ଗୋପାଳପୁରରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ପ୍ରୋଜେକ୍ଟ ସ୍ଥାପନ ପାଇଁ ନିଜର ପ୍ରତିବଦ୍ଧତା ସୁଦୃଢ କରିଛି ଏସିଏମଇ ଗ୍ରୁପ
ଭୁବନେଶ୍ୱର: ସ୍ଥାୟିତ୍ୱ-ଭିତିକ ଅଭିନବ ସମାଧାନ ଉପରେ ଗୁରୁତ୍ୱ ଦେଉଥିବା ଭାରତର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଏସିଏମଇ ଗ୍ରୁପ ଆଜି ଓଡିଶାର ଗୋପାଳପୁରଠାରେ ଭାରତରେ ଏହାର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛି । ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଟାଟା ଷ୍ଟିଲ ସ୍ପେଶିଆଲ ଇକୋନୋମିକ ଜୋନ (ଟାଟା ଏସ୍ଇଜେଡ)ରେ ୫ଟି ଶିଳ୍ପ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଉଦ୍ଘାଟନ ସମାରୋହ ସମୟରେ ଏହି ଘୋଷଣା କରାଯାଇଥିଲା । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଅନ୍ୟାନ୍ୟ ସରକାରୀ ଅଧିକାରୀ, ବ୍ୟବସାୟିକ ଲିଡର ଓ ଏସିଏମଇ ଗ୍ରୁପ ଅଧିକାରୀମାନେ ଯୋଗ ଦେଇଥିଲେ ।
ଏସିଏମଇ ଗ୍ରୁପର ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପକୁ ଟାଟା ଏସଇଜେଡ ମଧ୍ୟରେ ସ୍ଥାପନ କରାଯିବ, ଯାହା ଜଟିଳ ଶିଳ୍ପ କ୍ଷେତ୍ରଗୁଡିକୁ ଡିକାର୍ବୋନାଇଜ କରିବା ଏବଂ ଏକ ସବୁଜ ଭବିଷ୍ୟତ ପ୍ରତି ଭାରତର ରୂପାନ୍ତରଣକୁ ସମର୍ଥନ କରିବା ପାଇଁ କମ୍ପାନୀର ଲକ୍ଷ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରିଛି । ଏସିଏମଇ ଗ୍ରୀନ ହାଇଡ୍ରୋଜେନ ଏସବିୟୁର ମୁଖ୍ୟ ପରିଚାଳନା ଅଧିକାରୀ ଅନୀଲ କୁମାର ତପାରିଆ କହିଛନ୍ତି, “ଏସିଏମଇ ଗ୍ରୁପ ଭାରତରେ ନିଜର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଟାଟା ଷ୍ଟିଲ ସ୍ପେଶାଲ ଇକୋନୋମିକ ଜୋନ ସହ ଜଡିତ ହୋଇ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଅଧିନରେ ଓଡିଶାର ଦ୍ରୁତ ଉଦ୍ୟୋଗୀକରଣ ଏବଂ ବିକଶିତ କରାଯାଉଥିବା ସ୍ଥାୟିତ୍ୱ-କୈନ୍ଦ୍ରିତ ଇକୋସିଷ୍ଟମ, ଆମକୁ ଏକ ସବୁଜ ଭବିଷ୍ୟତ ପାଇଁ ବିଭିନ୍ନ କ୍ଷେତ୍ରକୁ ଡିକାର୍ବୋନାଇଜ କରିବା ଲାଗି ଅଭିନବ ସମାଧାନ ପ୍ରଦାନ କରିବାର ଆମର ଲକ୍ଷ୍ୟକୁ ଅନୁସରଣ କରିବାକୁ ସଶକ୍ତ କରୁଛି । ଆମ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ ହେବ ।”
ଏସିଏମଇ ଗ୍ରୁପ ଗୋପାଳପୁରଠାରେ ଟାଟା ଏସଇଜେଡ ମଧ୍ୟରେ ୪୦୦,୦୦୦ ଟନ୍ର ଗ୍ରୀନ ଆମୋନିଆର ବାର୍ଷିକ କ୍ଷମତା ସହିତ ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପ ସ୍ଥାପନ କରିବ । ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦୦୦ରୁ ଅଧିକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ଅଂଚଳର ଆର୍ଥିକ ବିକାଶରେ ଯୋଗଦାନ ଦେବ ।
ଏହାର ଆନ୍ତର୍ଜାତୀୟ ଦୃଷ୍ଟିକୋଣକୁ ପ୍ରଦର୍ଶିତ କରି ଏସିଏମଇ ଗ୍ରୁପ ୨୦୨୯ ପରଠାରୁ ଓଡିଶା ଫ୍ୟାସିଲିଟିରୁ ବାର୍ଷିକ ୪ ଲକ୍ଷ ଟନର ଗ୍ରୀନ ଆମୋନିଆ ଯୋଗାଣ କରିବା ପାଇଁ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଜାପାନିଜ କର୍ପୋରେଶନ ସହ ସହଭାଗିତା କରିଛି । ଏହି ରଣନୈତିକ ସହଭାଗିତା ସ୍ଥାୟିତ୍ୱ-ଆଧାରିତ ଉଦ୍ଭାବନର ଅଗ୍ରଗତି କରିବା, ଜାପାନର ନେଟ ଜିରୋ ଲକ୍ଷ୍ୟକୁ ସମର୍ଥନ କରିବା ଏବଂ ଭାରତର ନ୍ୟାଶନାଲ ଗ୍ରୀନ ହାଇଡ୍ରୋଜେନ ମିଶନରେ ଯୋଗଦାନ ଦେବା ପାଇଁ ଏସିଏମଇ ଗ୍ରୁପର ପ୍ରତିବଦ୍ଧତାକୁ ସୂଚିତ କରୁଛି । ଏସିଏମଇ ଗ୍ରୁପ ସ୍ଥାୟିତ୍ୱ-ଚାଳିତ ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ଆଗରେ ରହିଛି ଏବଂ ଏହା ବିଶ୍ୱବ୍ୟାପୀ ଶିଳ୍ପଗୁଡିକୁ ଡିକାର୍ବୋନାଇଜ କରିବା ପାଇଁ ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବଦ୍ଧ ରହିଛି ।
Comments are closed.