ଛାତ୍ରଛାତ୍ରୀଙ୍କୁ ଗୁଣବତାଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ଏୟାରଟେଲ ଏବଂ ବେଦାନ୍ତୁର ମିଳିତ ପ୍ରୟାସ


ଭୁବନେଶ୍ୱର: ଭାରତୀ ଏୟାରଟେଲର ଏୟାରଟେଲ ଡିଜିଟାଲ ଟିଭି ଏବଂ ବେଦାନ୍ତୁ ମଧ୍ୟରେ ଏକ ସହବନ୍ଧିତାର ଘୋଷଣା କରାଯାଇଛି । ଏହାଦ୍ୱାରା ଏୟାରଟେଲର ଗଭୀର ପହଂଚକୁ ସଂପ୍ରସାରିତ କରି ସମଗ୍ର ଭାରତର ଛାତ୍ରଛାତ୍ରୀଙ୍କୁ ଗୁଣବତାଯୁକ୍ତ ଶିକ୍ଷା ପ୍ରଦାନ କରାଯିବ । ଏହି ସହବନ୍ଧିତା ଅଧିନରେ ବେଦାନ୍ତୁ ମାଷ୍ଟରକ୍ଲାସ ଚ୍ୟାନେଲ୍ ଏୟାରଟେଲ ଡିଜିଟାଲ ଟିଭିର ୧୩ ମିଲିୟନ ଗ୍ରାହକଙ୍କ ପାଇଁ ଦିନ ପିଛା ମାତ୍ର ୪ଟଙ୍କା ଭଳି ଏକ ଅଧିକ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ଏହି ଚ୍ୟାନେଲରେ ଯଥାକ୍ରମେ ଷଷ୍ଠରୁ ଦଶମ ଶ୍ରେଣୀ ଏବଂ ଏକାଦଶରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଗଣିତ ଏବଂ ବିଜ୍ଞାନ ଉପରେ ଶିକ୍ଷାଦାନ କରାଯିବ । ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ପ୍ରମାଣିତ ଟ୍ରାକ ରେକର୍ଡ ସହିତ ଆଇଆଇଟି ଏବଂ ଏଆଇଆଇଏମଏସରୁ ସ୍ନାତକୋତର ହାସଲ କରିଥିବା ଶ୍ରେଷ୍ଠ ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯିବ । ଏଥିରେ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଶିକ୍ଷା ଦାନ କରାଯିବ ଯେବେକି ସାମ୍ଭାବ୍ୟ ସ୍ଥଳେ ଆଂଚଳିକ ଭାଷାର ବିଷୟବସ୍ତୁ ସାମିଲ କରାଯିବା ପାଇଁ ଯୋଜନା ଜାରି ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୧୧ ଘଂଟାର ଫ୍ରେସ ଇଂଟରାକ୍ଟିଭ ବିଷୟବସ୍ତୁ ଉପଲବ୍ଧ ହେବା ସହ ବିଷୟବସ୍ତୁକୁ ପୁଣି ପୁନରାବୃତି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ରିପିଟ ଟେଲିକାଷ୍ଟ ମଧ୍ୟ କରାଯିବ ।
ଏହି ସହବନ୍ଧିତା ସମ୍ପର୍କରେ ଭାରତୀ ଏୟାରଟେଲ, ଡିଟିଏଚ ବିଜନେସ, ସିଇଓ ଏବଂ ଡାଇରେକ୍ଟର ଶ୍ରୀ ସୁନୀଲ ତଲଦର କହିଛନ୍ତି ଯେ, “ବେଦାନ୍ତୁ ସହ ସହଭାଗିତା କରି ଆମେ ବେଶ ଉତ୍ସାହିତ । ଆମର ଦୃଢଆତ୍ମବିଶ୍ୱାସ ଯେ ଏହି ସେବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଦ୍ୱାରା ବେଶ ଗ୍ରହଣୀୟ ହେବ ଏବଂ ଟିଭିରେ ଶିକ୍ଷା ଏକ ସ୍ଥାୟୀ ବୈଶିଷ୍ଟ୍ୟ ହେବ ଯାହାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଲାଭାନ୍ୱିତ ହେବେ ।”ସେହିଭଳି ବେଦାନ୍ତୁ ର ସିଇଓ ତଥା ସହ ପ୍ରତିଷ୍ଠାତା ଶ୍ରୀ ବାମ୍‌ସି କ୍ରିଷ୍ଣା କହିଛନ୍ତି ଯେ, “ଏୟାରଟେଲ ଡିଟିଏଚ ସହିତ ଯୋଡ଼ି ହୋଇ ଆମେ ଗ୍ରାମାଂଚଳ ଏବଂ କ୍ଷୁଦ୍ର ସହରଗୁଡ଼ିକରେ ଶିକ୍ଷାକୁ ମଜବୁତ କରିବା ପାଇଁ ସକ୍ଷମ ହୋଇଥିବାରୁ ବେଶ ଆନନ୍ଦିତ ।”


Share It

Comments are closed.