ୟୁକ୍ରେନ୍‌ ପରେ ୟୁକେ ଉପରେ ଋଷ୍ ସୈନ୍ୟ କରିପାରନ୍ତି ଆକ୍ରମଣ, ଦାବି କରିଛି ଗୁଇନ୍ଦା ବିଭାଗ

Share It

ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ୟୁକେ ୟୁକ୍ରେନ୍‌କୁ ସମର୍ଥନ କରୁଛି । ଏହାରି ଭିତରେ ୟୁକେର ଗୁଇନ୍ଦା ବିଭାଗ ଦାବି କରିଛି ଯେ, ତାଙ୍କ ଦେଶ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଯୋଗୁଁ ଋଷ୍ କ୍ଷୁବ୍ଧ ଅଛି । ଏହାର ପ୍ରତିଶୋଧ ନେବାପାଇଁ ଋଷ୍ ସୈନ୍ୟବାହିନୀ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରନ୍ତି ।

ଦି ସନ୍‌ର ରିପୋର୍ଟ ଅନୁସାରେ ବ୍ରିଟେନ୍‌ର କାଉଣ୍ଟର ଇଣ୍ଟେଲିଜେନ୍ସ ଏବଂ ସୁରକ୍ଷା ଏଜେନ୍ସୀ ଏମଆଇ ୫ର ବରିଷ୍ଠ ଅଧିକାରୀମାନେ ଗୃହ ସଚିବ ପ୍ରୀତି ପଟେଲ୍ ଏବଂ ତାଙ୍କ ଟିମ୍‌କୁ ଋଷ୍ ସେନାର ଆକ୍ରମଣ ବିପଦ ବିଷୟରେ ଚେତାବନୀ ଦେଇଛନ୍ତି । ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ ଏବଂ ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟିଭ୍ ବାର୍କଲେଙ୍କୁ ମଧ୍ୟ ଅବଗତ କରାଇଛନ୍ତି ।

ଗୁଇନ୍ଦା ବିଭାଗ ଦାବି କରିଛି ଯେ, ଋଷ୍ ସେନା ୟୁକେଠାରୁ ପ୍ରତିଶୋଧ ନେବା ପାଇଁ ଆକ୍ରମଣ କରିପାରନ୍ତି । ୟୁକେର ଗୁଇନ୍ଦା ବିଭାଗ ଆଲର୍ଟରେ ଅଛି । ୟୁକେ ଉପରେ ଏହି ଆକ୍ରମଣ ତାକୁ ଆପମାନିତ କରିବାକୁ କରାଯାଇପାରେ ।

ଉଲ୍ଲେଖଯୋଗ୍ୟ ଯେ, ଋଷ୍-ୟୁକ୍ରେନ୍ ଯୁଦ୍ଧରେ ୟୁକେ ୟୁକ୍ରେନକୁ ସମର୍ଥନ କରୁଛି । ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ୟୁକେ ଅସ୍ତ୍ରଶସ୍ତ୍ର ମଧ୍ୟ ପଠାଇଛି । ଋଷ୍ ଏହାକୁ ବରଦାସ୍ତ କରିପାରୁନି । ୟୁକେ ୟୁକ୍ରେନକୁ ୧୦,୦୦୦ରୁ ଅଧିକ ଆଣ୍ଟି-ଟ୍ୟାଙ୍କ NLAW ଅସ୍ତ୍ର ପଠାଇସାରିଛି । ତେବେ ନିକଟରେ ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଥିଲେ ଯେ, ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତି ଋଷ୍‌ଠାରୁ ପୁନରୁଦ୍ଧାର କରାଯିବା ଉଚିତ ।


Share It

Comments are closed.