କରୋନାରେ ଆକ୍ରାନ୍ତ ହେଲେ ସାଉଥ ସାଉଥ୍ ସୁପରଷ୍ଟାର ରାମ ଚରଣ
ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କୁ କରୋନା । କୋଭିଡ୍-୧୯ ସଂକ୍ରମିତ ହେବା ପରେ ସେ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି । ନିକଟରେ ସେ ତାଙ୍କ କୋଭିଡ୍ ପରୀକ୍ଷା କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏ ନେଇ ରାମ ଚରଣ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ପ୍ରଦାନ କରିଛନ୍ତି । ରାମ ଚରଣ ଏକ ବୟାନ ଜାରି କରି ଲେଖିଛନ୍ତି ଯେ, ‘ମୋର କୋଭିଡ୍ ୧୯ ରିପୋର୍ଟ ପଜିଟିଭ୍ ଆସିଛି । କୌଣସି ଲକ୍ଷଣ ନାହିଁ । ମୁଁ ଘରେ ହିଁ ନିଜକୁ କ୍ୱାରେଣ୍ଟାଇନ କରିଛି । ଆଶା କରୁଛି ଶୀଘ୍ର ଠିକ୍ ହୋଇଯିବି । ମୁଁ ସୁସ୍ଥ ହୋଇ ଫେରିବି ।’
ଏହାସହ ରାମ ଚରଣ ଟ୍ୱିଟରରେ ଲେଖିଛନ୍ତି, ‘ସମସ୍ତଙ୍କୁ ଅନୁରୋଧ ଗତ କିଛି ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତାଙ୍କର ଟେଷ୍ଟ କରାଇଦିଅନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଖୁବ୍ ଶୀଘ୍ର ଦେବି ।’
ଉଲ୍ଲେଖଯୋଗ୍ୟ ଯେ, ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ରାମ ଚରଣ, ତାଙ୍କ ପତ୍ନୀ ଉପାସନା କାମିନେନି, ଅଲ୍ଲୁ ଅର୍ଜୁନ, ନିହାରିକା କୋନିଡେଲା ଏବଂ ତାଙ୍କ ସଂପର୍କୀୟ ଭାଇମାନେ ଏକାସଙ୍ଗେ ଉତ୍ସବ ପାଳନ କରିଥିଲେ ।
Comments are closed.