ଏୟାରଟେଲ୍‌ର ୫ଜି ଏକ୍ସପେରିଏନ୍ସ ଜୋନ୍‌ରେ ଅଲ୍‌ଟ୍ରାଫାଷ୍ଟ୍ ୫ଜି ଶକ୍ତିର ଅନୁଭୂତି ପାଇପାରିବେ ଗ୍ରାହକ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ଏୟାରଟେଲ୍‌, ଦେଶବ୍ୟାପୀ ଏହାର ସମସ୍ତ ରିଟେଲ୍ ଷ୍ଟୋର୍‌ଗୁଡିକରେ ୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରିଛି । ଏହି ସ୍ୱତନ୍ତ୍ର ଭାବେ ନିର୍ମିତ ଜୋନ୍‌ଗୁଡିକ ମାଧ୍ୟମରେ ଏୟାରଟେଲ୍ ଗ୍ରାହକଙ୍କ ପାଇଁ ୫ଜିର ଶକ୍ତିକୁ ପ୍ରଦର୍ଶିତ କରୁଛି, ଯେଉଁଥିରେ ଏହାର ଦମଦାର ଡାଟା ସ୍ପିଡ ଏବଂ ନିମଜ୍ଜିତ ଭର୍ଚୁଆଲ ରିଆଲିଟି ଏଂଟରଟେନମେଂଟ, କ୍ଲାଉଡ ଗେମିଙ୍ଗ ଭଳି ଆହୁରି ଅନେକ ଉଦୀୟମାନ ବ୍ୟବହାର ପ୍ରସଙ୍ଗ ସାମିଲ ରହିଛି । କମ୍ପାନୀର ସମସ୍ତ ୧୦୦୦ରୁ ଉର୍ଦ୍ଧ୍ୱ ଷ୍ଟୋର୍‌ରେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ କର୍ମଚାରୀ ରହିବେ ଯିଏ ବ୍ୟବହାରିକ ମାମଲାଗୁଡିକୁ ପ୍ରଦର୍ଶିତ କରିବା ସହିତ ଏୟାରଟେଲ୍‌ର ନିଜସ୍ୱ ଉତ୍ପାଦ ଏବଂ ୫ଜି ସମ୍ପର୍କିତ ସମସ୍ତ ପ୍ରଶ୍ନଗୁଡିକର ଉତର ଦେବେ ।

ଏୟାରଟେଲ୍ ହେଉଛି ୫ଜି ସେବା ଶୁଭାରମ୍ଭ କରିବାରେ ଦେଶର ପ୍ରଥମ କମ୍ପାନୀ ଏବଂ ଆଜି ଏହାର ସେବାଗୁଡିକ ୨୦ଟି ରାଜ୍ୟରେ ଉପଲବ୍ଧ ରହିଛି । କମ୍ପାନୀ ଏହାର ସେବାଗୁଡିକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରୁଛି ଏବଂ ଦେଶରେ ଏହାର ନେଟ୍‌ୱର୍କ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ୫ଜି ସକ୍ଷମ ଡିଭାଇସ୍ ଥିବା ଗ୍ରାହକମାନେ ରୋଲ୍‌ଆଉଟ୍ ଅଧିକ ବ୍ୟାପକ ହେବା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ମୂଲ୍ୟରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କକୁ ଉପଭୋଗ କରିପାରିବେ କାରଣ ବିଦ୍ୟମାନ ଡାଟା ପ୍ଲାନ୍ ୫ଜିରେ କାର୍ଯ୍ୟ କରୁଛି । ଏୟାରଟେଲ୍ ନିଜ ନେଟ୍‌ୱର୍କରେ ଉନ୍ନତ ବେଗ ଓ ସର୍ବୋତମ ଭଏସ୍ ଅନୁଭୂତି ଦେବା ପାଇଁ ପ୍ରତିଶ୍ରୁତି ଦେଉଛି, ଏହାର ସେବାଗୁଡିକ ସମସ୍ତ ୫ଜି ସ୍ମାର୍ଟଫୋନ୍‌ରେ କାର୍ଯ୍ୟ କରିବ ଏବଂ ଏହା ପରିବେଶ ପ୍ରତି ମଧ୍ୟ ଅନୁକୂଳ ରହିଛି ।

ଏହି ଶୁଭାରମ୍ଭ ଅବସରରେ ଭାରତୀ ଏୟାରଟେଲ୍‌ର କଞ୍ଜ୍ୟୁମର ବିଜ୍‌ନେସ୍ ବିଭାଗର ନିର୍ଦ୍ଦେଶକ ଶ୍ରୀ ଶାଶ୍ୱତ ଶର୍ମା କହିଛନ୍ତି, ‘ଏୟାରଟେଲ ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖିଛି । ନେଟ୍‌ୱର୍କ ରୋଲ୍‌ଆଉଟ୍ ହେଉଥିବାରୁ ଆମେ ଆମ ଗ୍ରାହକଙ୍କଠାରୁ ନୂଆ ଟେକ୍ନୋଲୋଜିର ଅନୁଭୂତି ପାଇବାର ସେମାନଙ୍କର ଇଚ୍ଛା ଓ ଆଗ୍ରହ ସମ୍ପର୍କରେ ଶୁଣିଥିଲୁ । ଆମ ଷ୍ଟୋର୍‌ଗୁଡିକରେ ଥିବା ଡେମୋ ଜୋନ୍ ଏୟାରଟେଲ୍ ୫ଜି ପ୍ଲସ୍ ଏବଂ ଆମ ଗ୍ରାହକଙ୍କ ଜୀବନକୁ ପରିବର୍ତନ କରିବା ପାଇଁ ଏହା ପାଖରେ ଥିବା କ୍ଷମତାର ପ୍ରଥମ ଅନୁଭୂତି ପ୍ରଦାନ କରିବ । ମୁଁ ନିଶ୍ଚିତ ଯେ, ଗ୍ରାହକମାନେ ଏଠାରେ ଦିଆଯାଉଥିବା ଅନୁଭୂତିକୁ ପସନ୍ଦ କରିବେ କାରଣ ଆମେ ଦେଶର କୋଣଅନୁକୋଣରେ ଆମର ନେଟ୍‌ୱର୍କ ସ୍ଥାପନ କରୁଛୁ ।’

Comments are closed.