ଚଳିତ ଆର୍ଥିକ ବର୍ଷରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ୧୨୯୧ କୋଟି ଟଙ୍କାର ରାଜସ୍ୱ ଲାଭ


ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ, ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛି । ଗତ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ବ୍ୟାଙ୍କ ୩୭% ବୃଦ୍ଧି ସହ ୧୨୯୧ କୋଟି ଟଙ୍କାର ରାଜସ୍ୱ ଅଭିବୃଦ୍ଧି ରେକର୍ଡ କରିଛି, ଏଥିସହିତ ୧୪୧% ବୃଦ୍ଧି ସହିତ ବ୍ୟାଙ୍କର ଲାଭ ୨୧.୭ କୋଟି ଟଙ୍କାରେ ପହଂଚିଛି । ସେହିପରି ନୂଆ ଉପଭୋକ୍ତାଙ୍କ ଯୋଗ ଦ୍ୱାରା ପରିଚାଳିତ ବ୍ୟାଙ୍କର ଗ୍ରାହକ ଜମା ବାର୍ଷିକ ଆଧାରରେ ୫୯% ବୃଦ୍ଧି ହୋଇ ୧୮୬୦ କୋଟି ଟଙ୍କା ରହିଛି । ବ୍ୟାଙ୍କରେ ବର୍ତମାନ ୫୪.୭ ମିଲିୟନରୁ ଅଧିକ ମାସିକ ଟ୍ରାଞ୍ଜାକ୍ଟିଙ୍ଗ ୟୁଜର୍ ଏବଂ ୨୦୧୫ ବିଲିୟନ ଟଙ୍କାରୁ ଅଧିକ ଗ୍ରସ୍ ମର୍ଚ୍ଚାଣ୍ଡାଇଜ୍ ଭାଲ୍ୟୁ (ଜିଏମ୍‌ଭି) ରହିଛି । ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ୨୦୨୨-୨୩ ଆର୍ଥିକ ବର୍ଷର ରାଜସ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ତ୍ରୈମାସିକ ଅଭିବୃଦ୍ଧି ପଞ୍ଜୀକୃତ କରିଛି, ଏହାମଧ୍ୟରୁ ୪ର୍ଥ ତ୍ରୈମାସ ୩୭୯ କୋଟି ଟଙ୍କାର ରାଜସ୍ୱ ସହିତ ସବୁଠାରୁ ଶକ୍ତିଶାଳୀ ଥିଲା ଯାହାକି ଏହା ପୂର୍ବ ତ୍ରୈମାସ ତୁଳନାରେ ୧୯%ର କ୍ରମାଗତ ବୃଦ୍ଧି ଅଟେ ।

ବ୍ୟାଙ୍କ ଏହାର ୩ଟି ମୂଳ ବ୍ୟବସାୟ ଶ୍ରେଣୀ- ଅର୍ବାନ୍ ଡିଜିଟାଲ କଞ୍ଜ୍ୟୁମର ସେଗ୍‌ମେଂଟ୍‌, ରୁରାଲ ଅଣ୍ଡବ୍ୟାଙ୍କ୍‌ଡ ସେଗ୍‌ମେଂଟ୍ ଏବଂ ଇଣ୍ଡଷ୍ଟ୍ରୀଜ୍ ଆଣ୍ଡ ବିଜ୍‌ନେସ ସେଗ୍‌ମେଂଟ୍‌ରେ ଅଭିବୃଦ୍ଧି ହାସଲ କରିଛି । ବ୍ୟାଙ୍କ ଏହାର ବହୁମୂଖୀ ଉତ୍ପାଦ ଅଫରିଙ୍ଗ ଯେପରିକି ଡିଜିଟାଲ ପେମେଂଟ୍‌, ଅର୍ଥ ହସ୍ତାନ୍ତର, ବୀମା, ରେଫେରାଲ କ୍ରେଡିଟ୍ ଆଦି ପାଇଁ ଏକ ମଜଭୁତ ଗ୍ରହଣୀୟତା ପଞ୍ଜୀକୃତ କରିଛି । ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ବର୍ତମାନ ଏହାର ପ୍ଲାଟ୍‌ଫର୍ମରେ ବାର୍ଷିକ ୭୦୦ କୋଟି ଟ୍ରାଞ୍ଜାକ୍ସନ ପ୍ରୋସେସ କରୁଛି ଯାହା ଏହାକୁ ଦ୍ରୁତ-ଅଭିବୃଦ୍ଧିଶୀଳ ଡିଜିଟାଲ ବ୍ୟାଙ୍କରେ ପରିଣତ କରୁଛି । ଏହା ୫ ଲକ୍ଷ ପଡୋଶୀ ବ୍ୟାଙ୍କିଙ୍ଗ ପଏଂଟ୍ ମାଧ୍ୟମରେ ଦେଶର ସୁଦୂର ଗ୍ରାମାଂଚଳଗୁଡିକରେ ପହଂଚିଛି ଯାହାକି ହେଉଛି ଦେଶରେ ସବୁଠାରୁ ବଡ ରିଟେଲ ବ୍ୟାଙ୍କିଙ୍ଗ୍ ନେଟ୍‌ୱର୍କ । ଆଜି ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ହେଉଛି ୩୦୦୦ରୁ ଅଧିକ କର୍ପୋରେଟ୍ ପାର୍ଟନରଙ୍କ ସହିତ ଦେଶରେ ସବୁଠାରୁ ବଡ ମାଇକ୍ରୋ କ୍ୟାଶ ପ୍ଲେୟର ।

ଏସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, ‘ଚଳିତ ବର୍ଷ ଆମର ଅଭିବୃଦ୍ଧି ଯାତ୍ରାରେ ଏକ ଚମତ୍କାର ବର୍ଷ ଅଟେ । ଆମର ବିଶ୍ୱସନୀୟ ବ୍ରାଣ୍ଡ ଓ ଅଭିନବ ଉତ୍ପାଦଗୁଡିକ ଆମକୁ ଆମର ଅଭିବୃଦ୍ଧିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସୁବ୍ୟବସ୍ଥିତ କରିଛି । ଆମର ଶକ୍ତିଶାଳୀ ପ୍ରଦର୍ଶନ ହେଉଛି ଦେଶର ଡିଜିଟାଲ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ପେମେଂଟ୍‌ସ ବ୍ୟାଙ୍କ ମଡେଲ ଓ ଏହାର ଭୂମିକାର ଏକ ବୈଧତା ।’ ନିକଟରେ ଏହି ବ୍ୟାଙ୍କ ଆକାଉଂଟ୍ ଖୋଲିବା ଏବଂ ଏଇପିଏସ୍ ପାଇଁ ଫେସ୍ ଅଥେଂଟିକେଶନ, ଡେବିଟ୍ କାର୍ଡ, ମାଇକ୍ରୋ ଏଟିଏମ୍ ଆଦିର ଶୁଭାରମ୍ଭ କରିଛି । ଏହାବ୍ୟତୀତ ଏୟାରଟେଲ୍ ସେଫ୍ ପେ’, ରିୱାର୍ଡସ୍ ୧୨୩ ପ୍ଲାନ୍ ଓ କରେଂଟ ଆକାଉଂଟ୍ ସଲ୍ୟୁଶନ୍ସ ଭଳି ଉଦ୍ଭାବନଗୁଡିକ ଅଭିବୃଦ୍ଧି ବେଗକୁ ପରିଚାଳନା କରୁଛନ୍ତି ।


Share It

Comments are closed.