ଏୟାରଟେଲ ପକ୍ଷରୁ ଇନ୍‌ଭେଷ୍ଟ ଇଣ୍ଡିଆ ସହଭାଗିତାରେ ଷ୍ଟାର୍ଟଅପ ଇନୋଭେସନ ଚ୍ୟାଲେଞ୍ଜର ଶୁଭାରମ୍ଭ

Share It

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଇନଭେଷ୍ଟ ଇଣ୍ଡିଆ ସହଭାଗିତାରେ ଏୟାରଟେଲ ଇଣ୍ଡିଆ ଷ୍ଟାର୍ଟଅପ ଇନୋଭେସନ ଚ୍ୟାଲେଞ୍ଜର ଶୁଭାରମ୍ଭର ଘୋଷଣା କରାଯାଇଛି । ଏହି ଷ୍ଟାର୍ଟଅପ ଇନୋଭେସନ ଚ୍ୟାଲେଞ୍ଜର ଅଂଶ ଭାବେ ପ୍ରାରମ୍ଭିକ ପର୍ଯ୍ୟାୟର ଟେକ୍ନୋଲୋଜି କମ୍ପାନୀଗୁଡ଼ିକୁ ବିଭିନ୍ନ କ୍ଷେତ୍ର ଯଥା ୫ଜି, ଆଇଓଟି, କ୍ଲାଉଡ କମ୍ୟୁନିକେସନ, ଡିଜିଟାଲ ଆଡଭର୍ଟାଇଜିଙ୍ଗ, ଡିଜିଟାଲ ଏଂଟରଟେନମେଂଟ ଆଦିରେ ଭିନ୍ନ ଭିନ୍ନ ସମାଧାନ ପ୍ରଦର୍ଶନ କରିବାକୁ ଆମନ୍ତ୍ରିତ କରାଯାଇଛି । ଏଥିପାଇଁ ଆବେଦନର ଶେଷ ତାରିଖ ଆସନ୍ତା ବର୍ଷ ୨୪ ଜାନୁଆରୀ ପର୍ଯ୍ୟନ୍ତ ରହିଛି ଏବଂ ଏହାର ଫଳାଫଳ ଆସନ୍ତାବର୍ଷ ୧୪ ଫ୍ରେବୃଆରୀରେ ଘୋଷଣା କରାଯିବ । ଏଥିରେ ଶ୍ରେଷ୍ଠ ୧୦ ଜଣ ବିଜେତା ନଗଦ ରାଶି ପୁରସ୍କାର ଜିତିବେ ଏବଂ ଏୟାରଟେଲର ଇନୋଭେସନ ଲ୍ୟାବର ପହଂଚ ଉପଲବ୍ଧ କରିବା ସହିତ ସେମାନଙ୍କ ବ୍ୟବହାର ପ୍ରସଙ୍ଗଗୁଡ଼ିକୁ ବୃଦ୍ଧି କରିବା ଲାଗି ଏୟାରଟେଲର ଅତ୍ୟାଧୁନିକ ଟେକ୍ନୋଲୋଜି ଭିତିଭୂମିର ଉପଯୋଗ କରିବାକୁ ସକ୍ଷମ ହେବେ । ଏପରିକି ଏମାନେ ଏୟାରଟେଲର ଇଞ୍ଜିନିୟର ଟିମ ସହିତ ଯୋଡ଼ି ହୋଇ କାର୍ଯ୍ୟ କରିପାରିବେ । ଏହି ୧୦ଟି ଷ୍ଟାର୍ଟଅପ ମଧ୍ୟରୁ କିଛି ବଛା ବଛା ଷ୍ଟାର୍ଟଅପଙ୍କୁ ଏୟାରଟେଲ ଷ୍ଟାର୍ଟଅପ ଆକ୍‌ସିଲେଟର କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ଏୟାରଟେଲ ସହିତ ସେମାନଙ୍କ କମ୍ପାନୀକୁ ଅଧିକ ଦକ୍ଷ କରିବାର ସୁଯୋଗ ଦିଆଯିବ । ଏହି କାର୍ଯ୍ୟକ୍ରମ ଅଧିନରେ ଷ୍ଟାର୍ଟଅପଗୁଡ଼ିକ ଏୟାରଟେଲର ଡାଟା, ଡିଷ୍ଟ୍ରିବ୍ୟୁସନ, ନେଟୱର୍କ ଏବଂ ପେମେଂଟର ଅନ୍ତର୍ନିହିତ ପ୍ଲାଟଫର୍ମ ଶକ୍ତି ହାସଲ କରିପାରିବେ । ଆହୁରି ମଧ୍ୟ ଷ୍ଟାର୍ଟଅପଗୁଡ଼ିକ ଏୟାରଟେଲର ଏକ୍ସିକ୍ୟୁଟିଭ ଦଳଠାରୁ ପରାମର୍ଶ ଏବଂ ବିଶ୍ୱସ୍ତରର ସହଯୋଗୀ ଇକୋସିଷ୍ଟମ ଉପଲବ୍ଧ କରିପାରିବେ ।
ଏହି ଅବସରରେ ନିଜ ମତ ରଖି ଶ୍ରୀ ଆଦର୍ଶ ନାୟର, ଚିଫ ପ୍ରଡକ୍ଟ ଅଫିସର, ଭାରତୀ ଏୟାରଟେଲ କହିଛନ୍ତିଯେ, “ଭାରତର ଷ୍ଟାର୍ଟଅପ ଇକୋସିଷ୍ଟମ ବର୍ତମାନ ଏକ ବିଶ୍ୱସ୍ତରରେ ସଫଳ କାହାଣୀ ଅଟେ ଏବଂ ଆମର ନୂଆ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ କଠିନ ସମସ୍ୟାଗୁଡ଼ିକୁ ସମାଧାନ କରିପାରୁଥିବା ସଲ୍ୟୁସନ ନିର୍ମାଣ ଦିଗରେ ଅପୂର୍ବ କାର୍ଯ୍ୟ କରୁଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟର କମ୍ପାନୀଗୁଡ଼ିକୁ ସେମାନଙ୍କ ବିକାଶ ଯାତ୍ରାକୁ ପରିଚାଳିତ କରିବା ଏବଂ ଦ୍ରୁତ ତଥା ସ୍ଥାୟୀ ବିକାଶରେ ସାହାଯ୍ୟ କରିବାକୁ ଭାରତ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଏୟାରଟେଲ ବେଶ ଉତ୍ସାହିତ । ଏୟାରଟେଲ ତରଫରୁ ମୁଁ କମ୍ପାନୀଗୁଡ଼ିକୁ ଏହି ଚ୍ୟାଲେଞ୍ଜର ଅଂଶ ହେବାକୁ ଏବଂ ଏୟାରଟେଲର ଗଭୀର ଟେକ୍ନୋଲୋଜି ଦକ୍ଷତାରୁ ଉପକୃତ ହେବା ପାଇଁ ଆମନ୍ତ୍ରିତ କରୁଛି ।”
ସେହିଭଳି ଶ୍ରୀ ଦୀପକ ବାଗଲା, ଏମଡି ତଥା ସିଇଓ, ଇନଭେଷ୍ଟ ଇଣ୍ଡିଆ କହିଛନ୍ତିଯେ, “ଭାରତୀ ଏୟାରଟେଲର ସହଭାଗିତାରେ ଏହି ଷ୍ଟାର୍ଟଅପ ଇନୋଭେସନ ଚ୍ୟାଲେଞ୍ଜ ମାଧ୍ୟମରେ ଆମେ ଭାରତର ନୂଆ ଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ସକ୍ଷମ କରିବାକୁ ଚାହୁଁଛୁ । ଭାରତୀୟ ଷ୍ଟାର୍ଟଅପ ଇକୋସିଷ୍ଟମ ହେଉଛି ବିଶ୍ୱରେ ତୃତୀୟ ବୃହତମ ଏବଂ ଆମେ ଆନନ୍ଦିତ ଯେ ଏହି ଚ୍ୟାଲେଞ୍ଜ ମାଧ୍ୟମରେ ଏହି ଷ୍ଟାର୍ଟଅପଗୁଡ଼ିକ ଭାରତ ନିର୍ମିତ ସମାଧାନ ପ୍ରଦର୍ଶିତ କରିବାକୁ ସକ୍ଷମ ହେବେ ଯାହାକି ଜଟିଳ ବିଶ୍ୱସ୍ତରର ସମସ୍ୟାକୁ ସମାଧାନ କରିପାରିବ । ଇନଭେଷ୍ଟ ଇଣ୍ଡିଆ ତରଫରୁ ମୁୁଁ ପ୍ରାରମ୍ଭିକ ପର୍ଯ୍ୟାୟର କମ୍ପାନୀଗୁଡ଼ିକୁ ଏହି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରିତ କରୁଛି ।”


Share It

Comments are closed.