କରୋନାରୁ ରକ୍ଷା ପାଇବା ପାଇଁ ‘ଫେସ ସିଲ୍‌ଡ’ ମାସ୍କ ବ୍ୟବହାର କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ହୋଇପାରେ ଆପଣଙ୍କ ଏହି ଅସୁବିଧା

Share It

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଚେହେରାକୁ ଫେସ ସିଲ୍‌ଡ ମାସ୍କ ଦ୍ୱାରା ଆବୃତ କରି ରଖୁଛନ୍ତି । କିନ୍ତୁ ଲମ୍ବା ସମୟ ଧରି ଏହାକୁ ପିନ୍ଧିବା ଦ୍ୱାରା ଆପଣଙ୍କୁ ଏହା ଦ୍ୱାରା ବହୁତ କ୍ଷତି ପହଞ୍ଚି ଥାଏ । ଦିଲ୍ଲୀରେ ଏପରି କିଛି ଘଟଣା ଏବେ ସାମନାକୁ ଆସିଛି । ଯେଉଁମାନେ ଲଗାତାର ଭାବରେ ୧୨-୧୨ ଘଣ୍ଟା ଧରି ମୁହଁରେ ଏହି ମାସ୍କକୁ ଲଗାଉଛନ୍ତି ସେମାନଙ୍କ କ୍ଷେତ୍ରରେ ଦୃଷ୍ଟିଶକ୍ତିରେ କିଛି ହାନିକାରକ ହେଉଛି ।

ତେବେ ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି , ଯେଉଁମାନେ ଦୀର୍ଘଦିନ ଧରି ଡାକ୍ତରଖାନାରେ ଫେସ ସିଲଡ ବ୍ୟବହାର କରି ଆସୁଥିଲେ । ତେବେ କେବଳ ଏତିକି ନୁହେଁ ବରଂ ଘରେ ବସି ମୋବଇଲରେ ୱେବ ସିରିଜ ଦେଖୁଥିବା କିଛି ବ୍ୟକ୍ତିଙ୍କ ଆଖିରେ ମଧ୍‌ୟ ଶୁଷ୍କତା ଦେଖାଦେଉଛି ।

ଦିଲ୍ଲୀ ଅଫଥେଲମୋଲୋଜିକାଲ ସୋସାଇଟିର ଡକ୍ଟର ରାହୁଲ ଚୌଧୁରୀ କହିଛନ୍ତି ଯେ, କିଛିଦିନ ପୂର୍ବରୁ ସିଆର ପାର୍କର ଚାରିଜଣ ରୋଗୀ ଏବଂ ନୂଆଦିଲୀର ଗ୍ରେଟର କୈଳାସର ଚାରିଜଣ ବାସିନ୍ଦାଙ୍କ ପପାଖରେ ଏପରି ସମସ୍ୟା ଦେଖିବାକୁ ମିଳିଛି । ଏହି ରୋଗୀମାନେ ୧୨ ଘଣ୍ଟା ଧରି ଫେସ ସିଲ୍‌ଡ ପିନ୍ଧିଥିଲେ । ଏହି କାରଣରୁ ଆଖି କୁଣ୍ଡେଇ ହେବା ସହ ଶୁଷ୍କତା ଆସିଥିଲା ।

ଏଥିସହ ଦିଲ୍ଲୀ ସରକାରଙ୍କ ଚାଚା ନେହେରୁ ହସପିଟାଲର ଡା.ମୀନାକ୍ଷୀ କହିଛନ୍ତି ଯେ ଲକଡାଉନ ହେବା ପରେ ଏଭଳି ସମସ୍ୟା ଦେଖାଦେଇଛି । ସାଧାରଣତ ପିଲାମାନଙ୍କ ଆଖିରେ ଶୁଷ୍କତା ଆସିଥାଏ । ଏବେ ୩୦୦ ରୋଗୀଙ୍କ ଉପରେ ଡାକ୍ତରୀ ପରୀକ୍ଷା କରାଯାଉଛି । ଏହାର ଫଳାଫଳ ଖୁବଶୀଘ୍ର ଆସିବ ।


Share It

Comments are closed.