ଏୟାରଟେଲ୍ ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରରେ ୨୦୩୦-୩୧ ସୁଦ୍ଧା ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗମନ ୫୦% ହ୍ରାସ କରିବ

Share It

ଭୁବନେଶ୍ୱର: ଜଳବାୟୁ ପରିବର୍ତନ ପ୍ରଭାବର ମୁକାବିଲା ଲାଗି ଭାରତୀ ଏୟାରଟେଲ୍ ଏହାର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । କଂପାନି ଏହାର ସମସ୍ତ କାର୍ଯ୍ୟ କ୍ଷେତ୍ରରେ ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ୫୦% ହ୍ରାସ କରିବା ଲାଗି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି । ଭାରତର ପ୍ରଥମ ଟେଲିକମ୍ କଂପାନି ଭାବେ ଏୟାରଟେଲ୍ ଜାତିସଂଘର ଗ୍ଲୋବାଲ୍ କମ୍ପାକ୍ଟରେ ସାମିଲ ହୋଇଛି । କଂପାନି ବିଜ୍ଞାନ ଭିତିକ ଲକ୍ଷ୍ୟ ଅଭିଯାନ (ଏସବିଟିଆଇ)ରେ ସାମିଲ ହୋଇଛି ଯେଉଁଥିରେ ଏହା ନିଜ ନେଟ୍‌ୱର୍କ ପରିଚାଳନାରୁ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବ । ଜାତିସଂଘର ଗ୍ଲୋବାଲ୍ କମ୍ପାକ୍ଟ, ସିଡିପି, ୱାର୍ଲଡ୍ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ ଓ ୱାର୍ଲଡ ୱାଇଡ୍ ଫଣ୍ଡ୍ ଫର ନେଚର (ଡବ୍ଲୁଡବ୍ଲୁଏଫ)ର ମିଳିତ ସହଯୋଗରେ ଏସବିଟିଆଇର ପରିକଳ୍ପନା କରାଯାଇଛି ଯେଉଁଥିରେ ତାପମାତ୍ରାକୁ ୧.୫% ହ୍ରାସ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେଥିରେ ସାମିଲ ହୋଇଥିବା ବିଶ୍ୱର ଅଗ୍ରଣୀ ନିଗମଙ୍କ ମଧ୍ୟରେ ଏୟାରଟେଲ୍ ଯୋଡ଼ି ହୋଇଛି ।
ଏୟାରଟେଲ୍ ୨୦୨୦-୨୧କୁ ଆଧାର ବର୍ଷ ଭାବେ ଗ୍ରହଣ କରି ୨୦୩୦-୩୧ ସୁଦ୍ଧା ୧ ଓ ୨ ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ୫୦.୨% ହ୍ରାସ କରିବ । ସେହି ସମାନ ସମୟରେ କଂପାନି ୩ ଗ୍ରିନ୍ ହାଉସ ଗ୍ୟାସ୍ ନିର୍ଗମନକୁ ୪୨% ହ୍ରାସ କରିବ । ସବୁଜ ଶକ୍ତି ଗ୍ରହଣୀୟତା ବଢ଼ାଇବା, ଶକ୍ତି ମିତବ୍ୟୟୀ ଭିତିଭୂମି ବ୍ୟବହାର କରି ଏବଂ ନିରନ୍ତର ବ୍ୟବସ୍ଥା ପ୍ରକ୍ରିୟା କାର୍ଯ୍ୟକାରୀ କରିବା ଭଳି ବିବିଧ ଉପାୟରେ କଂପାନି ଏହି ଲକ୍ଷ୍ୟ ହାସଲ କରିବ ।
ବିଦ୍ୟୁତ ଗୁଲାଟି, ନିର୍ଦେଶକ-ଲିଗାଲ୍‌, ଭାରତୀ ଏୟାରଟେଲ୍ କହିଛନ୍ତି ଯେ, “ମାନବ ଜାତି ସାମ୍ନା କରୁଥିବା ସର୍ବବୃହତ ଆହ୍ୱାନ ହେଉଛି ଜଳବାୟୁ ପରିବର୍ତନ । ଅଫେରା ସ୍ତରରେ ପହଂଚିବା ପୂର୍ବରୁ ଆମକୁ ଆଉ ବିଳମ୍ବ ନକରି ମିଳିତ ଭାବେ ଏଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ଏବଂ ଏକ ନିରନ୍ତର ଗ୍ରହ ସୃଷ୍ଟି କରିବାକୁ ହେବ । ଏହି ଲକ୍ଷ୍ୟ ପ୍ରତି ସହଯୋଗିତା ପ୍ରଦାନ କରିବାର ମୌଳିକ ଦାୟିତ୍ୱ ବ୍ୟବସାୟ ଜଗତର ରହିଛି ଏବଂ ଏ ଦିଗରେ ଏୟାରଟେଲ ଏକ ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ଗ୍ରହଣ କରିବ ଏବଂ ସ୍ୱଚ୍ଛତାର ସହ ଏହାର ପ୍ରଗତି ବିଷୟରେ ଅବଗତ କରିବ ।’’


Share It

Comments are closed.