‘ଅଗ୍ନିପଥ’ ବିରୋଧରେ ଭାରତ ବନ୍ଦ :୫୩୯ ଟ୍ରେନ୍ ରଦ୍ଦ

Share It

ଅଗ୍ନିପଥ ଯୋଜନା ଉପରେ ବିବାଦ ଓ ଭାରତ ବନ୍ଦ ଭିତରେ ରେଲୱେ ଯାତାୟତ ହୋଇଛି ପ୍ରଭାବିତ। ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ପ୍ରଦର୍ଶନକୁ ଦେଖି ଭାରତୀୟ ରେଲୱେ ଅଲଗା ଅଲଗା ଜୋନ୍‌ରେ ଦେଶସାରା ଶତାଧିକ ଟ୍ରେନ୍‌ ରଦ୍ଦ କରିଦେଇଛି। ଯେଉଁଥିରେ ପାସେଞ୍ଜର ଓ ଏକ୍ସପ୍ରେସ୍‌ ସହିତ ମୋଟ ୫୩୯ ଟ୍ରେନ୍‌ର ଚକ ଆଜି(ସୋମବାର) ଅର୍ଥାତ ୨୦ ଜୁନ୍‌ରେ ବନ୍ଦ ପଡିଛି। ସୁରକ୍ଷା ଦୃଷ୍ଟିରୁ ନୂଆଦିଲ୍ଲୀ ରେଲୱେ ଷ୍ଟେସନ୍ ସହିତ ଅଲଗା-ଅଲଗା ସ୍ଥାନରେ ଆରପିଏଫ୍ କମାଣ୍ଡୋ ମୁତୟନ ଅଛନ୍ତି।

ଅଗ୍ନିପଥ ଯୋଜନାକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ରେଲୱେକୁ ଟାର୍ଗେଟ କରିଛନ୍ତି। ବିହାର ସହିତ ଦେଶର ବହୁ ସ୍ଥାନରେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟେସନରେ ଭଙ୍ଗାରୁଜା ଘଟଣା ସାମନାକୁ ଆସିଛି। ଏଭଳି ସ୍ଥିତିରେ ସୋମବାର ଭାରତ ବନ୍ଦ ବେଳେ ସୁରକ୍ଷା ରେଲୱେ ସୁରକ୍ଷା ବଢାଇ ଦିଆଯାଇଛି। ଶତାଧିକ ଟ୍ରେନ୍ ରଦ୍ଦ କରାଯାଇଛି। ନୂଆ ଦିଲ୍ଲୀ ସହିତ ବହୁ ରେଲୱେ ଷ୍ଟେସନ୍‌ରେ ଯାତ୍ରୀ ଫସି ରହିଛନ୍ତି।

ରେଲଓ୍ବେର ସୂଚନା ଅନୁସାରେ, ଅଗ୍ନିପଥ ଯୋଜନାକୁ ନେଇ ବିବାଦ କରଣରୁ ସକାଳ ୮ଟା ସୁଦ୍ଧ ମିଳିଥିବା ଅପଡେଟ୍ ଅନୁସାରେ, ସାରାଦେଶରେ ଗୋଟିଏ ଦିନରେ ୫୩୯ ଟ୍ରେନ୍‌ ରଦ୍ଦ କରିଦିଆଯାଇଛି। ଯେଉଁଥିରେ ୧୮୧ ମେଲ୍‌ ଏକ୍ସପ୍ରେସ୍‌ ଓ ୩୪୮ ପାସେଞ୍ଜର ଟ୍ରେନ୍ ରହିଛି। ସେଭଳି ୪ଟି ମେଲ୍‌ ଏକ୍ସପ୍ରେସ୍‌ ଓ ୬ଟି ପାସେଞ୍ଜର ଟ୍ରେନ୍‌କୁ ଆଶିଂକ ଭାବରେ ରଦ୍ଦ କରିଦିଆଯାଇଛି।


Share It

Comments are closed.