ଏଆଇ ଲିଭାଇବ ଜଙ୍ଗଲ ନିଆଁ

Share It

ଭୁବନେଶ୍ୱର,୩୧/୦୩:ଜଙ୍ଗଲ ନିଆଁ ଲିଭାଇବା ପାଇଁ ଏଆଇ ଟେକନୋଲୋଜର ବ୍ୟବହାର କରୁଛନ୍ତି ସରକାର।ରାଜ୍ୟର ସଂବେଦନଶୀଳ ଜଙ୍ଗଲ ଅଞ୍ଚଳଗୁଡିକରେ ନିଆଁର ପୂର୍ବାନୁମାନ, ନିରୀକ୍ଷଣ ଓ ପ୍ରତିରୋଧ ପାଇଁ ସରକାର କୃତ୍ରିମ ବୁଦ୍ଧିମତ୍ତା (Artificial Intelligence-Al) ଆଧାରିତ ପ୍ରଯୁକ୍ତିବିଦ୍ୟା ଆପଣାଇଛନ୍ତି ସରକାର।AI ଆଧାରିତ ସଫ୍ଟୱେର୍‌ Bi-Spectral 360° PTZ କ୍ୟାମେରା, Al-Based Data Processing and Analysis Unit,ମେସ ନେଟୱାର୍କ (Mesh Network), Al-ଆଧାରିତ ବିଶ୍ଳେଷଣ ୟୁନିଟ୍ ଓ ମଲ୍ଟି-ଲେଭେଲ ଆଲର୍ଟ ବ୍ୟବସ୍ଥା ମାଧ୍ୟମରେ SMS,WhatsApp, ଇମେଲ୍ ଏବଂ Dashboard ମାଧ୍ୟମରେ ସଂପୃକ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଉଛି।

ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ, ବରଗଡ ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ, ଅନୁଗୁଳ ଜିଲ୍ଲାର ଅନୁଗୁଳ ବନଖଣ୍ଡ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଏବଂ ବଣାଇ ବନଖଣ୍ଡରେ ଏହି AI ଆଧାରିତ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା କରାଯାଇଛି।ଏହି ପ୍ରଯୁକ୍ତିର ରୂପାୟନ ପାଇଁ ମୋଟ୍ 10.7598 କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହୋଇଛି।ଏହା ସହ ତଥ୍ୟ କହୁଛି 2024 ରେ 4 ହଜାର 67 ଏବଂ 2025 ରେ 4 ହଜାର 609 ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।


Share It

Comments are closed.