ଅହମ୍ମଦାବାଦ ପ୍ଲେନ କ୍ରାସର ନୀରିକ୍ଷଣ କଲେ ପ୍ରଧାନମନ୍ତ୍ରୀ

Share It

ଗୁଜୁରାଟ ଅହମ୍ମଦାବାଦରେ ହୋଇଥିବା ଛାତିଥରା ପ୍ଲେନ କ୍ରାସରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏଥିରେ ଯାତ୍ରୀ , କ୍ରୁ ମେମ୍ବରଙ୍କ ସମେତ ହଷ୍ଟେଲର ଟ୍ରେନି ଡାକ୍ତର ମଧ୍ୟ ଥିଲେ, ଯେଉଁଠାରେ ଏହି ବିମାନ ଧକ୍କା ଖାଇଥିଲା । ଘଟଣାର ଗୋଟିଏ ଦିନ ପରେ ୍‌ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦରେ ପହଂଚିଛନ୍ତି । ତାଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାମ ମୋହନ ନାଇଡୁ ପହଂଚିଛନ୍ତି ।
ଅହମ୍ମଦାବାଦ ପହଂଚିବା ପରେ ପ୍ରଧାନମନ୍ତ୍ରୀ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ । ଏହା ପରେ ସେ ଅହମ୍ମଦାବାଦ ସିବିଲ ହସ୍ପିଟାଲ ପହଂଚିଲେ ଏବଂ ଆହତଙ୍କ ସହ ସାକ୍ଷାତ କଲେ । ଏହି ଛାତିଥରା ଘଟଣାରେ ବଂଚିଯାଇଥିବା ସେହି ଜଣେ ବ୍ୟକ୍ତି ରମେଶ କୁମାର ବିଶ୍ୱାସଙ୍କ ସହ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି । ବର୍ତ୍ତମାନ ରମେଶଙ୍କ ଚିକିତ୍ସା ଚାଲିଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଆଜି ସମୀକ୍ଷା କରିପାରନ୍ତି ।


Share It

Comments are closed.