“ଗନ୍ ଏଣ୍ଡ ରୋଜେସ୍”କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର:- ଦି ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ “ଗନ୍ ଏଣ୍ଡ ରୋଜେସ୍” ଶନିବାର ବିଦ୍ୟାଳୟର ଏମ୍ପିଥିଏଟରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଇଣ୍ଡିଆନ ଆଇଡଲ ୨୦୨୪(ସିଜିନ ୧୫) ମାଧ୍ୟମରେ ଖ୍ୟାତି ଅର୍ଜନ କରି ନିଜର ସୁମଧୁର ସ୍ୱରରେ ଦର୍ଶକଙ୍କୁ ଆକର୍ଷିତ କରିଥିବା ଗାୟକ, ଟ୍ରଭେଲ୍ ଭ୍ଳଗର ଏବଂ ବାଇକର୍ ଶ୍ରୀ ଇପ୍ସିତ ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ବିକଶିତ ଓ ଲୋକଲୋଚନକୁ ଆଣିବା ପାଇଁ ସମସ୍ତ ସମସ୍ତ ଅଭିଭାବକ ମାନେ ଚେଷ୍ଟା କରିବା ଉଚିତ ବୋଲି ନିଜର ମତ ଉପସ୍ଥାପନ କରିଥିଲେ l ବିଦ୍ୟାଳୟର ପ୍ରିନ୍ସପାଲ୍ ଶ୍ରୀଯୁକ୍ତ ଏଲ୍ ଏନ ଦାଶ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ଵାଗତ କରିଥିଲେ l ଏହାପରେ ବିଦ୍ୟାଳୟର କେଜି ଠାରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ନୃତ୍ୟ, ସଙ୍ଗୀତ,କ୍ଷୁଦ୍ର ନାଟିକା,ଅରକେଷ୍ଟ୍ରା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
ସାମ୍ପ୍ରତିକ ଯୁଗରେ ଲୁଚିଯାଉଥିବା କାଠ କଣ୍ଢେଇ ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିବାବେଳେ ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ଶିକ୍ଷାକୁ ସାର୍ବଜନୀନ କରିବା କ୍ଷେତ୍ରରେ ବିରୋଧ କରୁଥିବା କେତେକ ପୁରାତନପନ୍ଥୀ ସଂକୀର୍ଣ୍ଣ ମନା ବ୍ୟକ୍ତିଙ୍କର ମାନସିକ ପରିବର୍ତ୍ତନ ହେବା, ରକ୍ତଦାନ ଏକ ମହତ ଦାନ ସଂପର୍କରେ ସଚେତନତା ସୃଷ୍ଟି କରିଥିବା କ୍ଷୁଦ୍ର ନାଟିକାଟି ସମସ୍ତଙ୍କ ମନମୋହି ନେଇଥିଲା lବିଦ୍ୟାଳୟର ମେଣ୍ଟର ଶ୍ରୀମତୀ ଡାଫନୀ ଅଙ୍ଗର, ଆଡମିନି ଅଫିସର ଶ୍ରୀଯୁକ୍ତ ଏନ୍.ସାହୁ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିବାବେଳେ ବିଦ୍ୟାଳୟର ଇଂରାଜି ଅଧ୍ୟାପକ ଶ୍ରୀଯୁକ୍ତ ଦେବାଶିଷ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l
Comments are closed.