ପ୍ରମୁଖ ବ୍ରାଣ୍ଡର ସ୍ମାର୍ଟଫୋନ କ୍ରୟ ଉପରେ ୬୦୦୦ଟଙ୍କାର କ୍ୟାଶବ୍ୟାକ ଘୋଷଣା କରିଛି ଏୟାରଟେଲ

Share It

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଏହାର ମେରା ପେହେଲା ସ୍ମାର୍ଟଫୋନ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ପୁଣି ଏକ ଅଭିନବ ପଦକ୍ଷେପର ଘୋଷଣା କରାଯାଇଛି । ଯାହାଦ୍ୱାରା ଗ୍ରାହକମାନେ ଗୁଣବତା ସ୍ମାର୍ଟଫୋନକୁ ଅପଗ୍ରେଡ ହୋଇପାରିବେ ଏବଂ ଏହାର ହାଇସ୍ପିଡ ନେଟୱର୍କରେ ଏକ ବିଶ୍ୱ ସ୍ତରର ଡିଜିଟାଲ ଅନୁଭୂତିକୁ ଉପଭୋଗ କରିପାରିବେ । ପ୍ରମୁଖ ବ୍ରାଣ୍ଡଗୁଡ଼ିକରୁ ପ୍ରାୟ ୧୨,୦୦୦ଟଙ୍କା ମୂଲ୍ୟ ପର୍ଯ୍ୟନ୍ତର ଏକ ନୂଆ ସ୍ମାର୍ଟଫୋନ କିଣୁଥିବା ଗ୍ରାହକଙ୍କୁ ଏୟାରଟେଲ ୬୦୦୦ଟଙ୍କାର ଏକ ଆକର୍ଷଣୀୟ କ୍ୟାଶବ୍ୟାକ ପ୍ରଦାନ କରୁଛି । ୧୫୦ରୁ ଅଧିକ ସ୍ମାର୍ଟଫୋନ ଏହି ଫାଇଦା ପାଇଁ ଯୋଗ୍ୟ ବିବେଚିତ ଅଟନ୍ତି । ୬୦୦୦ଟଙ୍କାର ଏହି କ୍ୟାଶବ୍ୟାକ ଫାଇଦା ପାଇବାକୁ ହେଲେ ଜଣେ ଗ୍ରାହକଙ୍କୁ କ୍ରମାଗତ ୩୬ ମାସ ପର୍ଯ୍ୟନ୍ତ ୨୪୯ଟଙ୍କା କିମ୍ବା ତାଠାରୁ ଅଧିକ ମୂଲ୍ୟର(ପ୍ୟାକ ବୈଧତା ଅନୁଯାୟୀ) ଏୟାରଟେଲ ପ୍ରିପେଡ ପ୍ୟାକ ରିଚାର୍ଜ କରିବାକୁ ପଡ଼ିବ । ଗ୍ରାହକମାନେ ଏହି କ୍ୟାଶବ୍ୟାକକୁ ଦୁଇଟି ଭାଗରେ ଯଥା ୧୮ ମାସ ପରେ ୨୦୦୦ଟଙ୍କାର ପ୍ରଥମ ଇନଷ୍ଟଲମେଂଟ ଏବଂ ୩୬ ମାସ ପରେ ବଳକା ୪୦୦୦ଟଙ୍କାର ଇନଷ୍ଟଲମେଂଟ ପାଇବେ । ଏହି ପଦକ୍ଷେପ ଏବଂ ଯୋଗ୍ୟ ବିବେଚିତ ହ୍ୟାଣ୍ଡସେଟଗୁଡ଼ିକର ତାଲିକା ବିଷୟରେ ଅଧିକ ଜାଣିବା ପାଇଁ https://www.airtel.in/4g-upgradeରେ ଯାଇ ଦେଖନ୍ତୁ ।
ଏହି ପ୍ରୋଗ୍ରମ ପାଇଁ ଚୟନ କରୁଥିବା ଗ୍ରାହକମାନେ କୌଣସି କ୍ଷତି ହେଲେ ସର୍ଭିଫାଏ ଦ୍ୱାରା ଗୋଟିଏ ଥରର ମାଗଣା ସ୍କ୍ରିନ ରିପ୍ଲେସମେଂଟ ପାଇବାକୁ ମଧ୍ୟ ଯୋଗ୍ୟ ହେବେ । ଏହା ୪୮୦୦ଟଙ୍କା ପର୍ଯ୍ୟନ୍ତର( ୧୨,୦୦୦ଟଙ୍କାର ଏକ ସ୍ମାର୍ଟଫୋନ ପାଇଁ ସ୍କ୍ରିନ ରିପ୍ଲେସମେଂଟର ଆନୁମାନିକ ମୂଲ୍ୟ) ଏକ ଅତିରିକ୍ତ ଫାଇଦା ପ୍ରଦାନ କରୁଛି । ଥରେ ଗ୍ରାହକ ଏକ ଯୋଗ୍ୟ ରିଚାର୍ଜ ପ୍ୟାକରେ ଥିଲେ ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍‌ରେ ୯୦ ଦିନ ମଧ୍ୟରେ ସ୍କ୍ରିନ ରିପ୍ଲେସମେଂଟ ପାଇଁ ନିଜକୁ ତାଲିକାଭୁକ୍ତ କରିପାରିବେ । ଅନଲିମିଟେଡ କଲିଙ୍ଗ ଏବଂ ଜେନେରସ ଡାଟା ଲାଭ ସମେତ ଗ୍ରାହକମାନେ ସେମାନଙ୍କ ପ୍ରିପେଡ ରିଚାର୍ଜ ସହିତ ଏକ ବ୍ୟାପକ ରେଞ୍ଜର ସ୍ୱତନ୍ତ୍ର ଏୟାରଟେଲ ଥ୍ୟାଙ୍କସ ଲାଭ ପାଇପାରିବେ । ଏଥିରେ ମାଗଣା ୱିଙ୍କ ମ୍ୟୁଜିକ ସବ୍‌ସ୍କ୍ରିପ୍ସନ ଏବଂ ଆମାଜନ ପ୍ରାଇମ ଭିଡିଓ ମୋବାଇଲ ଏଡିସନର ୩୦ ଦିନିଆ ଟ୍ରାଏଲ ଅନ୍ତର୍ଭୁକ୍ତ ।
ମାର୍କେଟିଙ୍ଗ ଏବଂ କମ୍ୟୁନିକେସନ-ଡାଇରେକ୍ଟର ଶାସ୍ୱତ ଶର୍ମାଙ୍କ ଅନୁଯାୟୀ, “ଯେହେତୁ ଗ୍ରାହକମାନେ ବିଭିନ୍ନ ସେବାକୁ ଡିଜିଟାଲ ଭାବେ ଦେଖିବାକୁ ଚାହୁଁଥିବାରୁ, ବିଶେଷ କରି ମହାମାରୀ ପରଠାରୁ ସ୍ମାର୍ଟଫୋନଗୁଡ଼ିକ ବର୍ତମାନ ଏକ ମୌଳିକ ଆବଶ୍ୟକତାରେ ପରିଣତ ହୋଇଛି । ଯେହେତୁ ଭାରତର ଲକ୍ଷ୍ୟ ଲକ୍ଷ ଗ୍ରାହକ ଏକ ଉତମ ଅନଲାଇନ ଅନୁଭୂତି ପାଇଁ ଏକ ଗୁଣବତା ସ୍ମାର୍ଟଫୋନର ଆଶା ରଖନ୍ତି, ତେଣୁ ସେମାନଙ୍କ ପାଇଁ ସେମାନଙ୍କ ପସନ୍ଦର ଡିଭାଇସକୁ ହାସଲ କରିବାକୁ ସହଜ କରିବା ଆମର ଉଦ୍ଦେଶ୍ୟ । ଏହି ପ୍ରୋଗ୍ରାମର ଅଂଶ ଭାବେ ଆମେ ବଜାରକୁ ବିଭିନ୍ନ ପ୍ରକାର ହସ୍ତକ୍ଷେପ ଆଣିବା ଜାରି ରଖିବୁ ଏବଂ ଗ୍ରାହକଙ୍କୁ ଡିଜିଟାଲ ରାଜପଥକୁ ଆଣିବାକୁ ସକ୍ଷମ କରିବୁ ।”


Share It

Comments are closed.