ଆଲିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମସି
କୋଭିଡ କଟକଣା ଉଲ୍ଲଂଘନ କରିଥିବାରୁ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଉପରେ ବିଏମ୍ସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଡିସେମ୍ବର ୮ରେ ସେ ଫିଲ୍ମ ନିର୍ମାତା କରନ ଜୋହରଙ୍କ ପାର୍ଟିରେ ଯୋଗଦେଇଥିଲେ । ଏହି ପାର୍ଟିରେ ସାମିଲ ହୋଇଥିବା ଅଭିନେତ୍ରୀ କରୀନା କପୁର, ଅମ୍ରିତା ଆରୋରା, ସୀମା ଖାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ତେଣୁ କୋଭିଡ ମାର୍ଗଦର୍ଶିକା ଅନୁସାରେ ଆଲିୟା ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା କଥା । କିନ୍ତୁ ସେ ନିୟମ ନ ମାନି ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରଚାର ପାଇଁ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରହିବାକୁ ବିଏମ୍ସି ତାଙ୍କୁ ପରାମର୍ଶ ଦେଇଥିଲା । କିନ୍ତୁ ତାକୁ ସେ ନ ମାନି ପୁଣି ମୁମ୍ବାଇ ଫେରିଥିଲେ । ବିଏମ୍ସି ଏହାର ଯାଞ୍ଚ କରୁଛି ଏବଂ ମହାମାରୀ ଆଇନ ଅନୁସାରେ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।
Comments are closed.