ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସ୍‌ପେନ୍ସ, ଡାଏରୀର ଶେଷ ୪ ପୃଷ୍ଠା ଲେଖା କାହାର ସେ ନେଇ ଖୁବ ଶୀଘ୍ର ଆସିପାରେ ରିପୋର୍ଟ

Share It

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଦୁଇ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ଘଟଣା ଉପରକୁ ପରଦା ହଟିପାରିନାହିଁ । ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ପର‌୍ୟ୍ୟନ୍ତ କିଛି ସଠିକ୍ ତଥ୍ୟ ମିଳିପାରୁନାହିଁ । ଆଦିତ୍ୟ ମୃତ୍ୟୁ ସବୁଠାରୁ ରହସ୍ୟମୟ ତଥ୍ୟ ଭାବେ ଉଭା ହୋଇଛି, ତାଙ୍କ ଡାଏରୀ । ଡାଏରୀରେ ସେ ରହସ୍ୟମୟ ୪ ପୃଷ୍ଠାରେ ଲେଖା କିଏ ଲେଖିଛି । ତାହା ଯାଞ୍ଚ କରିବା ପାଇଁ ଗତ ୧୩ତାରିଖ ଦିନ ଠାରୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଡାଏରୀ ଓ ସୁଇସାଇଡ ନୋଟ ଯାଇଛି । କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ରିପୋର୍ଟ ଆସିନଥିବାରୁ ତଦନ୍ତରେ ବିଳମ୍ବ ହେଉଛି , ଉଲ୍ଲେଖ କରି ଜିଆର୍‌ପି ଦର୍ଶାଇଥିଲା । ଏନେଇ ଜିଆର୍‌ପି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଚିଠି ଲେଖି ତୁରନ୍ତ ଜବାବ ଦେବାକୁ କହିଥିଲା । ତେବେ ଏହି ପ୍ରରିପେକ୍ଷୀରେ ତଦନ୍ତ ରିପୋର୍ଟ ଖୁବଶୀଘ୍ର ଆସିପାରେ ବୋଲି ସୂଚନା ରହିଛି ।

ସମାଜସେବୀ ଦାଶଙ୍କ ମୃତ୍ୟୁକୁ ନେଇ ଯେତିକି ସସ୍‌ପେନ୍ସ ଲାଗି ରହିଛି । ତାହା ଠାରୁ ଅଧିକ ସସ୍‌ପେନ୍ସରେ ରହିଛି । ଡାଏରୀରେ ଥିବା ଲେଖା କାହାର । ଆଦିତ୍ୟ ନିଜେ ଲେଖିଛନ୍ତି ନା ଆଉ କିଏ ଲେଖିଛି । ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଦିତ୍ୟଙ୍କ ମୃତ୍ୟୁ ପରେ ଡାଏରୀର ୪ପୃଷ୍ଠା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ପୋଲିସ ଜବତ କରି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଯାଇଛି । ସୁଇସାଇଡନୋଟରେ ଲେଖା କାହାର , ସେନେଇ ତଦନ୍ତ କରିବା ପାଇଁ ଗତ ୧୩ ତାରିଖରୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଯାଇଥିଲା । ହ୍ୟାଣ୍ଡ ରାଇଟିଂ ବ୍ୟୁରୋର ୭ଜଣିଆ ଟିମ୍ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ହ୍ୟାଣ୍ଡରାଇଟିଂ ବ୍ୟୁରୋରୁ କୌଣସି ଉତ୍ତର ମିଳିନଥିଲା । ଯାହାକୁ ନେଇ ଜିଆର୍‌ପି ହ୍ୟାଣ଼୍ଡ ରାଇଟିଂ ବ୍ୟୁରୋକୁ ଚିଠି ଲେଖିଥିଲା । ତୁରନ୍ତ ଚିଠିର ଉତ୍ତର ଦେବାକୁ ଚିଠିରେ କୁହାଯାଇଥିଲା । ଶେଷରେ ସୂଚନାନୁସାରେ ଶନିବାର ଦିନ ହ୍ୟାଣ୍ଡ ରାଇଟିଂ ବ୍ୟୁରୋରୁ ରିପୋର୍ଟ ଆସିପାରେ ବୋଲି ସୂଚନା ମିଳିଛି । ରିପୋର୍ଟ ଆସିବା ପରେ ଜଣାପଡିବ ଯେ, ଡାଏରୀ ଓ ସୁଇସାଇଡ୍ ନୋଟରେ ଲେଖା କାହାର ? କିଏ ଲେଖିଛି ସୁଇସାଇଡ୍ ନୋଟ ? ।


Share It

Comments are closed.