କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନେପାଳରେ ଫସିଥିବା ଓଡିଆଙ୍କୁ ମିଳିଲା ସହାୟତା

Share It

ଭୁବନେଶ୍ୱର,ଏପ୍ରିଲ ୨୨ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ନେପାଳରେ ଫସିଥିବା ଓଡିଆ ଲୋକଙ୍କୁ ସହାୟତା ମଳିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେ କହିଛନ୍ତି ଯେ ଲକ୍ ଡାଉନ୍ ଯୋଗୁ ବାଲେଶ୍ୱର ରମାକାନ୍ତ ନାୟକ ଓ ମିଥୁନ ପାତ୍ରଙ୍କ ସମେତ ୬ ଜଣ ଓଡିଆ ନେପାଳରେ ଫସି ରହିବା ସହ ଖାଦ୍ୟପେୟ ଯୋଗାଡ କରିବାରେ ଅସୁବିଧା ଭୋଗ କରୁଥିଲେ ।
ଫସିଥିବା ଓଡିଆ ଲୋକମାନେ ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ନେପାଳରେ ଥିବା ଭାରତୀୟ ଦୂତାବାସ ସହ ଶ୍ରୀ ପ୍ରଧାନ ଯୋଗାଯୋଗ କରିଥିଲେ । ଏହାପରେ ନେପାଳରେ ଥିବା ଭାରତୀୟ ଦୂତାବାସର ସହଯୋଗରେ ଓଡିଆ ଲୋକଙ୍କ ପାଖରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଁଚିପାରିଥିଲା । ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
କେବଳ ଓଡିଶା ନୁହେଁ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତିଟି ଓଡିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଦା ବ୍ୟଗ୍ର ଓ ଚିନ୍ତିତ ମଧ୍ୟ । ଓଡିଆଙ୍କ ପ୍ରତି ତାଙ୍କର ଭଲପାଇବା ଓ ସହାନୁଭୂତି ପାଇଁ ଆଜି ସେ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଜାଗା ନେଇପାରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।


Share It

Comments are closed.