ଏଆଇସି-ନାଳନ୍ଦା “ବେଷ୍ଟ ଇନ୍କ୍ୟୁବେଟର ଫର ନର୍ଚରିଂ ଆଇପି” ପୁରସ୍କାରରେ ସମ୍ମାନିତ

ଭାରତର ଆଇପି ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଶଂସିତ

Share It

ଭୁବନେଶ୍ୱର: ଏକ ପ୍ରମୁଖ ଷ୍ଟାର୍ଟଅପ୍ ଇନକ୍ୟୁବେଟର ଏଆଇସି-ନାଳନ୍ଦା ଜାତୀୟ ବୌଦ୍ଧିକ ସମ୍ପତ୍ତି (ଆଇପି) ପୁରସ୍କାର ୨୦୨୪ରେ “ବେଷ୍ଟ ଇନକ୍ୟୁବେଟର ଫର ନର୍ଚରିଂ ଆଇପି” ପ୍ରତିଷ୍ଠିତ ଉପାଧିରେ ସମ୍ମାନିତ ହୋଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ୍ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅନୁଷ୍ଠାନ ପେଟେଣ୍ଟ, ଡିଜାଇନ୍ ଏବଂ ଟ୍ରେଡମାର୍କ କଣ୍ଟ୍ରୋଲର୍ ଜେନେରାଲ୍ ( ସିଜିପିଡିଏମଟି) କାର୍ଯ୍ୟାଳୟ ତରଫରୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ, ଭାରତ ସରକାର ଦ୍ୱାରା ଆୟୋଜିତ ହୋଇଥିଲା।

ଏହି ସମ୍ମାନ ଏଆଇସି-ନାଳନ୍ଦାର ଆଇପି ସଚେତନତା, ପେଟେଣ୍ଟ ଫାଇଲିଂ ଏବଂ ଟେକ୍ନୋଲୋଜି ବ୍ୟବସାୟିକରଣ କ୍ଷେତ୍ରରେ ଅସାଧାରଣ ଅବଦାନକୁ ସ୍ୱୀକାର କରେ। ମେଣ୍ଟରସିପ୍, ଫଣ୍ଡିଂ ସହାୟତା ଏବଂ ଆଇପି ମାର୍ଗଦର୍ଶନ ପ୍ରଦାନ କରି, ଇନକ୍ୟୁବେଟର ଉଦ୍ୟୋଗୀମାନଙ୍କୁ ସେମାନଙ୍କର ନବସୃଜନ ସୁରକ୍ଷିତ କରିବା ଏବଂ ବୌଦ୍ଧିକ ସମ୍ପତ୍ତିକୁ ବ୍ୟବସାୟିକ ସଫଳତା ପାଇଁ ବ୍ୟବହାର କରିବାରେ ସଶକ୍ତ କରିଛି।

ଏହି ସଫଳତା ଉପରେ ମନ୍ତବ୍ୟ ଦେଇ ଶ୍ରୀ ଦୁର୍ଗା ପ୍ରସାଦ ଗୌଡା, ସିଇଓ, ଏଆଇସି-ନାଳନ୍ଦା କହିଛନ୍ତି ଯେ, “ଆମେ ଏହି ଜାତୀୟ ସ୍ୱୀକୃତି ପାଇଁ ଅତ୍ୟନ୍ତ ଗର୍ବିତ। ଏହି ପୁରସ୍କାର ଭାରତରେ ଏକ ଦୃଢ଼ ଆଇପି ଇକୋସିଷ୍ଟମ ଗଠନରେ ଆମର ଅଟଳ ପ୍ରତିଶ୍ରୁତିକୁ ପ୍ରତିଫଳିତ କରେ। ଏଆଇସି-ନାଳନ୍ଦାରେ, ଆମେ ବିଶ୍ୱାସ କରୁ ଯେ ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ଏବଂ ବ୍ୟବସାୟିକରଣ ନବସୃଜନ ଏବଂ ସ୍ୱାବଲମ୍ବନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ମାଇଲଖୁଣ୍ଟ ଆମକୁ ଷ୍ଟାର୍ଟର୍ଟଅପଗୁଡ଼ିକୁ ସେମାନଙ୍କର ଧାରଣାକୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ, ଆଇପି-ଚାଳିତ ଉଦ୍ୟମରେ ପରିଣତ କରିବାରେ ସହାୟତା କରିବାକୁ ଆହୁରି ପ୍ରେରଣା ଦେଇଛି।”

*ଜାତୀୟ ଆଇପି ପୁରସ୍କାର* ପେଟେଣ୍ଟ ଫାଇଲିଂ, ଅନୁଦାନ ଏବଂ ବ୍ୟବସାୟିକରଣ କ୍ଷେତ୍ରରେ ଉତ୍କୃଷ୍ଟତାକୁ ସମ୍ମାନିତ କରେ। ଏହି ପୁରସ୍କାର ସେହି ସଂସ୍ଥା, କମ୍ପାନୀ ଏବଂ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ଯେଉଁମାନେ ଭାରତର ନବୋନ୍ମେଷ ପରିବେଶକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିଛନ୍ତି।


Share It

Comments are closed.