ପରଲୋକରେ Vendanta ଗ୍ରୁପ୍ ଅଧ୍ୟକ୍ଷଙ୍କ ପୁଅ Agnivesh Agarwal

Share It

ନୂଆଦିଲ୍ଲୀ: Vendanta ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ବୁଧବାର ଦିନ ତାଙ୍କ ପୁଅ Agnivesh Agarwalଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। ମାତ୍ର ୪୯ ବର୍ଷ ବୟସରେ ଆମେରିକାରେ ହୃଦଘାତ (Cardiac Arrest) ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।

ଅଗ୍ରୱାଲ ଏହି ଦିନକୁ ତାଙ୍କ ଜୀବନର “ସବୁଠାରୁ ଅନ୍ଧକାରମୟ ଦିନ” ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏକ ସ୍କିଇଂ (Skiing) ଦୁର୍ଘଟଣା ପରେ Agnivesh Agarwal ଧୀରେ ଧୀରେ ସୁସ୍ଥ ହେଉଥିଲେ, କିନ୍ତୁ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ଭାବପ୍ରବଣ ପୋଷ୍ଟ କରି ଅଗ୍ରୱାଲ ଲେଖିଛନ୍ତି ଯେ, Agnivesh Agarwal ନ୍ୟୁୟର୍କର ମାଉଣ୍ଟ ସାଇନାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ସେ ବିପଦମୁକ୍ତ ଥିବା ଜଣାପଡ଼ିଥିଲା।

ସେ ଲେଖିଛନ୍ତି, “ଆମେ ଭାବିଥିଲୁ ଖରାପ ସମୟ ବିତିଯାଇଛି। କିନ୍ତୁ ଭାଗ୍ୟର ଖେଳ କିଛି ଅଲଗା ଥିଲା, ଏକ ହଠାତ୍ ହୃଦଘାତ ଆମ ପୁଅକୁ ଆମଠାରୁ ଛଡ଼ାଇ ନେଲା। ଜଣେ ବାପା-ମାଆଙ୍କ ପାଇଁ ନିଜ ସନ୍ତାନକୁ ବିଦାୟ ଦେବାର କଷ୍ଟ ବର୍ଣ୍ଣନା କରିବା ଅସମ୍ଭବ। ପୁଅ କେବେ ବି ବାପା ଆଗରୁ ଯିବା ଉଚିତ ନୁହେଁ। ଏହି କ୍ଷତି ଆମକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।”

ପୁଅର ସ୍ମୃତି ଚାରଣ କରି Anil Agarwal କହିଛନ୍ତି ଯେ, Agnivesh Agarwal ୩ ଜୁନ୍ ୧୯୭୬ରେ ପାଟନାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ସମ୍ମାନିତ ବ୍ୟବସାୟିକ ନେତା ଏବଂ ଦୟାଳୁ ବ୍ୟକ୍ତି ଥିଲେ। ସେ ଆଜମେରର ମାୟୋ କଲେଜରେ ପଢ଼ିଥିଲେ। ପରବର୍ତ୍ତୀ ସମୟରେ ସେ ‘ଫୁଜୈରା ଗୋଲ୍ଡ’ (Fujairah Gold) ପ୍ରତିଷ୍ଠା କରିଥିଲେ ଏବଂ Vendanta ଗ୍ରୁପର ପ୍ରମୁଖ କମ୍ପାନୀ ‘ହିନ୍ଦୁସ୍ତାନ ଜିଙ୍କ୍’ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।


Share It

Comments are closed.