ଋପାଣୀଙ୍କ ଲକି ନମ୍ବର ଥିଲା ୧୨୦୬, ଜୀବନର ଅନ୍ତିମ ଯାତ୍ରାରେ ପରିଣତ ହେଲା ଲକି ନମ୍ବର
ଗୁଜୁରାଟର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୟ ଋପାଣୀଙ୍କ ଲକି ନମ୍ବର ଥିଲା ୧୨୦୬ । ଏହି ସଂଖ୍ୟା ତାଙ୍କ ଭାଗ୍ୟର ପ୍ରତୀକ ଥିଲା । ତାଙ୍କର ସମସ୍ତ ଗାଡିର ନମ୍ବର ପ୍ଲେଟରେ ୧୨୦୬ ସଂଖ୍ୟା ରହିଛି । ଋପାଣୀଙ୍କ ସାଙ୍ଗଙ୍କ କହିବା ମୁତାବକ ଏହି ନମ୍ବର ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ଥିଲା । କିନ୍ତୁ ଏହି ବିଶ୍ୱାସ ତାଙ୍କୁ ଜୀବନର ଶେଷ ପାହାଚରେ ଆଣି ଛାଡି ଦେଲା ।
ଜୁନ ୧୨ : ଋପାଣୀ ବିଶ୍ୱାସ ରଖୁଥିବା ତାଙ୍କର ଏହି ୧୨/୦୬ ଶୁଭ ନମ୍ବର ଟି ତାଙ୍କ ଜୀବନ ଶେଷ ଦିନରେ ପରିଣତ ହୋଇଯାଇଛି । ପ୍ରକାଶ ଥାଉକି ଅହମ୍ମଦାବାଦରୁ ଉଡାଣ ଭରୁଥିବାବେଳେ ଏଆଇ ଫ୍ଲାଇଟ ଟି କ୍ରାସ ହୋଇଯାଇଥିଲା । ସେ ନିଜ ସ୍ତ୍ରୀ ଏବଂ ଝିଅଙ୍କ ସାକ୍ଷାତ କରିବା ପାଇଁ ଲଣ୍ଡନ ଯାଉଥିଲେ । ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବିଜେପିର ପଂଜାବ ଦାୟିତ୍ୱରେ ଥିବାବେଳେ ପଂଜାବରେ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସ୍ୱର୍ଗତ ରୂପାଣୀ ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ତାଙ୍କ ୟୁକେ ଗସ୍ତକୁ ବାତିଲ ରଖିଥିଲେ ବୋଲି ପଂଜାବ ବିଜେପି ମୁଖ୍ୟ ସୁନିଲ ଝକ୍କର କହିଛନ୍ତି ।
Comments are closed.