ବିବାଦୀୟ ବୟାନ ଦେଇ ଫସିଲେ ଅଭିନେତ୍ରୀ ଶ୍ୱେତା ତିୱାରୀ, ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ
ଟେଲି ଅଭିନେତ୍ରୀ ଶ୍ୱେତା ତିୱାରୀ ତାଙ୍କ ଲୁକ୍ ଓ ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ସେ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଥରେ ସମାଲୋଚନାକୁ ଆସିଛନ୍ତି । ହେଲେ ଏହା ପ୍ରଥମ ଥର ନୁହେଁ ଏହା ପୁର୍ବରୁ ଅନେକ ଥର ବିବାଦ ଘେରରେ ରହିଛନ୍ତି । ହେଲେ ଏବେ ଯେଉଁ ମନ୍ତବ୍ୟ ଦେଇ ଫସିଛନ୍ତି । ତାହା ଅଡୁଆ ବଢିବାରେ ଲାଗିଛି ।
Actress Shweta Tiwari made a controversial statement on God.. It happens in the press conference of #ShowStopper Webseries..#ShwetaTiwari @rohitroy500@DiganganaS #ControversialStatement #Trending #TrendingNow #ottplatform pic.twitter.com/EqmsibDoy4
— Deep Singh (@Deepsingh_page3) January 26, 2022
ତାଙ୍କ ୱେବ ସିରିଜ୍ ସୁଟିଂର ପ୍ରମୋଶନ ପାଇଁ ସେ ଭୋପାଳରେ ଆୟୋଜିତ ହୋଇଥିବା ଏକ ଇଭେଣ୍ଟରେ ପହଞ୍ଚିଥିଲେ । ସେଠାରେ ସେ ତାଙ୍କ ନିଜର ବ୍ରା ସାଇଜ୍ ଏବଂ ଭଗବାନଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଷ୍ଟେଜ୍ରେ ମଜାଳିଆ ଢଙ୍ଗରେ କହିଥିଲେ, -‘ମେରା ବ୍ରା କା ସାଇଜ୍ ତୋ ଭଗବାନ ଲେ ରହେ ହେଁ’ । ଏହାର ଅର୍ଥ ‘ମୋର ବ୍ରା ସାଇଜ୍ ଭଗବାନ ନେଇ ଯାଉଛନ୍ତି ।ଯାହାକୁ ନେଇ ଟ୍ୱିଟରରେ ଶ୍ୱେତା ତିୱାରୀଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡୁଛି । ଏହାକୁ ନେଇ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା ଯାଞ୍ଚ କରିବା ସହ ତାଙ୍କ ବିରୋଧରେ ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
କିନ୍ତୁ ବର୍ତ୍ତମାନ ନୂଆ ଅଡୁଆରେ ଫସି ଯାଇଛନ୍ତି ଅଭିନେତ୍ରୀ ଶ୍ୱେତା ତିୱାରୀ । ଭୋପାଲର ସ୍ଥିତ ପୋଲିସ୍ ଷ୍ଟେସନରେ ଶ୍ୱେତାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ମାମଲା ରୁଜୁ ହୋଇଛି । ଏନେଇ ଭୋପାଲ ପୋଲିସ୍ ଶ୍ୱେତାଙ୍କ ଉପରେ ଆଇପିସି ଧାରା ୨୯୫(ଏ) ଆଧାରରେ ମାମଲା ରୁଜୁ କରିଛି । ଏହା ସହ ଶ୍ୱେତା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି ।
Comments are closed.