କରୋନାରେ ଆକ୍ରାନ୍ତ ହେଲେ ଲୋକପ୍ରିୟା ଟେଲି ଅଭିନେତ୍ରୀ ‘ଆଦିତି ଗୁପ୍ତା’
ଟିଭି ଅଭିନେତ୍ରୀ ଆଦିତି ଗୁପ୍ତା ଚୋପ୍ରା କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଛି। ଏହାର ସୂଚନା ସେ ନିଜେ ଦେଇଛନ୍ତି ଏବଂ ଏହି ସମୟ ସେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ଅଦିତି ଗୁପ୍ତା ସିରିୟଲ୍ ‘ଇସ୍କବାଜ’ରେ ନଜର ଆସିଥିଲେ। ସେ ଏକ ସାକ୍ଷାତକାରରେ କହିଛନ୍ତି ,‘ଯେତେବେଳେ ତାଙ୍କୁ ଜଣା ପଡ଼ିଥିଲା ଯେ ତାଙ୍କୁ କରୋନା ହୋଇଛି ସେତେବେଳେ ସେ ନିଜକୁ କ୍ୱାରେଣ୍ଟାଇନ କରି ଆଇସୋଲେଟ୍ କରିଥିଲେ। କିନ୍ତୁ ତାଙ୍କଠାରେ କୌଣସି କରୋନାର ଲକ୍ଷଣ ଦେଖାଯାଇନଥିଲା। ଅଦିତି ଆହୁରି କହିଛନ୍ତି ଯେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି କିନ୍ତୁ ଲକ୍ଷଣ ନାହିଁ। ସେ ନିଜକୁ କ୍ୱାରେଣ୍ଟାଇନ କରି ନେଇଛନ୍ତି।
୭-୮ଦିନ ହେବ ସେ ନିଜକୁ ଗୋଟିଏ ରୁମରେ ବନ୍ଦୀ କରି ରଖିଛନ୍ତି। ଅଦିତି କହିଛନ୍ତି ଯେ ତାଙ୍କ ବନ୍ଧୁ,ସ୍ୱାମୀ ଏବଂ ପରିବାର ଲୋକେ ସାହାଯ୍ୟ କରୁଛନ୍ତି। ଧୀରେ ଧୀରେ ସେ ଭଲ ଅନୁଭବ କରୁଛନ୍ତି। ଡାଇଟର ଧ୍ୟାନ ରଖିବା ସହ ସେ ଠିକଭାବେ ଔଷଧ ନେଉଛନ୍ତି। ଆଗାମୀ ୧୦ଦିନ ସେ କ୍ୱାରେଣ୍ଟାଇନରେ ରହିବେ। ପ୍ରଶଂସକଙ୍କୁ ମ୍ୟାସେଜ ଦେଇ ସେ କହିଛନ୍ତି ଯେ କରୋନା ହେଲେ ଭୟଭୀତ ହୁଅନ୍ତୁ ନାହିଁ। ଠିକଭାବେ ଔଷଧ ନିଅନ୍ତୁ ଏବଂ ପଜିଟିଭିଟି ସହ ଏହାର ସାମନା କରନ୍ତୁ। ପ୍ରଥମେ ସେ ବହୁତ ଷ୍ଟେସ୍ ନେଉଥିଲେ,କିନ୍ତୁ ଏହା ଦ୍ବାରା ସେ ନିଜକୁ ଦୁର୍ବଳ କରି ଦେଉଥିଲେ। କିଛି ଦିନ ମଧ୍ୟରେ ସେ ନର୍ମାଲ୍ ହୋଇଯିବେ ଏବଂ ସମସ୍ତଙ୍କ ସାମନାରେ ଥିବେ।
Comments are closed.