ଗାଡି ପାର୍କିଂ ବିବାଦକୁ ନେଇ ହୁମା କ୍ୟୁରେସି ସଂପର୍କୀୟ ଭାଇଙ୍କୁ ହତ୍ୟା

Share It

ଗତ ଗୁରୁବାର ରାତିରେ ଗାଡି ପାର୍କିକୁ ନେଇ ବିଲଉଡ ଅଭିନେତ୍ରୀ ହୁମା କ୍ୟୁରେସିଙ୍କ ସଂପର୍କୀୟ ଭାଇଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣାଟି ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଅଂଚଳର ଘଟିଛି ବୋଲି ଜଣା ପଡୁଛି ।
ମୃତ ବ୍ୟକ୍ତି ଜଣକ ବଲିଉଡ ଅଭିନେତା ହୁମା କ୍ୟୁରେସିଙ୍କ ସଂପର୍କୀୟ ଭାଇ ଆସିଫ କ୍ୟୁରେସି ବୋଲି ଜଣାପଡିଛି । ଯାହାଙ୍କର ବୟସ ହେଉଛି ୪୨ । ମିଳିଥିବା ସୂଚନା ମୁତାବକ ଗତ ଗୁରୁବାର ରାତି ୧୦ ଟା ସମୟରେ ଆସିଫ ଙ୍କ ସହ କିଛି ବ୍ୟକ୍ତିଙ୍କର ଗାଡି ପାର୍କିକୁ ନେଇ ଯୁକ୍ତିତର୍କ ହୋଇଥିଲା । ଦୁଇ ଅଜଣା ବ୍ୟକ୍ତି ଗୋଟିଏ ବାଇକ ଆଣି ଆସିଫ ଘର ସାମନାରେ ପାର୍କିଂ କରୁଥିବା ହେତୁ ସେହି ଅଚିହ୍ନା ଦୁଇ ବ୍ୟକ୍ତିଙ୍କ ସହ ଆସିଫଙ୍କ ଯୁକ୍ତିତର୍କ ହୋଇଥିଲା । ଝଗଡାଟି ତୁରନ୍ତ ବଢି ଯାଇଥିଲା ଯାହା ଫଳରେ ସେହି ଦୁଇ ବ୍ୟକ୍ତି ଏକ ମାରଣାସ୍ତ୍ରରେ ଆସିଫଙ୍କ ଉପରକୁ ଆକ୍ରମଣ କରିଥିଲେ ।
ମାରଣାସ୍ତ୍ରରେ ଛାତିରେ ଗଭୀର ଆଘାତ ଲାଗିଯିବା କାରଣରୁ ଭୀଷଣ ରକ୍ତସ୍ରାବ ହୋଇଥିଲା , ଯାହା ଫଳରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ସେଠି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଏହି ଘଟଣାରେ ପୋଲିସ ଦୁଇ ନାବାଳିକ ଉଜଳ (୧୯) ଏବଂ ଗୌତମ (୧୮)ଙ୍କୁ ଗିରଫ କରିଛି, ଯାହାଙ୍କର ଘର କିଛି ମିଟର ଆଗରେ । ଏ ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କର କୌଣସି ପ୍ରତିକ୍ରିୟା ଆସି ନାହିଁ ।


Share It

Comments are closed.