iLive Connect: ଡାକ୍ତର-ନେତୃତ୍ୱାଧୀନ AI ସ୍ୱାସ୍ଥ୍ୟସେବାର ନୂଆ ଯୁଗ
ଭୁବନେଶ୍ଵର,୦୮/୦୨:ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆସିଲା ସ୍ମାର୍ଟ ସମାଧାନ, ଏବେ AI କରିବ ରୋଗୀଙ୍କ ସେବା ।ଏହା ବିଶ୍ୱରେ ପ୍ରଥମ । ଡାକ୍ତର ଓ AI ର ମିଶ୍ରଣରେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆସିଲା ସ୍ମାର୍ଟ ସମାଧାନ । ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ବିଶ୍ୱର ପ୍ରଥମ ଡାକ୍ତର-ପରିଚାଳିତ AI ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ୍ iLive Connect ଲଞ୍ଚ କରାଯାଇଛି । ଏହା ରୋଗୀମାନଙ୍କୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ନିରୀକ୍ଷଣ ସୁବିଧା ଯୋଗାଇଦେବ । iLive Connect ହେଉଛି ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା । ଯାହା କୃତ୍ରିମ ବୁଦ୍ଧିମତା ଏବଂ ଅଭିଜ୍ଞ ଡାକ୍ତରମାନଙ୍କ ମିଳିତ ସହଯୋଗରେ କାମ କରିବ । ଏହାକୁ ଭାରତରେ ବିଶ୍ୱର ପ୍ରଥମ ଡାକ୍ତର-ନେତୃତ୍ୱାଧୀନ AI ଇକୋସିଷ୍ଟମ୍ ଭାବେ ଗ୍ରହଣ କରାଯାଇଛି ।
ଏହି ଡିଭାଇସଟି କ’ଣ?
iLive Connect ହେଉଛି ଏକ AI-ବେସ୍ଡ ସ୍ୱାସ୍ଥ୍ୟସେବା ପ୍ରଣାଳୀ । ଯାହା ରୋଗୀମାନଙ୍କୁ ଏକ ବାୟୋସେନ୍ସର ପ୍ୟାଚ୍ ଏବଂ ଏକ ରିଷ୍ଟବ୍ୟାଣ୍ଡ ପ୍ରଦାନ କରାଯାଏ । ଏହି ଡିଭାଇସ୍ ନିରନ୍ତର ଗୁରୁତ୍ୱପୂର୍ଣ୍ଣ ସଙ୍କେତଗୁଡ଼ିକୁ ନିରୀକ୍ଷଣ କରେ ଏବଂ ରିୟଲ ଟାଇମରେ ସମସ୍ତ ତଥ୍ୟ ଡାକ୍ତରଙ୍କ ନିକଟକୁ ପଠାଇଥାଏ ।
ଜରୁରୀ ସ୍ଥିତିରେ କିପରି କାମ କରେ ଡିଭାଇସ?
ଯଦି ରୋଗୀଙ୍କ ଶରୀରରେ କୌଣସି ଅସାମାନ୍ୟ ପରିବର୍ତ୍ତନ ଦେଖାଯାଏ AI ଆଲର୍ଟ ଜେନେରେଟ୍ କରେ,କମାଣ୍ଡ ସେଣ୍ଟରର ଡାକ୍ତର ତଥ୍ୟ ଯାଞ୍ଚ କରନ୍ତି,୨ ମିନିଟ୍ ମଧ୍ୟରେ ରୋଗୀ ଓ ପରିବାରକୁ ଫୋନ୍/ମେସେଜ୍ କରିବା ସହ ଆବଶ୍ୟକ ହେଲେ ତୁରନ୍ତ ଚିକିତ୍ସା ପରାମର୍ଶ ଦେଇଥାଏ।ଏହା ଦ୍ୱାରା ହସ୍ପିଟାଲ୍ ଯିବା ପୂର୍ବରୁ ବହୁତ ଅସୁବିଧାକୁ ରୋକାଯାଇପାରେ ।
ଗାଁରୁ ମହାନଗର ପର୍ଯ୍ୟନ୍ତ ସେବା
ଭାରତ ଭଳି ବିଶାଳ ଦେଶରେ ଗାଁ ଓ ଦୂରଅଞ୍ଚଳର ଲୋକମାନେ ସରଳଭାବେ ଭଲ ଡାକ୍ତରଙ୍କ ସହିତ ଯୋଡ଼ି ହୋଇପାରିବେ । ଏହା ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଦୂରତା କମାଇବାରେ ବଡ଼ ଭୂମିକା ନେବ ।
Comments are closed.