଭତା ପ୍ରଦାନ କରିଥାଏ । ଏହି ବୀମା ଅଧୀନରେ ଜଣେ ଗ୍ରାହକ ସର୍ବାଧିକ ୧୦ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତି ହୋଇଥିବା ସମୟରେ ଦୈନିକ ୫୦୦ କିମ୍ବା ୧୦୦୦ ଟଙ୍କାର ଲାଭ ପାଇପାରିବେ । ଏହି ଲାଭ ଦୁଇଗୁଣିତ ହେବ ଯଦି ବୀମା ଧାରକଙ୍କୁ ହସ୍ପିଟାଲର ଆଇସିୟୁରେ ଚିକିତ୍ସା କରାଯାଉଥିବ । ଜଣେ ଗ୍ରାହକ ସର୍ବନିମ୍ନ ୨୪ ଘଂଟା ପାଇଁ ହସ୍ପିଟାଲରେ ଭର୍ତି ହୋଇଥିଲେ ମଧ୍ୟ ଏହି ଲାଭ ପାଇପାରିବେ । ବୀମା ଲାଗୁ ହେବା ତାରିଖଠାରୁ ପ୍ରାରମ୍ଭିକ ୩୦ ଦିନର ଅପେକ୍ଷା ଅବଧି ପରେ ଗ୍ରୁପ୍ ହସ୍ପିଟାଲ କ୍ୟାସ୍ ପଲିସି ପୂର୍ବରୁ ଥିବା ରୋଗ ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟାବସ୍ଥାକୁ ମଧ୍ୟ ବୀମାରେ ଅନ୍ତର୍ଭୁକ୍ତ କରିଥାଏ । ଏହି ଉତ୍ପାଦ ହସ୍ପିଟାଲରେ କୋଭିଡ୍‌-୧୯ର ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜଣେ ବୀମା ଧାରକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଏହାକୁ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଆକ୍ଟିଭ୍ ବ୍ୟାଙ୍କିଙ୍ଗ୍ ପଏଂଟ୍‌ରୁ କିଣାଯାଇପାରିବ । ଉଭୟ ବୀମା ପାଇଁ କୌଣସି ପ୍ରି-ମେଡିକାଲ ଚେକ୍‌ଅପ୍ ଆବଶ୍ୟକ ହେଉନାହିଁ । କରୋନାରେ ସଂକ୍ରମିତ ହୋଇନଥିବା କିମ୍ବା ଲକ୍ଷଣ ନଥିବା ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଂଟ୍ ଥିବା ଗ୍ରାହକଙ୍କ ପାଇଁ ମଧ୍ୟ ଏହି ବୀମା ଉପଲବ୍ଧ ହେଉଛି ।
ଏସମ୍ପର୍କରେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି ଯେ, ଏହି ମହାମାରୀ ସମୟରେ ଗ୍ରାହକଙ୍କ ପାଇଁ ସ୍ୱାସ୍ଥ୍ୟଗତ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆମେ ଭାରତୀ ଏଏକ୍ସଏ ଜେନେରାଲ ଇନ୍ସ୍ୟୁରାନ୍ସ ସହିତ ଏହି ସହଭାଗିତା କରିଛୁ । ଏହି ବୀମାଗୁଡିକର ବୈଧତା ଏକ ବର୍ଷ ପାଇଁ ରହିବ ଏବଂ ଏହାକୁ କେବଳ ବ୍ୟକ୍ତିଗତ ନାମ ଆଧାରରେ ଜାରି କରାଯିବ ।


Share It

Comments are closed.