ଦିଲ୍ଲୀରୁ ମସ୍କୋ ଯାଉଥିବା ‘ଏୟାର ଇଣ୍ଡିଆ’ ବିମାନ ପାଇଲଟ କରୋନାରେ ଆକ୍ରାନ୍ତ
ଏୟାର ଇଣ୍ଡିଆର ଏକ ବିମାନ ଶନିବାର ସକାଳେ ଦିଲ୍ଲୀରୁ ଋଷ ଅଭିମୁଖେ ଉଡାଣ ଆରମ୍ଭ କରିସାରିଥିଲା। ସବୁ କିଛି ଠିକ୍ ଚାଳିଥିଲା, ତେବେ ଏକ ଫୋନ୍ ଆସି ସବୁ କିଛି ବଦଳାଇ ଦେଇଥିଲା। ଜଣାପଡିଥିଲା ଯେ, ବିମାନର ପାଇଲଟ୍ କରୋନା ପଜିଟିଭ। ଏହା ପରେ ବିମାନକୁ ଦିଲ୍ଲୀ ବିମାନ ବନ୍ଦରକୁ ଫେରାଇ ନିଆଯାଇଥିଲା। ଏୟାର ଇଣ୍ଡିଆର ଏହି ଛୋଟିଆ ଭୁଲ କାରଣରୁ ଆଜି ଏକ ବଡ କରୋନା ବ୍ଳାଷ୍ଟ ହୋଇପାରିଥାନ୍ତା, କିନ୍ତୁ ତାକୁ ସୁଧାରି ନେଇଥିଲା
ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏହି ବିମାନ ଉଡାଣ ଆରମ୍ଭ କରିଥିଲେ ମଧ୍ୟ ଉକବେକିସ୍ତାନରୁ ଫେରାଇ ଅଣାଯାଇଥିଲା। ଏୟାରବସ୍ ଇ-୩୨୦ ଘରକ୍ଟ (ଠଞ-ଋଢଜ) ଦିଲ୍ଲୀରେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଫେରିଆସିଥିଲା। ନିୟମ ଅନୁସାରେ ଏନେ ବିମାନର ସମସ୍ତ କ୍ରୁ ମେମ୍ବରଙ୍କୁ କ୍ବାରେଣ୍ଟାଇନରେ ରଖାଯିବ। ଉଲ୍ଲେଖନୀୟ ଯେ, ବିମାନ ବାହାରିବା ପୂର୍ବରୁ ପାଇଲଟଙ୍କ କରୋନା ରିପୋର୍ଟ ଯାଞ୍ଚ କରାଯାଇଥାଏ। ତେବେ ଜଣେ ଷ୍ଟାଫ ଭୁଲରେ ପଜିଟିଭକୁ ନେଗେଟିଭ ବୋଲି ପଢିଦେଇଥିଲେ। ଆଉ ଏହାପରେ ପାଇଲଟ ମସ୍କୋ ଅଭିମୁଖେ ବାହାରିଯାଇଥିଲେ। ବିମାନଟି ବନ୍ଦେ ଭାରତ ମିଶନ୍ ଅନୁସାରେ ମସ୍କୋରେ ଫଶିଥିବା ଭାରତୀୟଙ୍କୁ ନେବାକୁ ଉଡାଣ ଆରମ୍ଭ କରିଥିଲା। ତେଣୁ ଏହା ଭିତରେ କେବଳ କ୍ରୁ ମେମ୍ବର ଥିଲେ, କୌଣସି ଯାତ୍ରୀ ନଥିଲେ। ଯାତ୍ରୀଙ୍କୁ ମସ୍କୋରେ ଏହି ବିମାନରେ ଚଢିବାର ଥିଲା। ଏବେ ବିମାନକୁ ସାନିଟାଇଜ୍ କରାଯିବ। ଏହି ବିମାନ ବଦଳରେ ଆଉ ଏକ ବିମାନ ମସ୍କୋ ଅଭିମୁଖେ ଯାତ୍ରା କରିଛି।
ଏୟାର ଇଣ୍ଡିଆର କହିବା ଅନୁସାରେ, ଅତ୍ୟାଧିକ କାମର ପ୍ରେସରରେ ଏଭଳି ଭୁଲ ହୋଇଛି। ପ୍ରତିଦିନ ଏୟାର ଇଣ୍ଡିଆର ୩୦୦ କ୍ରୁ ମେମ୍ବରଙ୍କ କରୋନା ଟେଷ୍ଟିଂ କରାଯାଉଛି । ଏହା ସହ ଟେଷ୍ଟିଂ ରିପୋର୍ଟକୁ ଏକ ଏକ୍ସେଲ ସିଟରେ ଲେଖିକି ରଖାଯାଇଥାଏ। ତେବେ ଏହାକୁ ପଢିବା ବେଳେ କର୍ମଚାରୀଙ୍କ ଜଣକ ରିପୋର୍ଟକୁ ଭୁଲରେ ପଜିଟିଭ ସ୍ଥାନରେ ନେଗେଟିଭ ପଢି ଦେଇଥିଲେ।
Comments are closed.