ଗୁଗଲ କ୍ଲାଉଡ ଓ ସିସ୍କୋର ସହବନ୍ଧିତାରେ ଏୟାରଟେଲ ପକ୍ଷରୁ ଏୟାରଟେଲ ଅଫିସ ଇଂଟରନେଟ ର ଶୁଭାରମ୍ଭ

Share It

ଭୁବନେଶ୍ୱର: ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାନକାରୀ ସଂସ୍ଥା ଏୟାରଟେଲ, ଗୁଗଲ କ୍ଲାଉଡ ଏବଂ ସିସ୍କୋ ର ସହବନ୍ଧିତାରେ ଏୟାରଟେଲ ଅଫିସ ଇଂଟରନେଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ସମାଧାନ କ୍ଷୁଦ୍ର ବ୍ୟବସାୟ, ଏସଓଏଚଓ ଏବଂ ପ୍ରାରମ୍ଭିକ ସ୍ତରର ଟେକ ଷ୍ଟାର୍ଟ-ଅପ ଗୁଡ଼ିକର ଉଦୀୟମାନ ଡିଜିଟାଲ ସଂଯୋଗ ଆବଶ୍ୟକତାଗୁଡ଼ିକ ପାଇଁ ଏକ ଏକୀକୃତ ଉଦ୍ୟୋଗ ସ୍ତରର ସମାଧାନ ଅଟେ । ବର୍ତମାନ ସାରା ଭାରତର ଉଦୀୟମାନ ବ୍ୟବସାୟଗୁଡ଼ିକ ଭରାସାଯୋଗ୍ୟ କନେକ୍ଟିଭିଟି ଏବଂ ଡିଜିଟାଲ ଉତ୍ପାଦକତା ଉପକରଣ ଚାହୁଁଛନ୍ତି ଯାହା ସେମାନଙ୍କ ଚପଳତା, ଦକ୍ଷତାକୁ ବଢ଼ାଇବ ଏବଂ ସେମାନଙ୍କୁ ନିଜ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବାରେ ସକ୍ଷମ କରିବ । ଏୟାରଟେଲ ଅଫିସ ଇଂଟରନେଟ ଏହି ଦୃଷ୍ଟିକୋଣ ଉପରେ ନିର୍ମିତ ହୋଇଛି ଏବଂ ଏହା ସୁରକ୍ଷିତ ହାଇ ସ୍ପିଡ ଡାଟା କନେକ୍ଟିଭିଟି, କନଫରେନ୍ସିଙ୍ଗ ଏବଂ ବ୍ୟବସାୟ ଉତ୍ପାଦକତା ଉପକରଣକୁ ଏକତ୍ର କରି ଏକ ଏକୀକୃତ ସମାଧାନ ଭାବେ ଗୋଟିଏ ପ୍ଲାନ ଏବଂ ଗୋଟିଏ ବିଲ ସହିତ ନେଇ ଆସିଛି ।
ଏହି ସୁପରଫାଷ୍ଟ ଏବଂ ଭରସଯୋଗ୍ୟ କନେକ୍ଟିଭିଟି ସନ୍ଦିଗ୍ଧ ଏବଂ ଅବାଂଛିତ ଡୋମେନ, ଭାଇରସ, କ୍ରିପ୍ଟୋ-ଲକର ଏବଂ ଆକ୍ରମଣକୁ ଅବରୋଧ କରିବା ପାଇଁ ସିସ୍କୋ ଏବଂ କ୍ୟାସପରସ୍କାଏର ବିଲ୍ଟ-ଇନ ଉଦ୍ୟୋଗସ୍ତରର ସୁରକ୍ଷା ସହିତ ଆସୁଛି । ଏଥିରେ ସାନ୍ତ୍ୱନାମୂଳକ ଗୁଗଲ ୱର୍କସ୍ପେସ ଲାଇସେନ୍ସ ରହିଛି ଯାହା ବ୍ୟବସାୟଗୁଡ଼ିକୁ ଗୁଗଲର ଉତ୍ପାଦକତା ଏବଂ କୋଲାବରେସନ ଟୁଲର ସମ୍ପୂର୍ଣ୍ଣ ରେଞ୍ଜ ସମେତ ସମସ୍ତ ପ୍ରଫେସନାଲ ଇମେଲ ଯୋଗାଯୋଗ ପାଇଁ ଜିମେଲ ବ୍ୟବହାର କରିବାର ଅନୁମତି ଦେଇଥାଏ । ଏୟାରଟେଲ ଅଫିସ ଇଂଟରନେଟ ଏକ ମାଗଣା ଏୟାରଟେଲ ବ୍ଲୁ ଜିନ୍ସ ଲାଇସେନ୍ସ ମଧ୍ୟ ପ୍ରଦାନ କରୁଛି । ଏହି ପ୍ଲାନଗୁଡ଼ିକ ଷ୍ଟାଟିକ ଆଇପିଏସ ଏବଂ ପାରାଲେଲ ରିଙ୍ଗିଙ୍ଗ ଭଳି ଆଡ-ଅନ ସର୍ଭିସ ସହିତ ୯୯୯ଟଙ୍କାରୁ ଆରମ୍ଭ ହେଉଛି ।
ଏହା ସମ୍ପର୍କରେ ଏୟାରଟେଲ ବିଜନେସ ଡାଇରେକ୍ଟର ତଥା ସିଇଓ ଶ୍ରୀ ଅଜୟ ଚିତକାରା କହିଛନ୍ତିଯେ, “ଜାରି ରହିଥିବା ମହାମାରୀ ସମସ୍ତ ଆକାରର ବ୍ୟବସାୟଗୁଡ଼ିକର ଡିଜିଟାଲ ପରିବର୍ତନ ଯାତ୍ରାକୁ ଦ୍ରୁତ କରିଛି । ଉଦୀୟମାନ ବ୍ୟବସାୟଗୁଡ଼ିକ ନିଜ ଯାତ୍ରାରେ ଏକାଧିକ ସମ୍ବନ୍ଧକୁ ପରିଚାଳନା କରିବାର ଜଟିଳତାକୁ ଦୂର କରିବା ପାଇଁ ଏକ ବିଶ୍ୱସ୍ତ ସହଯୋଗୀର ସନ୍ଧାନରେ ଅଛନ୍ତି । ଏୟାରଟେଲ ଅଫିସ ଇଂଟରନେଟ ହେଉଛି ଏହି ଦିଗରେ ଏକ ଉଦ୍ଭାବନ । ଏହା ଭାରତର ସ୍ୱତନ୍ତ୍ର ଆବଶ୍ୟକତା ଗୁଡ଼ିକ ପାଇଁ ବଜାର ଅନୁରୂପ ସମାଧାନ ଆଣିବା ଲାଗି ଏୟାରଟେଲର ନେଟୱର୍କ ଏବଂ ବିଶ୍ୱ ସ୍ତରୀୟ ସହଯୋଗୀ ଇକୋସିଷ୍ଟମକୁ ଏକତ୍ର ନେଇ ଆସିଛି ।”
ଗୁଗଲ କ୍ଲାଉଡ ଇଣ୍ଡିଆର ମ୍ୟାନେଜିଙ୍ଗ ଡାଇରେକ୍ଟର ବିକ୍ରମ ସିଙ୍ଗ ବେଦୀ କହିଛନ୍ତିଯେ, “ଏୟାରଟେଲର ଶକ୍ତିଶାଳୀ ସର୍ବ ଭାରତୀୟ କନେକ୍ଟିଭିଟି ସମାଧାନ ସହିତ ଗୁଗଲ ୱର୍କସ୍ପେସର ସହଯୋଗ ଏବଂ ଉତ୍ପାଦକତା ଟୁଲ ଭାରତର କ୍ଷୁଦ୍ର ବ୍ୟବସାୟଗୁଡ଼ିକ ପାଇଁ ଏକ ବଡ଼ ପରିବର୍ତନକାରୀ ସାବ୍ୟସ୍ତ ହେବ ।” ସେହିଭଳି ସିସ୍କୋ ଇଣ୍ଡିଆ ଏବଂ ସାର୍କ ଅଧ୍ୟକ୍ଷ ଡେଜି ଚିତିଲାପିଲି କହିଛନ୍ତିଯେ, “ ସାଇବର ସୁରକ୍ଷା ଯେକୌଣସି ଆକାରର ବ୍ୟବସାୟଗୁଡ଼ିକ ପାଇଁ ଏକ ଜରୁରୀ ଆହ୍ୱାନରେ ପରିଣତ ହୋଇଛି । ଏୟାରଟେଲ ସହିତ ଆମର ସହବନ୍ଧିତା ଏଆଇ ଏବଂ ଅଟୋମେସନ ଉପରେ ଆଧାରିତ କ୍ଷୁଦ୍ର ବ୍ୟବସାୟଗୁଡ଼ିକ ପାଇଁ ଉଦ୍ୟୋଗସ୍ତରର ସୁରକ୍ଷାକୁ ସକ୍ଷମ କରିବା ନେଇ ଆମର ମିଳିତ ଲକ୍ଷ୍ୟ ଉପରେ ନିର୍ମିତ ।”


Share It

Comments are closed.