ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ‘ରିୱାର୍ଡସ୍‌୧୨୩ପ୍ଲସ୍‌’ ଡିଜିଟାଲ ସେଭିଙ୍ଗ୍‌ସ ଆକାଉଂଟ୍‌ର ଶୁଭାରମ୍ଭ

Share It

ଭୁବନେଶ୍ୱର: ନିଜର ଫ୍ଲାଗ୍‌ସିପ ରିୱାର୍ଡସ୍‌୧୨୩ ସେଭିଙ୍ଗ୍‌ସ ଆକାଉଂଟ୍‌ର ଶୁଭାରମ୍ଭ ପରେ, ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆଜି ରିୱାର୍ଡସ୍‌୧୨୩ପ୍ଲସ୍ ଡିଜିଟାଲ ସେଭିଙ୍ଗ୍‌ସ ଆକାଉଂଟ୍ ଭାରିଆଂଟ୍‌ର ଶୁଭାରମ୍ଭ କରିଛି । ବିଭିନ୍ନ ପ୍ରକାରର ଡିଜିଟାଲ ଟ୍ରାଞ୍ଜାକ୍ସନ ଗୁଡିକ ଉପରେ ନିଶ୍ଚିତ ଲାଭ ସହିତ ଏହା ଏକ ବର୍ଷର ଡିଜ୍‌ନି+ ହଟ୍‌ଷ୍ଟାର୍ ମୋବାଇଲ ସବ୍‌ସ୍କ୍ରିପ୍‌ଶନ ମଧ୍ୟ ପ୍ରଦାନ କରୁଛି । ଗ୍ରାହକମାନେ ଏୟାରଟେଲ୍ ଥ୍ୟାଙ୍କ୍‌ସ ଆପ୍ (ଇସକ୍ସଗ୍ଧରକ୍ଷ ଞଷବଦ୍ଭଳଗ୍ଦ ବକ୍ଟ୍ରକ୍ଟ୍ର)ରେ ବ୍ୟାଙ୍କିଙ୍ଗ୍ ସେକ୍ସନ ମାଧ୍ୟମରେ ରିୱାର୍ଡସ୍‌୧୨୩ପ୍ଲସ୍‌କୁ ଡିଜିଟାଲି ଖୋଲିପାରିବେ କିମ୍ବା ଅପ୍‌ଗ୍ରେଡ୍ କରିପାରିବେ । ଏହି ପ୍ରକ୍ରିୟା ଖୁବ୍ ସରଳ ଏବଂ ଏହାକୁ ଦେଶର ଯେକୌଣସି ସ୍ଥାନରୁ ମାତ୍ର କିଛି ମିନିଟ୍‌ରେ ସମ୍ପୂର୍ଣ୍ଣ କରାଯାଇପାରିବ । ୱାଲେଟ୍ ଗ୍ରାହକମାନେ ମଧ୍ୟ ଏବେ ରିୱାର୍ଡସ୍‌୧୨୩ପ୍ଲସ୍‌ର ଲାଭଗୁଡିକୁ ଉପଭୋଗ କରିପାରିବେ ।
ଗ୍ରାହକମାନେ ୪୯୯ ଟଙ୍କାର ଏକ ବାର୍ଷିକ ଫି’ରେ ରିୱାର୍ଡସ୍‌୧୨୩ପ୍ଲସ୍ ପାଇପାରିବେ ଏବଂ ଏକ ବର୍ଷ ପାଇଁ ଏକାଧିକ ଲାଭ ଉପଭୋଗ କରିପାରିବେ:ଡିଜ୍‌ନି+ହଟ୍‌ଷ୍ଟାର୍ ସବ୍‌ସ୍କ୍ରିପ୍‌ଶନ – ୧ ବର୍ଷର ଡିଜ୍‌ନି+ହଟ୍‌ଷ୍ଟାର୍ ମୋବାଇଲ ସବ୍‌ସ୍କ୍ରିପ୍‌ଶନ (୪୯୯ ଟଙ୍କା ମୂଲ୍ୟର) । ଲୋଡ୍ ମନି ବେନିଫିଟ୍‌- ୟୁପିଆଇ (ସର୍ବନିମ୍ନ ଟ୍ରାଞ୍ଜାକ୍ସନ ପରିମାଣ ୧୦୦୦ ଟଙ୍କା) ମାଧ୍ୟମରେ ଟଙ୍କା ରଖିବା ଉପରେ ମାସକୁ ୧୦ ଟଙ୍କାର କ୍ୟାଶ୍‌ବ୍ୟାକ୍ । ପେମେଂଟ୍ ବେନିଫିଟ୍‌- ମୋବାଇଲ ପ୍ରିପେଡ୍ ରିଚାର୍ଜ, ମୋବାଇଲ ପୋଷ୍ଟ-ପେଡ୍‌, ବ୍ରଡ୍‌ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍ ଓ ଡିଟିଏଚ୍ ବିଲ୍ ପେମେଂଟ୍ (ସର୍ବନିମ୍ନ ପେମେଂଟ୍ ପରିମାଣ ୨୨୫ ଟଙ୍କା) ପାଇଁ ପେମେଂଟ୍ ଉପରେ ପ୍ରତି ମାସରେ ୩୦ ଟଙ୍କାର କ୍ୟାଶ୍‌ବ୍ୟାକ୍ ଆଦି ସୁବିଧା ପାଇପାରିବେ ।
ରିୱାର୍ଡସ୍‌୧୨୩ପ୍ଲସ୍ ସେଭିଙ୍ଗ୍‌ସ ଆକାଉଂଟ୍ ଗ୍ରାହକମାନେ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ମଧ୍ୟରେ ବାଲାନ୍ସ, ଜିରୋ ମିନିମମ୍ ବାଲାନ୍ସ ଓ ଅଟୋ-ସ୍ୱିପ୍ ଫ୍ୟାସିଲିଟି ସହିତ ଅସୀମିତ ଜମା ଉପରେ ୬%ର ସୁଧ ପାଇବେ । ଥରେ ଗ୍ରାହକ ରିୱାର୍ଡସ୍‌୧୨୩ପ୍ଲସ୍ ଖୋଲିବା ପରେ କିମ୍ବା ଅପ୍‌ଗ୍ରେଡ୍ ହେବା ପରେ ସେମାନେ ସବ୍‌ସ୍କ୍ରିପ୍‌ଶନକୁ ଆକ୍ଟିଭେଟ୍ କରିବା ପାଇଁ ନିଜର ପଞ୍ଜୀକୃତ ନମ୍ବର ବ୍ୟବହାର କରି ଡିଜ୍‌ନି+ହଟ୍‌ଷ୍ଟାର୍ ୱେବ୍‌ସାଇଟ୍ (https://www.hotstar.com/in) କିମ୍ବା ଆପ୍‌ରେ ଲଗ୍ ଇନ୍ କରିପାରିବେ । ଏହି ସବ୍‌ସ୍କ୍ରିପ୍‌ଶନ ସହିତ ଗ୍ରାହକମାନେ ୮ଟି ଭାଷାରେ ଆନ୍ତର୍ଜାତୀୟ ଓ ସ୍ଥାନୀୟ କଂଟେଂଟ୍ ସହିତ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଥିବା ଆଗାମୀ ଆଇପିଏଲ୍ ୨୦୨୧ ସମେତ ବୃହତ୍ ସ୍ପୋର୍ଟିଙ୍ଗ୍ ଟୁର୍ଣ୍ଣାମେଂଟ୍‌ଗୁଡିକର ଲାଇଭ୍ ଷ୍ଟ୍ରିମ୍ ଆଦି ସାମିଲ ଥିବା ଡିଜ୍‌ନି+ ହଟ୍‌ଷ୍ଟାର୍‌ର ବିସ୍ତୃତ ଲାଇବ୍ରେରୀକୁ ଆକ୍‌ସେସ୍ କରିପାରିବେ ।
ଏସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଚିଫ୍ ଅପରେଟିଙ୍ଗ୍ ଅଫିସର ଗଣେଶ ଅନନ୍ତନାରାୟଣନ୍ କହିଛନ୍ତି, “ ଡିଜିଟାଲ ଟ୍ରାଞ୍ଜାକ୍ସନଗୁଡିକ ଉପରେ ରିୱାର୍ଡସ୍‌୧୨୩ ଗ୍ରାହକମାନଙ୍କୁ ନିଶ୍ଚିତ ମାସିକ ଲାଭ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତି ସହ ଜଡିତ ହୋଇ ଆମେ ରିୱାର୍ଡସ୍‌୧୨୩ପ୍ଲସ୍‌ର ଶୁଭାରମ୍ଭ କରିଛୁ, ଯାହା ସେମାନଙ୍କର ମନୋରଞ୍ଜନ ଆବଶ୍ୟକତାକୁ ମଧ୍ୟ ପୂରଣ କରିବ । ଆମେ ଆମର ଗ୍ରାହକଙ୍କୁ ସବ୍‌ସ୍କ୍ରିପ୍‌ଶନ ଲାଭ ପ୍ରଦାନ କରିବା ପାଇଁ ଡିଜ୍‌ନି+ ହଟ୍‌ଷ୍ଟାର୍ ସହିତ ସହଭାଗିତା କରି ଖୁବ୍ ଖୁସି ଅନୁଭବ କରୁଛୁ । ଆମେ ଭବିଷ୍ୟତରେ ଆମର ରିୱାର୍ଡସ୍‌୧୨୩ ଉତ୍ପାଦଗୁଡିକରେ ଅଧିକ ଲାଭକୁ ସାମିଲ କରିବାକୁ ଯୋଜନା ରଖିଛୁ ।”


Share It

Comments are closed.