କରୋନାରେ ଆଖି ବୁଜିଲେ ଅଭିନେତ୍ରୀ ପିଆ ବାଜପେୟୀଙ୍କ ଭାଇ

Share It

କରୋନାରେ ଆଖି ବୁଝିଲେ ଅଭିନେତ୍ରୀ ପିୟା ବାଜପେୟୀଙ୍କ ଭାଇ। ତାଙ୍କ ଭାଇ କରୋନା ସଂକ୍ରମିତ ହୋଇଥିଲେ ଏବଂ ଠିକ୍ ସମୟରେ ଭେଣ୍ଟିଲେଟର ସହାୟତା ପାଇପାରିନଥିଲେ। ତାଙ୍କୁ ଉତ୍ତରପ୍ରଦେଶର ଫାରୁଖାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭାଇର ମୃତ୍ୟୁର କିଛି ସମୟ ପରେ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ସାହାଯ୍ୟ ପାଇଁ ଗୁହାରି କରିଥିଲେ। ପିୟା ବାଜପେୟୀ ଆଜି ସକାଳେ ତାଙ୍କ ଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ସାହାଯ୍ୟ ମାଗି ଲେଖିଥିଲେ, ‘ଉତ୍ତରପ୍ରଦେଶର ଫାରୁଖବାଦ୍ ଜିଲ୍ଲାର କୟାମଗଞ୍ଜ ବ୍ଲକରେ ମୋତେ ତୁରନ୍ତ ସାହାଯ୍ୟ ଦରକାର।

ଭେଣ୍ଟିଲେଟର ସହିତ ଏକ ଶଯ୍ୟା ଆବଶ୍ୟକ। ମୋ ଭାଇ କଷ୍ଟ ପାଉଛି। ଯଦି ଆପଣଙ୍କର କିଛି ସୂଚନା ଅଛି ତେବେ ଦୟାକରି ସାହାଯ୍ୟ କରନ୍ତୁ । ଯଦି ଆପଣ କାହାକୁ ଜାଣନ୍ତି ତାହେଲେ ଦୟାକରି ଯୋଗାଯୋଗ କରନ୍ତୁ । ଆମେ ପୂର୍ବରୁ ହିଁ ବହୁତ ଅସୁବିଧାରେ ଅଛୁ। ଏହା ପରେ ସେ ଟ୍ୱିଟରରେ ତାଙ୍କ ଭାଇଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଥିଲେ। ପିୟା ଟ୍ୱିଟ୍ କରି ଲେଖିଛନ୍ତି, ‘ମୋ ଭାଇ ଆଉ ନାହାଁନ୍ତି।’ ଏହି ଦୁଃଖଦ ଖବର ଶୁଣି ଭିନୀତ କୁମାର ସିଂ, ଦାନିଶ ହୁସେନ୍, ଚଳଚ୍ଚିତ୍ର ନିର୍ମାତା ଅନିର ଏବଂ ନିର୍ମାତା ଗୁନିତ ମୋଙ୍ଗା ଅନ୍ୟମାନେ ପିୟା ବାଜପେୟୀଙ୍କୁ ସମବେଦନା ଜଣାଇଛନ୍ତି।


Share It

Comments are closed.