ଆଇସିଆଇସିଆଇ ଲୋମ୍ବାର୍ଡ ର ସ୍ମାର୍ଟଫୋନ ଇନ୍ସ୍ୟୋରାନ୍ସ ଏବେ ଏୟାରଟେଲ ଥ୍ୟାଙ୍କ୍ସ ଆପ୍ ରେ ଉପଲବ୍ଧ
ଭୁବନେଶ୍ୱର: ଏୟାରଟେଲ ପେମେଂଟ ବ୍ୟାଙ୍କ ଗ୍ରାହକମାନେ ବର୍ତମାନ ଏୟାରଟେଲ ଥ୍ୟାଙ୍କ୍ସ ଆପ୍ ରେ ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନ୍ସ୍ୟୋରାନ୍ସ କମ୍ପାନୀ ର ସ୍ମାର୍ଟଫୋନ ଇନ୍ସ୍ୟୋରାନ୍ସ କ୍ରୟ କରିପାରିବେ । ଗ୍ରାହକମାନେ ବର୍ତମାନ ଏକ ଦ୍ରୁତ, କାଗଜବିହୀନ ଏବଂ ସୁରକ୍ଷିତ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ବୀମା କ୍ରୟ କରିପାରିବେ । ଆଇସିଆଇସିଆଇ ଲୋମ୍ବାର୍ଡ ର ଏହି ସ୍ମାର୍ଟଫୋନ ଇନ୍ସ୍ୟୋରାନ୍ସ ସମାଧାନ ଦୁର୍ଘଟଣା କିମ୍ବା ତରଳ ଢଳିଯିବା କାରଣରୁ ଫୋନ ଏବଂ ଏହାର ସ୍କ୍ରିନକୁ କ୍ଷତି ପହଂଚିଲେ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଏହି ସ୍ମାର୍ଟଫୋନ ଇନ୍ସ୍ୟୋରାନ୍ସ ର ଅଂଶ ଭାବେ ଗ୍ରାହକମାନେ ପଲିସି ଅବଧି ମଧ୍ୟରେ ଦୁଇଟି ଦାବି ଦାଖଲ କରିପାରିବେ, ଏବଂ ଏଥିରେ ମାଗଣା ପିକ୍ଅପ ଏବଂ ଡେଲିଭରୀକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
୧୨୯୯ଟଙ୍କାରୁ ଆରମ୍ଭ ହେଉଥିବା ଏକ ମାସିକ ପ୍ରିମିୟମ ସହିତ ଗ୍ରାହକମାନେ ଏକ ବୀମା ରାଶି ପାଇପାରିବେ ଯାହା ସେମାନଙ୍କ ସ୍ମାର୍ଟଫୋନର କିଣାମୂଲ୍ୟ ସହିତ ସମାନ ହୋଇଥାଏ । ଗ୍ରାହକମାନେ ୧୦,୦୦୦ଟଙ୍କାରୁ ୧୦୦,୦୦୦ଟଙ୍କା ମଧ୍ୟରେ ଏକ ସ୍ମାର୍ଟଫୋନ କିଣିବାର ୧୦ ଦିନ ପର୍ଯ୍ୟନ୍ତ ନିଜେ ଏହି ବୀମା ପାଇପାରିବେ । ସ୍ମାର୍ଟଫୋନର ସମସ୍ତ ବିବରଣୀ ଦାଖଲ କରିବା ପରେ ଏହି ବୀମା ଏକ ଡିଭାଇସ ସ୍ୱାସ୍ଥ୍ୟ ଯାଂଚ ବିନା ଆପେଆପେ ଜାରି ହୋଇଯାଏ ।
ଏହି ଶୁଭାରମ୍ଭ ଉପରେ ମତ ରଖି ଆଇସିଆଇସିଆଇ ଲୋମ୍ବାର୍ଡ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ମନ୍ତ୍ରୀ କହିଛନ୍ତିଯେ, “ଭାରତରେ ବର୍ତମାନ ୭୫୦ ନିୟୁତରୁ ଉର୍ଦ୍ଧ୍ୱ ସ୍ମାର୍ଟଫୋନ ବ୍ୟବହାରକାରୀ ରହିଛନ୍ତି ଏବଂ ୨୦୨୬ ସୁଦ୍ଧା ଏହି ସଂଖ୍ୟା ୧ ବିଲିୟନରେ ପହଂଚିବାର ସମ୍ଭାବନା ରହିଛି । ଯାହାକି ସ୍ମାର୍ଟଫୋନ ଇନ୍ସ୍ୟେରାନ୍ସ ଭଳି ଏକ ଉତ୍ପାଦ ପାଇଁ ବୃହତ ସମ୍ଭାବନା ଏବଂ ଦ୍ରୁତ ସୁଯୋଗକୁ ଦର୍ଶାଉଛି । ଏଭଳି ଏକ ସୁରକ୍ଷା ଯୋଜନା ପ୍ରଦାନ କରିବାକୁ ଆମେ ଏୟାରଟେଲ ପେମେଂଟ ବ୍ୟାଙ୍କ ସହ ସହଭାଗୀତା କରିବାକୁ ଉତ୍ସାହିତ, ଯାହାକି ଗ୍ରାହକଙ୍କୁ ସେମାନଙ୍କ ଫୋନର ଦୁର୍ଘଟଣାଜନିତ କ୍ଷତି କିମ୍ବା ଚୋରି ହେବା ମାମଲାରେ ଅତିରିକ୍ତ ସୁରକ୍ଷା ପ୍ରଦାନ କରିବ ଏବଂ ସେମାନଙ୍କୁ ଏଭଳି ବୀମା ପଲିସି ବାଛିବା ପାଇଁ ଉତ୍ସାହିତ କରିବ ।”
ସେହିଭଳି ଏୟାରଟେଲ ପେମେଂଟ ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗଣେଶ ଅନନ୍ତନାରାୟଣ କହିଛନ୍ତିଯେ, “କନେକ୍ଟିଭିଟି ଠାରୁ ଫଟୋଗ୍ରାଫି ଏବଂ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ସ୍ମାଟଫୋନ ଆଜି ଆମକୁ ଯେକୌଣସି ଜିନିଷରେ ଭର୍ଚୁଆଲ ଭାବେ ସାହାଯ୍ୟ କରୁଛି । ଏହାର ମରାମତି ଖର୍ଚ୍ଚ ସାଧାରଣତଃ ଅଧିକ ହୋଇଥାଏ ଏବଂ ଏହିପରି ଆମକୁ ପ୍ରାରମ୍ଭରୁ ଏହାକୁ ସୁରକ୍ଷା ଦେବା ଆବଶ୍ୟକ । ଏହି ସ୍ମାର୍ଟଫୋନ ଇନ୍ସ୍ୟୋରାନ୍ସ ପ୍ରଦାନ କରିବାକୁ ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନ୍ସ୍ୟୋରାନ୍ସ ସହ ସହଭାଗିତା କରିବାକୁ ଆମେ ବେଶ ଉତ୍ସାହିତ ।”
Comments are closed.