ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବୁଦ୍ଧାଦିତ୍ୟ
କଟକ : ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବର୍ତ୍ତମାନ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଛାତିରେ ତୀବ୍ର ଯନ୍ତ୍ରଣା, ଅଧିକ କାଶ ଓ ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲେ।
ଡାକ୍ତରଙ୍କ ଅନୁସାରେ, ତାଙ୍କର ଫୁସ୍ଫୁସ୍ରେ ଅଧିକ କଫ ସହ ସଂକ୍ରମଣ ହୋଇଥିବା ଚିହ୍ନଟ ହୋଇଛି। ପ୍ରାୟ ଏକ ମାସ ହେଉଛି ସେ ଏହି ଅସୁବିଧା ଅନୁଭବ କରୁଥିଲେ, ଯାହା ଫଳରେ ଗତ କାଲି ଗୁରୁତର ହୋଇପଡିଥିଲେ ।
ବର୍ତ୍ତମାନ ତାଙ୍କର ଅବସ୍ଥା ଧିରେ ଧିରେ ସୁଧାର ହେଉଛି ବୋଲି ହସ୍ପିଟାଲ ସୂଚନା ଦେଇଛି। ତାଙ୍କ ଶୀଘ୍ର ସୁସ୍ଥତା ପାଇଁ ଚଳଚ୍ଚିତ୍ର ଜଗତ ଓ ତାଙ୍କ ଭକ୍ତମାନେ ଉତ୍କଣ୍ଠିତ ଅଛନ୍ତି
Comments are closed.